ହେଡଲାଇନସ୍:

ଗୁଣୁପୁରର ସମୀକ୍ଷା ବେଳେ ଗୁଣୁପୁର ବିଧାୟକ ଗାଏବ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

( ଗୁଣପୁର ରୁ ସିଦ୍ଧାର୍ଥ ଦାଶ ଙ୍କ ରିପୋର୍ଟ ) : ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ , ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା , ରାୟଗଡା ବିଧାୟକ ଲାଲବିହାରୀ ହିମିରିକା , ରାଜ୍ୟ ଯୋଜନା ବୋର୍ଡ଼ ସଦଶ୍ୟ ସୁଧୀର ଦାସ ପ୍ରଭାବିତ ଅଞ୍ଚଳ ଗସ୍ଥ କରି ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।

ପରେ ସ୍ଥାନୀୟ ବ୍ଲକ ଠାରେ ସମୀକ୍ଷା ବୈଠକ ବସିଥିଲା । ତିତିଲି ପ୍ରଭାବରେ ଗୁଣପୁର , ରମନାଗୁଡା ଓ ରାୟଗଡା ରେ ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ଶ୍ରୀ ଦାସବର୍ମା କହିଛନ୍ତି । ପ୍ରଶାସନ ପକ୍ଷରୁ ତିତିଲି ପରେ ଏସ.ଆର.ସି ଙ୍କୁ ବନ୍ୟା କ୍ଷୟକ୍ଷତି ଆକଳନ ରିପୋର୍ଟ ପଠାଯାଇଛି । ଜିଲ୍ଲାର ଏଫ ଡି ଆର ରିପୋର୍ଟ ଆଧାରରେ ପ୍ରଭାବିତ ଲୋକଙ୍କୁ ସମସ୍ତ ସୁବିଧା ସୁଯଗ ଯୋଗାଇ ଦେବାକୁ ଏସ ଆରସି ନିର୍ଦ୍ଦେଶ ଦେଇଛନ୍ତି ।

ଗୁଣପୁର ନିର୍ବାଚନ ମଣ୍ଡଳୀ ର ସଦର ବ୍ଲକ ଗୁଣପୁର ଠାରେ ଅନୁଷ୍ଠିତ ହୋଇଥିବା ଏହି ସମୀକ୍ଷା ବୈଠକ ରେ ସ୍ଥାନୀୟ ବିଧାୟକ ଶ୍ରୀ ତ୍ରିନାଥ ଗମାଙ୍ଗ ଙ୍କ ଅନୁପସ୍ଥିତି ସାଧାରଣ ରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୁଣୁପୁର ବିଧାୟକ ସମୀକ୍ଷା ବେଳେ ଥିଲେ କେଉଁଠି ? ନିଜ ଅଂଚଳ ଲୋକଙ୍କ ଦୁର୍ଦ୍ଦଶା ବେଳେ ବିଧାୟକ ଉପସ୍ଥିତ ନହେବା କି ପ୍ରକାର ଲୋକ ପ୍ରତିନିଧିର ଦାୟିତ୍ୱ ???

0
0
0
s2sdefault