ହେଡଲାଇନସ୍:

କିଏ ହେବ ଟିକେ ସାହା :ପିଲାଟି ମୁଣ୍ଡରେ ଅସ୍ୱାଭାବିକ ଭାବେ ବଢୁଛି ଘା'

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଗଠୋଲପଦର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ସାନସାଙ୍ଗୀଡି ଗ୍ରାମରେ ବିଡିକା ସୁକୁଲୁଙ୍କ ଘର। 4 ପୁଅ ଓ ସ୍ତ୍ରୀ ଙ୍କୁ ନେଇ ପରିବାର । ଜଣେ ପାଠ ପଢୁଥିବା ବେଳେ ଅନ୍ୟ ତିନି ଜଣ ଅଶିକ୍ଷିତ। ପରିବାରଟି ଅଣ ଓଡିଆ ଆଦିବାସୀ , ନିଜ ଆଦିବାସୀ ଭାଷାକୁ ଛାଡି ଦେଲେ ସେମାନେ ଅନ୍ୟ କୌଣସି ଭାଷା କହିପାରନ୍ତି ନାହିଁ । ପରିବାର ମଜୁରୀ କରି ଚଳନ୍ତି।

ଏମାନଙ୍କ ମଧ୍ୟରୁ ସର୍ବ କନିଷ୍ଠ ପୁଅ ଆସୀନ ବିଡିକା ଯାହାର ବୟସ ମାତ୍ର 9 ବର୍ଷ। ପିଲାଟି ବିଦ୍ୟାଳୟ କଣ ଜାଣିନି । ପାଠ ପଢିବା ଦିଗରେ ନିଜର ଇଚ୍ଛା ଶକ୍ତି ଥିଲେ ମଧ୍ୟ ଭାଗ୍ୟ ଦେଇନି ସାଥ୍ । ପିଲାଟି ମୁଣ୍ଡରେ ଅସ୍ୱାଭାବିକ ଭାବେ ଘା' ଟିଏ ବଢି ଚାଲିଛି। ଏହାର ଚିକିତ୍ସା ପାଇଁ ପରିବାର ବଡ ଡାକ୍ତରଖାନା କିମ୍ବା ବାହାରକୁ ଯିବା ପାଇଁ ସକ୍ଷମ ନୁହଁନ୍ତି । ସ୍ଥାନୀୟ ଅଞ୍ଚଳର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ଯ ଚିକିତ୍ସା ପାଇଁ ସେଭଳି କିଛି ସହଯୋଗ ମିଳିପାରିନି। ଏପରି ସ୍ଥଳେ ସରକାରୀ ସାହାଯ୍ୟ ମିଳିଲେ ପିଲାଟିର ଚିକିତ୍ସା ନିମନ୍ତେ ବାହାରକୁ ନେବା ଆଶା ନେଇ ରହିଛନ୍ତି ପରିବାର ବର୍ଗ।

0
0
0
s2sdefault