ହେଡଲାଇନସ୍:

ପାଣ୍ଡିଆନ-ରଘୁ ଭେଟଘାଟକୁ ନେଇ ଚର୍ଚା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଣପୁର( ସେକ କୌସର ): ଆଜି 5ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବାଣପୁର ଗସ୍ତ ଥିଲା। ସେ ମଧ୍ୟାହ୍ନରେ ବାଣପୁରରେ ପହଞ୍ଚି ପ୍ରଥମେ ମା ଭଗବତୀଙ୍କୁ ଦର୍ଶନ କରିଥିଲେ। ଏହି ସମୟରେ ମାଆଙ୍କ ଦୂଆରରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ପାଣ୍ଡିଆନଙ୍କୁ ଭେଟିଥିଲେ। ଯାହାକୁ ନେଇ ଚିଲିକା ରାଜନୀତି ବେଶ ସରଗରମ ହୋଇ ଉଠିଛି।ରଘୁନାଥ ପାଣ୍ଡିଆନଙ୍କୁ ଏକ ଉତ୍ତରୀୟ ପ୍ରଦାନ କରିବା ସହିତ ଫୁଲତୋଡା ଦେଇଥିଲେ। ଯାହାକୁ ପାଣ୍ଡିଆନ ଆଗ୍ରହ ସହକାରେ ଗ୍ରହଣ ମଧ୍ୟ କରିଥିଲେ। ଚିଲିକାର ବହୁ ବିଜେଡି ନେତାଙ୍କ ଉପସ୍ଥିତିରେ ଏବଂ ସର୍ବ ସାଧାରଣଙ୍କ ସମ୍ମୁଖରେ ରଘୁନାଥ ଏହି ଉପହାର ଦେଇଥିଲେ।କେବଳ ସେତିକି ନୁହେଁ, ରଘୁନାଥ ଭଗବତୀ ମନ୍ଦିର ନିକଟରେ ଭେଟିବା ପରେ ସେ ପାଣ୍ଡିଆନଙ୍କ ସଭାରେ ଯୋଗଦେବାକୁ ମଧ୍ୟ ଯାଇଥିଲେ। ସେଠାରେ ସେ ତାଙ୍କ ସମର୍ଥକଙ୍କ ସହିତ ପାଣ୍ଡିଆନଙ୍କ ଭାଷଣ ଶୁଣିଥିଲେ। ଭାଷଣ ଶେଷ ହେବା ପରେ ପାଣ୍ଡିଆନ ତଳକୁ ଆସିବା ପରେ ପୁଣି ରଘୁନାଥ ଆଉ ଏକ ନମସ୍କାର କରିଥିଲେ। ଏହାକୁ ନେଇ ଚିଲିକାର ବିଜେଡି ଭିତରେ ଚର୍ଚ୍ଚା ଜାରି ରହିଛି ? କାରଣ ସେ ଦୀର୍ଘ ଦିନ ଧରି ବିଜେଡିରେ ଥିଲେ ମଧ୍ୟ ଦଳରେ ସକ୍ରିୟ ନାହାଁନ୍ତି। ଚିଲିକା ବିଜେଡିରେ ଏକପ୍ରକାରର ଏକଘରକିଆ ହୋଇ ରହିଛନ୍ତି। 

0
0
0
s2sdefault