ହେଡଲାଇନସ୍:

ଓଡ଼ଗାଁ ବ୍ଳକ ଗସ୍ତରେ ରାଜ୍ୟପାଳ, ଗାଁର ବିକାଶ ଘଟିଲେ ଦେଶର ବିକାଶ ହୋଇପାରିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୮।୧(ଶ୍ରୀକାନ୍ତ କୁମାର ମିଶ୍ର): ଓଡିଶା ରାଜ୍ୟପାଳ ରଘୁବର ଦାସ ସୋମବାର ଅପରାହ୍ନରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଗସ୍ତରେ ଆସି ନନ୍ଦିଘର ଗ୍ରାମପଞ୍ଚାୟତ କଲ୍ୟାଣମଣ୍ଡପ ଠାରେ ପ୍ରାୟ ୩ଶହ ଚାଷୀ, ସ୍ୱୟଂ ସହାୟିକା ଗୋଷ୍ଠୀର ମା' ଏବଂ ସ୍ଥାନୀୟ ଜନପ୍ରତିନିଧି ମାନଙ୍କ ସହିତ ସରକାରଙ୍କ ଯୋଜନା ଓ ତାର ଉପଯୋଗ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ପରିପ୍ରେକ୍ଷୀରେ ପିଏମ କିଷାନ ନିଧି, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ପ୍ରଧାନମନ୍ତ୍ରୀ କୃଷି ବୀମା ଯୋଜନା, ସହିତ ଗୋପାଳନରେ ଏକା ସମୟରେ ମିଳୁଥିବା ଏକାଧିକ ଉପକାର ସମ୍ପର୍କରେ କହିଥିଲେ । ଏବଂ ଏ ସମ୍ପର୍କରେ ସାଧାରଣରେ ଅଧିକ ସଚେତନ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଏବଂ ନିଶାମୁକ୍ତ ସମାଜ ଗଠନ ପାଇଁ ସ୍ଥାନୀୟ ଜନପ୍ରତିନିଧି ସହିତ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପରାମର୍ଶ ଦେବା ସହିତ ସେମାନଙ୍କୁ ଶକ୍ତିସ୍ୱରୂପା ବୋଲି ସମ୍ବୋଧନ କରିଥିଲେ। ଓଡ଼ିଶାରେ ଆଦର୍ଶ ବିଦ୍ୟାଳୟ ଶୋଭାବର୍ଦ୍ଧନ କରୁଥିବା ବେଳେ ରାଜ୍ୟରେ ୫୦ ପ୍ରତିଶତ ଛାତ୍ରଛାତ୍ରୀ ବିଦ୍ୟାଳୟ ଛାଡୁଥିବା ଦୁଃଖର କଥା । ଏଣୁ ଦେଶର ଭବିଷ୍ୟତମାନଙ୍କ ନିମନ୍ତେ ଆମକୁ ଗୁରୁତର ସହିତ ଚିନ୍ତା କରିବାର ଆବଶ୍ୟକତା ରହିଛି । ଓଡ଼ିଶା ହେଉଛି ଜଗନ୍ନାଥଙ୍କ ରାଜ୍ୟ । ସେହି ପ୍ରଭୁଙ୍କ ଆର୍ଶୀବାଦର ଶକ୍ତି ବଳରେ ଆମ୍ଭଙ୍କୁ ସମାଜ ପ୍ରତି କିଛି କରିବାର ଅଛି । କେବଳ ପ୍ରଶାସନ ନୁହେଁ, ସମାଜ ପ୍ରତି ଆମ୍ଭମାନଙ୍କର ଥିବା ମୌଳିକ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ଯତ୍ନବାନ ହେବାର ଆବଶ୍ୟକ।ସ୍ବାଧୀନତାର ୭୫ ବର୍ଷ ପରେ ଚାଷୀର (ଅନ୍ନଦାତା) ବିକାଶ ସମ୍ଭବପର ହୋଇପାରିନାହିଁ । ରାସାୟନିକ ସାରକୁ ବାଦଦେଇ ଗୋଟିଏ ଋତୁରେ ତିନୋଟି ଫସଲ ଅମଳ କରିବା ସହ ଗୋପାଳନ ମାଧ୍ୟମରେ ଜୈବିକ ସାରର ପ୍ରୟୋଗ ଉପରେ ଗୁରୁତ୍ଵ ଦେଇଥିଲେ ।

