ହେଡଲାଇନସ୍:

ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୮୫ ମାଟ୍ରିକ୍ ବ୍ୟାଚର ବନ୍ଧୁମିଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଦର୍ଶ ଶିକ୍ଷକଙ୍କ ଶିକ୍ଷକତା ଓ ଛାତ୍ର ଜୀବନର କଲେ ସ୍ମୃତି ଚାରଣ

ଓଡ଼ଗାଁ,୧୦।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୮୫ ମସିହା ମାଟ୍ରିକ୍ ବ୍ୟାଚ ଛାତ୍ରଙ୍କ ବନ୍ଧୁମିଳନ ଉତ୍ସବ ବ୍ଳକ ରୋଡ଼ ସରକାରୀ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବନ୍ଧୁମିଳନ ଉତ୍ସବ କ୍ୟାପଟେନ ପୂର୍ଣ୍ଣଚନ୍ଦ୍ର ପାତ୍ର, କୁମାର ଦେବଦତ୍ତ, ସୁକାନ୍ତ କୁମାର ବାରିକ, ଚିତ୍ତରଞ୍ଜନ ଦାଶ ଓ ସାରସ କୁମାର ମିଶ୍ରଙ୍କ ତ୍ୱାବଧାନରେ ପରିଚାଳିତ ହୋଇଥିବା ବେଳେ ପ୍ରାୟ ୩୫ ଉର୍ଦ୍ଧ୍ବ ସହପାଟୀ ଏକାଠୀ ହୋଇ ପୁରୁଣା ଦିନର ସୃତିକୁ ସାଉଁଟି ମଜା ଉଠାଇଥିଲେ । ତତ୍କାଳୀନ ଛାତ୍ରବତ୍ସଳ ଶିକ୍ଷକ ସ୍ବର୍ଗତ ଭୁବନେଶ୍ଵର ଷଡ଼ଙ୍ଗୀ, ନିତ୍ୟାନନ୍ଦ ବିଶ୍ବାଳ, ଅଚ୍ୟୁତାନନ୍ଦ ସାହୁ, ତ୍ରିନାଥ ସାହୁ ପ୍ରମୁଖ ଏବଂ ଲକ୍ଷ୍ମୀଧର ପଟ୍ଟନାୟକ, ପିତବାସ ସାହୁ, ସୁରେନ୍ଦ୍ର ମହାରଣା, ବ୍ରଜକିଶୋର ନନ୍ଦ, ବିପ୍ରଚରଣ ସାହୁ ଏବଂ ପ୍ରଧାନଶିକ୍ଷକ ରାମଚନ୍ଦ୍ର ମହାନ୍ତିଙ୍କ ବଳିଷ୍ଠ ଶିକ୍ଷାଦାନ ଯୋଗୁଁ ଏହି ବ୍ୟାଚର ସମସ୍ତ ଛାତ୍ର ଶୃଙ୍ଖଳିତ ଭାବେ ସମାଜରେ ଠିଆହୋଇ ପାରିଥିବାରୁ ଶିକ୍ଷକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

0
0
0
s2sdefault