ପଦ୍ମପୁର:- ବିଜେଡି ର ୨୭ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ରକ୍ତଦାନ ଶିବିରସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଧାୟିକା ବର୍ଷା ସିଂ ବରିହାଙ୍କ ନେତୃତ୍ୱ ରେ ଓଡ଼ିଶା ମୋ ପରିବାର ଏବଂ ବିଜୁ ଯୁବ ଜନତା ଦଳ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ କୁ ମାନ୍ୟବର ବିଧାୟିକା ବର୍ଷା ସିଂ ବରିହା ଏବଂ ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର, ଜିଲ୍ଲା ଯୁବ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସାବିତ୍ରୀ ବାଗ, ଯୁବନେତା ଭୋଜରାଜ ସିଂ ବରିହା, ଟାଉନ ସଭାପତି ନବ କିଶୋର ସାହୁ, ମହିଳା ସଭାନେତ୍ରୀ ମନୋରମା ମହାପାତ୍ର, ସମସ୍ତ କାଉନସିଲର, ପ୍ରଶାନ୍ତ ମହାନ୍ତି, ରାଜୁ ଘିବେଲା , ଚମ୍ପକ ପୁରୋହିତ, ଗୋବିନ୍ଦ ପାଣିଗ୍ରାହୀ, ଧରମ ପାଢ଼ୀ ଟାଉନ ଯୁବ ସଭାପତି ସରଜୁ ପଟ୍ଟନାୟକ ସୌମ୍ୟ ରଞ୍ଜନ ହୋତା, ବ୍ଲକ୍ ଯୁବ ସଭାପତି ଦୁଷ୍ମନ୍ତ ପଟେଲ, ବ୍ଲକ୍ ଛାତ୍ର ସଭାପତି ଲୋକନାଥ ମେହେର, ଜିଲ୍ଲା ଯୁବ ଉପ ସଭାପତି ଭରତ ପଣ୍ଡା ଏବଂ ଜିଲ୍ଲା ସମ୍ପାଦକ ଅଚ୍ୟୁତା ସେଠ୍, ମୌସମ ପାଗଡା ପ୍ରମୁଖ ପରିଚାଳନା କରିଥିଲେ l ଏହି ଶିବିରରୁ ୩୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।
ରାଜ୍ୟ
ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର :୩୧ ୟୁନିଟ୍ ସଂଗୃହିତ
- Hits: 251







