ହେଡଲାଇନସ୍:

କ୍ଷତିଗ୍ରସ୍ତ ଅଂଚଳରେ ପହଂଚି ପାରୁନି  ପ୍ରଶାସନ, ଲୋକ ଆସି ପ୍ରଶାସନ ଦୁଆରେ | 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

( ଗୁଣପୁର ରୁ ସିଦ୍ଧାର୍ଥ ଦାଶ ଙ୍କ ରିପୋର୍ଟ୍ ) : ଗୁଣପୁର ଉପଖଣ୍ଡ ଅଧୀନସ୍ଥ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ରେ ସାମୁଦ୍ରିକ ଝଡ ତିତିଲି ଯୋଗୁଁ ବହୁ ଚାଷ ଜମି ରେ ରହିଥିବା ଧାନ ଫସଲ ବହୁତ କ୍ଷତି ହୋଇଥିବା ବେଳେ ଏହି ଅଞ୍ଚଳ କୁ କୌଣସି ପ୍ରଶାସନିକ ଅଧିକାରୀ ଆକଳନ କରିନଥିବା ଅଭିଯୋଗ କରି ଏହି ଅଞ୍ଚଳ ବାସୀ ସ୍ଥାନୀୟ ଉପ ଜିଲ୍ଲାପାଳ ଙ୍କୁ ଏକ ସ୍ମାରକ ପତ୍ର ମାଧ୍ୟମରେ ଏହି କ୍ଷୟ କ୍ଷତିର ଆକଳନ କରି କ୍ଷତି ପୁରଣ ଦେବା ପାଇଁ ଅନୁରୋଧ କରିଛନ୍ତି। ଏହି ଭଳି ଗୁଣପୁର ସହରର ନିକଟ ବର୍ତ୍ତୀ ଜଗନ୍ନାଥ ଗୁଡ଼ା ଠାରେ ବହୁଳ କ୍ଷୟକ୍ଷତି ହୋଇଥିବା ବେଳେ ଏଠାକାର ଅଧିବାସୀ ଙ୍କୁ କୌଣସି ପ୍ରକାର ସାହାଯ୍ୟ ଯୋଗାଇ ଦିଆ ଯାଇନଥିବା ଅଭିଯୋଗ କରି ଉପ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ଯ ରେ ଏକ ସ୍ମାରକ ପତ୍ର ଦେଇଛନ୍ତି।

ଗୁଣପୁର ଅଞ୍ଚଳ କୁ ଦୁଇ ପ୍ରମୂଖ ମନ୍ତ୍ରୀ ଯଥା ରାଜସ୍ବ ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି , ଗୃହ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଏବଂ ରିଲିଫ କମିଶନର ଶ୍ରୀ ବିଷ୍ଣୁ ପଦ ସେଠୀ ଗସ୍ତ କରିଥିଲେ ହେଁ ବହୁଳ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ କୁ ଆସିନଥିବା ସାଧାରଣ ରେ କ୍ଷଭୋ ପ୍ରକାଶ ପାଇଛି। ମନ୍ତ୍ରୀ ଏବଂ କମିଶନର ଶ୍ରୀ ସେଠୀ ଗସ୍ତ କରିଥିବା ଅଞ୍ଚଳ ବାସୀ ସେମାନଙ୍କ ଗୁହାରି ମନ୍ତ୍ରୀ ମହୋଦୟ ଓ ଶ୍ରୀ ସେଠୀ ମହୋଦୟ ଙ୍କୁ ଜଣା କରିବା ପାଇଁ ଆଗେଇ ଆସିଥିଲେ ମଧ୍ଯ ଜିଲ୍ଲା ନେତା ମାନେ ଅଞ୍ଚଳ ବାସୀଙ୍କୁ କହିବାକୁ ସୁଯୋଗ ଦିଆଯାଇ ନଥିବା ଅଭିଯୋଗ ହୋଇଛି । ଗୁଣପୁର ନିର୍ବାଚନ ମଣ୍ଡଳୀ ରେ ଗୋଷ୍ଠୀ କନ୍ଦଳ ଯୋଗୁଁ ବିଜେଡି ର ଲୋକ ପ୍ରିୟତା ହ୍ରାସ ପାଉଥିବା ବେଳେ ମନ୍ତ୍ରୀ ଏବଂ ରିଲିଫ କମିଶନରଙ୍କ ଗସ୍ତ ଏକ ରାଜନୈତିକ ଚାଲ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।

0
0
0
s2sdefault