ହେଡଲାଇନସ୍:

ଇତିହାସ ରଚିଲା ପାରାଦୀପ ବନ୍ଦର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରାଦୀପ : ପାରାଦୀପ ବନ୍ଦର ମାତ୍ର ୨୦ଘଣ୍ଟା ମଧ୍ୟରେ ୨୭ଟି ଜାହାଜରୁ ୬ଲକ୍ଷ ୩୯ ମେଟ୍ରିକ୍ ଟନ୍ ପଣ୍ୟ ବୋଝେଇ ଓ ଖଲାସ କରି ଏକ ନୂତନ ରେକର୍ଡ ସୃଷ୍ଟି କରିପାରିଛି ବୋଲି ସ୍ଥାନୀୟ ଅଫିସର୍ସ କ୍ଳବ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବନ୍ଦରର ଟ୍ରାଫିକ୍ ମ୍ୟାନେଜର ଶୁସାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି । ଏହି ପଣ୍ୟ ବୋଝେଇ ଓ ଖଲାସ କାରବାର ବନ୍ଦରର ଅଫିସର୍ସ ଓ କର୍ମଚାରୀ, ଶ୍ରମିକ, ଷ୍ଟିଭେଡୋର୍ସ ସଂସ୍ଥାର ମିଳିତ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଏମିତି ସହଯୋଗ ଯଦି ଆଗାମୀ ଦିନରେ ବଳବତର ରହେ ତେବେ ପାରାଦୀପ ବନ୍ଦର ଆଗାମୀ ଦିନରେ ଦେଶର ୧ନଂ ବନ୍ଦର ଭାବେ ଉଭା ହୋଇପାରିବ । ଏଥିପାଇଁ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟଙ୍କ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ହାର୍ବର ମାଷ୍ଟର କ୍ୟାପଟେନ ଅଲେଖ ଚନ୍ଦ୍ର ସାହୁ, ଡିଟିଏମ୍ ଅକ୍ଷୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସାମ୍ବାଦିକ ସମ୍ମଳନୀକୁ ବନ୍ଦରର ଲୋକସମ୍ପର୍କ ଅଧିକାରୀ ପ୍ରକାଶ ଚନ୍ଦ୍ର ଆୟୋଜନ କରିଥିଲେ ।

0
0
0
s2sdefault