ହେଡଲାଇନସ୍:

ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରି ଶିକ୍ଷକ ନିଲମ୍ବିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୧୦।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ମଗରବନ୍ଧ ପଞ୍ଚାୟତ କଲ୍ୟାଣପୁର କ୍ଳଷ୍ଟରର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଶିକ୍ଷା ବିଭାଗ ଦ୍ବାରା ଶିକ୍ଷକଙ୍କୁ ସସପେଣ୍ଡ କରାଯାଇଛି । ସସପେଣ୍ଡ ହୋଇଥିବା ଶିକ୍ଷକ ଜଣକ ହେଲେ ସୁବାସ ଚନ୍ଦ୍ର ମହାପାତ୍ର । ସୂଚନା ଥାଉକି ଉକ୍ତ ଶିକ୍ଷକ ଜଣକ ପ୍ରତିଦିନ ମଦ୍ୟପାନ କରି ବିଦ୍ୟାଳୟକୁ ଆସିଥାନ୍ତି । ଗତ ଗୁରୁବାର ଦିନ ଛାତ୍ରୀଙ୍କ ପ୍ରତି ଅଭିଯୁକ୍ତ ଶିକ୍ଷକ ଜଣକ ଅସଦାଚରଣ କରିଥିବା ନେଇ ଛାତ୍ରୀ ଜଣକ ପ୍ରଥମେ ଜଣେ ସହପାଠିନୀକୁ କହିଥିଲେ । ପରେ ଦୁଇ ଛାତ୍ରୀମିସି ଜଣେ ଶିକ୍ଷକଙ୍କୁ ତାଙ୍କ ସହିତ ଘଟିଥିବା ଘଟଣା ସମ୍ପର୍କରେ ଜଣାଇଥିଲେ । ଏ ସମ୍ପର୍କରେ ଜାଣିବା ପରେ ବାପା ମା ଏବଂ ଗ୍ରାମବାସୀ ମାନେ ଶନିବାର ସକାଳେ ୮ ବେଳେ ସ୍କୁଲରେ ପହଁଞ୍ଚି ଅଭିଯୁକ୍ତ ଶିକ୍ଷକଙ୍କୁ ଖୋଜିଥିଲେ । ସେ ଛୁଟିରେ ଥିବା ଜାଣିବା ପରେ ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ଓଡ଼ଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସେଠାରେ କେହି ପ୍ରଧାନ ଶିକ୍ଷକ ନଥିବାରୁ ଗମ୍ଭାଡିଡିହି ଜନତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭକ୍ତ ରଞ୍ଜନ ମିଶ୍ରଙ୍କୁ ଘଟଣା ସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଏବଂ ପ୍ରଧାନ ଶିକ୍ଷକ ଘଟଣା ସ୍ଥଳରେ ପହଁଞ୍ଚି ପିଡିତାଙ୍କ ବାପା, ମା' ଏବଂ ଗ୍ରାମବାସୀଙ୍କ ଠାରୁ ସମସ୍ତ ବିଷୟ ବୁଝିବା ପରେ ବିଡିଓଙ୍କୁ ଅବଗତ କରିଥିଲେ । କାଳବିଳମ୍ବ ନକରି ବିଇଓ ଗୀତାଞ୍ଜଳୀ ସାହୁ ସେ ବିଦ୍ୟାଳୟରେ ପହଁଞ୍ଚି ଘଟଣା ସମ୍ପର୍କରେ ବୁଝାସୁଝା କରିଥିଲେ । ଏବଂ ପିଡିତାଙ୍କ ଅଭିଯୋଗ ଅନୁସାରେ ଶିକ୍ଷକ ସୁବାସ ଚନ୍ଦ୍ର ମହାପାତ୍ରଙ୍କୁ ଶନିବାର ଦିନ ସସପେଣ୍ଡ ଆଦେଶ ଦେଇଥିଲେ ।

0
0
0
s2sdefault