ହେଡଲାଇନସ୍:

ଗଜପତି ଉତ୍ସବ -୨୦୨୩ ନିମନ୍ତେ ମଶାଲ ପୂଜାର୍ଚ୍ଚନା ନିମନ୍ତେ ଶୁଭାରମ୍ଭ ଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ(10/12/23) : ରବିବାର ସନ୍ଧ୍ୟାରେ ପାରଳଖେମୁଣ୍ଡି ସ୍ଥିତ ଜଗନ୍ନାଥ ମଠ ନିକଟରେ ମଶାଲ ଶୋଭାଯାତ୍ରା ନିମନ୍ତେ ମହେନ୍ଦ୍ରଗିରି ଶୈବ ପୀଠ କୁ ଯିବା ପାଈଁ ମଶାଲ ପୂଜାର୍ଚ୍ଚନା ନିମନ୍ତେ ଶୁଭାରମ୍ଭ ଯାତ୍ରା ଆରମ୍ଭ ହୋଇଥିଲା।
ଏହି ଅବସରରେ ଆସନ୍ତା କାଲି ସୋମବାର ଦିନ ସକାଳ ୫ ଘଣ୍ଟା ସମୟରେ ମହେନ୍ଦ୍ରଗିରି ଶୈବ ପୀଠ କୁନ୍ତୀ ମନ୍ଦିର ନିକଟରୁ ପୂଜାର୍ଚ୍ଚନା କରି ମଶାଲ ଶୋଭାଯାତ୍ରା ଶୁଭାରମ୍ଭ ହେବ। ଏହି ମସାଲ ଶୋଭାଯାତ୍ରା ରୁ ଗଜପତି ଜିଲ୍ଲା ର ରାୟଗଡା ବ୍ଲକ , ଆର୍. ଉଦୟଗିରି ବ୍ଲକ , ନୁଆଗଡ ବ୍ଲକ , ମୋହନା ବ୍ଲକ , ଗୋଷାଣୀ ବ୍ଲକ୍ , କାଶୀନଗର ବ୍ଲକ , ଗୁମ୍ମା ବ୍ଲକର ଉତ୍ସବ ପାଳନ ପାଇଁ ଏହି ଶୋଭାଯାତ୍ରା ରଥକୁ ସ୍ବାଗତ ଜଣାଇବେ। ଏହା ସହିତ ପାରଳଖେମୁଣ୍ଡି ପୌରପରିଷଦ ପକ୍ଷରୁ ବିଜୁକଲ୍ୟାଣ ମଣ୍ଡପ ନିକଟରୁ ମହାସମାରୋହରେ ଏହି ମସାଲ ଶୋଭାଯାତ୍ରା ବିରାଟ ପଟୁଆରରେ ପାଛୋଟି ନେବାର ଆୟୋଜନ ହୋଇଛି। ତେଣୁ ଏହି ମସାଲ ଶୋଭାଯାତ୍ରା ରୁ ଗଜପତି ଜିଲ୍ଲାର ସମସ୍ତ ବ୍ଲକ୍ ର ସଭ୍ୟ ସ୍ବାଗତ କରିବା ଯୋଜନା ପ୍ରସ୍ତୁତ ହୋଇଛି। ଏଥିପାଇଁ ସମସ୍ତେ ସହଯୋଗ କରିବା ପାଇଁ ମସାଲ ଶୋଭାଯାତ୍ରା କମିଟି ପକ୍ଷରୁ ଅନୁରୋଧ କରାଯାଇଛି।

0
0
0
s2sdefault