ଶରୀର ରୋଗର ଶିକାର ହେବାପରି ବିଭିନ୍ନ ରାସାୟନିକ ସାରର ପ୍ରୟୋଗ ଦ୍ବାରା ମୃତ୍ତିକା ମଧ୍ୟ ରୋଗ ଗସ୍ତ ହୋଇଥାଏ । ଏଣୁ ସ୍ବାସ୍ଥ୍ୟରକ୍ଷା ପାଇଁ ମୃତ୍ତିକା ପରିକ୍ଷଣର ଆବଶ୍ୟକତା ରହିଛି । କେବଳ ଜଳବାୟୁ ଉପରେ ନିର୍ଭର ନକରି ବିଭିନ୍ନ ଜଳଉତ୍ସରୁ ସିଞ୍ଚନ ପ୍ରକ୍ରିୟା ମାଧ୍ୟମରେ ଚାଷ କଲେ ଚାଷୀ ଲାଭବାନ ହୋଇପାରିବ। ତେବେ ସାଧାରଣ ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ଉପଯୋଗର ହିସାବ ପ୍ରଦାନ ସମୟରେ କୃଷୀ ବିଭାଗ ଅଧିକାରୀମାନେ ହଡବଡେଇ ଯାଇଥିବା ଦେଖାଯାଇଥିଲା । ଏତଦବ୍ୟତୀତ ନୟାଗଡ ଚିନିକଳକୁ ପୁନରୁଦ୍ଧାର କରିବା ପାଇଁ ଜଣେ ଚାଷୀ ମତ ରଖିଥିବା ବେଳେ ଶୀତଳଭଣ୍ଡାର ଅଭାବ ସମ୍ପର୍କରେ ଚାଷୀ କୈଳାଶ ସିଠ କହିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇଦେବା, ପାଳ ପୋଡି ବନ୍ଦ କରିବା ସହ ଅଭାବୀ ଧାନ ବିକ୍ରି ଉପରେ ଯୁବ ଚାଷୀ ତାପସ କୁମାର ପାଢୀ ପ୍ରତିକ୍ରିୟା ରଖିଥିଲେ। ଜଣେ ଭୂମିହୀନ ହିତାଧୁକାରୀଙ୍କୁ ଖୁବ ଶ୍ରୀଘ୍ର ଭୂମି ସହିତ ଆବାସ ଯୋଗାଇବା ପାଇଁ ରାଜ୍ୟପାଳ ଜିଲ୍ଲାପାଳଙ୍କୁ କହିଥିଲେ। କୃଷକ ହେଉଛି ଅନ୍ନଦାତା ଏବଂ ତାକୁ ଉପଯୁକ୍ତ ସମ୍ମାନ ମିଳିବା ଦରକାର ।

କାର୍ଯକ୍ରମ ଅବସରରେ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ନନ୍ଦିଘୋର ପଞ୍ଚାୟତ ସରପଞ୍ଚ ଶ୍ବେତଲିନା ମିଶ୍ର ମଞ୍ଚାସିନ ରହିଥିବା ବେଳେ ଅନ୍ୟାନ୍ୟ ସ୍ଥାନୀୟ ଜନପ୍ରତିନିଧି ମାନେ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ । ଏହି ଅବସରରେ ଓଡ଼ଗାଁ ସାମ୍ବାଦିକ ସଂଘର ସଭ୍ୟମାନେ ମହାମାନ୍ୟ ରାଜ୍ୟପାଳଙ୍କୁ ଉତ୍ତରୀୟ ସହିତ ରଘୁନାଥଜୀଉଙ୍କ ଫଟୋଚିତ୍ର ପ୍ରଦାନ କରି ମନ୍ଦିର ଦର୍ଶନ ପାଇଁ ଅନୁରୋଧ ରଖିଥିଲେ ।
ନନ୍ଦିଘୋର ଗସ୍ତ ପଥରେ ଶରଣକୁଳ ଠାରେ ରାଜ୍ୟପାଳ ପ୍ରଭୁ ଲଡୁବାବାଙ୍କୁ ଦର୍ଶନ କରିଥିଲେ ।

0
0
0
s2sdefault