ହେଡଲାଇନସ୍:

ବିଚିତ୍ର ସ୍ୱାସ୍ଥ୍ୟ ବିଭାଗ, ବିଚିତ୍ର ତା ନୀତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାଉ ଖାଇଲେ ପଣସ , ବଗ ମୁଣ୍ଡ ରେ ଅଠା

ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ରେ ୨ ବର୍ଷ ମଧ୍ୟରେ ବଦଳି ହେଲେ ୭ ସି.ଡି.ଏମ.ଓ । ସେପ୍ଟେମ୍ବର ୨୫ ତାରିଖରେ ବିମଳା ସାହୁ ରାୟଗଡା ଜିଲ୍ଲା ର ସି.ଡି.ଏମ.ଓ ଭାବେ ନିଯୁକ୍ତି ପାଇଥିଲେ । ଗତ ଦିନ ରେ ଅର୍ଥାତ ୧୨ ତାରିଖ ଦିନ ନୂଆ ୧୦୮ ଆମ୍ବୁଲାନ୍ସ ର ଉଦ୍ଘାଟନୀ ସମୟ ରେ ରାଜ୍ୟସଭା ସାଂସଦ ଶ୍ରୀ ଏନ. ଭାସ୍କର ରାଓ , ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ଗୁହା ପୁନମ ତାପଶ କୁମାର ଙ୍କ ସହ ଦେଖିବାକୁ ମିଳିଥିବା ସି.ଡି.ଏମ.ଓ ଶ୍ରୀମତୀ ବିମଳା ସାହୁ ମହାଶୟା ପର ଦିନ ଅର୍ଥାତ ୧୩ ତାରିଖ ଦିନ ସସପେଣ୍ଡ ହେବା ପଛର କାରଣ ଅସ୍ପଷ୍ଟ ରହିଛି ।  ନିଯୁକ୍ତି ପାଇବାର ୧୭ ଦିନ ରହିବା ପରେ ଗତ ଶନିବାର ଦିନ ସାହୁଙ୍କୁ ହଟାଇ ଶିବ ପ୍ରସାଦ ପାଢୀ ଯିଏକି ଆଗରୁ ରାୟଗଡା ରେ ୬ ମାସ ସି.ଡି.ଏମ.ଓ ଦାୟୀତ୍ବ ରେ ଥିଲେ ତାଙ୍କୁ ପୁଣି ନିଯୁକ୍ତି ଦିଆଯାଇଛି ।

ତେବେ ଏହିପରି ଶିବ ପାଢ଼ୀ ଙ୍କୁ ଏକ କଳୁଷିତ ରାଜନୀତି ପ୍ରୋତ୍ସାହନ ରେ ବଦଳି ର ରହସ୍ୟ କଣ ତାହା ବର୍ତ୍ତମାନ ସନ୍ଧେହ ଘେରରେ ରହିଥିବା ବେଳେ , ଏହାକୁ ସିଧାସଳଖ ଭାବେ ରାଜନୈତିକ ଚାପ ଏବଂ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ମାସକୁ ପ୍ରାୟ ୩ ଲକ୍ଷ ଟଙ୍କା PC ଆକାର ରେ ଏକ ନିର୍ଦ୍ଦିଷ୍ଟ ପ୍ରଭାବଶାଳୀ ରାଜନେତାଙ୍କ ପକେଟ୍ କୁ ଯିବା ଓ ପ୍ରତିବର୍ଷ ୩ ରୁ ୪ ଥର ଶାସକ ଦଳର ପ୍ରଚାର ପ୍ରସାର ପାଇଁ ଜିଲ୍ଲା ପ୍ରଶାସନ ର ଏକ ଘନିଷ୍ଠ ଗଣମାଧ୍ୟମ ବନ୍ଧୁଙ୍କୁ ଦେବା ନେଇ ସମଗ୍ର ରାୟଗଡା ଜିଲ୍ଲା ର ବୁଦ୍ଧିଜିବୀ ଙ୍କ ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି ।

0
0
0
s2sdefault