ହେଡଲାଇନସ୍:

ଘୁ.ଉଦୟଗିରି ଆଦିବାସୀ ଗୋଣ୍ଡ ସମାଜର ନୂତନ ବର୍ଷ ବନ୍ଧୁମିଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ଆଦିବାସୀ ଗୋଣ୍ଡ ସମାଜର ରବିବାର ଦିନ ସ୍ଥାନୀୟ ୱାର୍ଡ ନମ୍ବର -୪ ସ୍ଥିତ ସିଓଣମାହା ଠାରେ ସମସ୍ତ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ସମାଜର ନୂତନ ବର୍ଷ ବନ୍ଧୁମିଳନ ହସ ଖୁସୀରେ ଅନୁଷ୍ଠିତ ହୋଇଯାଇଛି I ନୂତନ ବର୍ଷ-୨୦୨୪ ସମସ୍ତଙ୍କ ଜୀବନରେ ନୂତନ ଆଶା, ଆକାଂକ୍ଷା ଏବଂ ନୂତନ ଖୁସୀ ନିମନ୍ତେ କାମନା କରି ପରସ୍ପରଙ୍କୁ ଅଭିନନ୍ଦନ ଜଣେଇ ଥିଲେ I ସମସ୍ତେ ମିଳିମିଶି ବଣ ଭୋଜିର ଆୟୋଜନ କରି ନାଚଗୀତ ଓ ସଂଗୀତ ଗାନ କରି ନୂତନ ବର୍ଷର ଉତ୍ସବ ପାଳନ କରିଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ଅନିଲ କୁମାର ଦଳବେହେରା, ଅକ୍ଷୟ କୁମାର ଦଳବେହେରା, ଚିତ୍ତରଞ୍ଜନ ଦଳବେହେରା, ପ୍ରମୋଦ ନାୟକ, ରିଙ୍କୁ ଦଳବେହେରା, କାନ୍ହୁ ଚରଣ ନାୟକ, ଶଶିଭୂଷଣ ଦଳବେହେରା, ରାଜକିଶୋର ଦଳବେହେରା, ଈଶ୍ୱର ନାୟକ, ଚିଣ୍ଟୁ ଦଳବେହେରା, ରଞ୍ଜିତ ନାୟକ, ସଞ୍ଜୟ ନାୟକ, ଗୀତା ଦଳବେହେରା, କୁମୁଦିନୀ ନାୟକ, ଲିପାଞ୍ଜଳି ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ l

0
0
0
s2sdefault