ହେଡଲାଇନସ୍:

'ପ୍ରଦୂଷଣ ନିରାକରଣ ସୁସ୍ଥ ଗ୍ରହ ପାଇଁ ବଡ଼ ଆହ୍ଵାନ'

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳନ

ରାଉରକେଲା,(ବସନ୍ତ କୁମାର ଜେନା): ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବେଦବ୍ୟାସ ସ୍ଥିତ ବ୍ୟାସଦେବ ଉଚ୍ଚ ବିଦ୍ୟାଳୟରେ ଆଜି ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳନ କରାଯାଇଛି। ଏହି ଅବସର ରେ ଅୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଡଃ. ଅନୁପ କୁମାର ମଲ୍ଲିକ ପ୍ରଦୀପ ପ୍ରଜ୍ବଳନ କରି କହିଲେ ଯେ, ପ୍ରଦୂଷଣ ଯୋଗୁଁ ପରିବେଶ ଦୂଷିତ ହେଉଛି ଏବଂ ଏକ ସ୍ଵଚ୍ଛ ଓ ସୁସ୍ଥ ଗ୍ରହ ନିମନ୍ତେ ପ୍ରଦୂଷଣ ନିରାକରଣ ନିହାତି ଆବଶ୍ୟକ l ଏ ଦିଗରେ ଯଥେଷ୍ଟ ସଚେତନ ହେବାକୁ ଡଃ. ମଲ୍ଲିକ ପରାମର୍ଶ ଦେଇଥିଲେ l ବ୍ୟାସଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବାରିକ ଅଧ୍ୟକ୍ଷତା କରିବା ସହିତ ସ୍ଵାଗତ ଭାଷଣ ଦେଇଥିଲେ l ମୁଖ୍ୟ ବକ୍ତା ଲାଠିକଟା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ସା କହିଲେ ଯେ, ବିଭିନ୍ନ ପ୍ରକାର ପ୍ରଦୂଷଣର ନିରାକରଣ କ୍ଷେତ୍ରରେ ଆମେ ସତର୍କ ହୋଇ ଚଳିଲେ ଏକ ସୁସ୍ଥ ପୃଥିବୀରେ ବାସ କରିବା ଅନୁକୂଳ ହୋଇପାରିବ l ଅନ୍ୟତମ ସମ୍ମାନିତ ବକ୍ତା ବିଶିଷ୍ଟ ବିଜ୍ଞାନ ଗବେଷିକା ଡଃ. ସରୋଜିନୀ ସାହୁ କହିଲେ ଯେ, ଛାତ୍ରଛାତ୍ରୀମାନେ ଇକୋ କ୍ଲବ୍ ଓ ଏନର୍ଜି କ୍ଲବ୍ ମାଧ୍ୟମରେ ବାୟୁ ପ୍ରଦୂଷଣ ଓ ଆଲୋକ ପ୍ରଦୂଷଣକୁ ରୋକି ପାରିବେ l ଡେପୁଟି ପରିବେଶ ଇଞ୍ଜିନିୟର ବିଜୟ କୁମାର ଭୋଇ ଓ ରମଣୀ ରଞ୍ଜନ ଦାସ ସମ୍ମାନିତ ବକ୍ତା ଭାବେ ପରିବେଶ ବିଜ୍ଞାନର ବିଭିନ୍ନ ଉପଚାର ଓ ନିୟନ୍ତ୍ରଣ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ l
ଏହି ଅବସରରେ ପୂର୍ବରୁ ୱାଇ ଏମ୍ ଏଫ୍ ଆଇ ତତ୍ତ୍ୱାବଧାନରେ ଆୟୋଜିତ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରମାଣପତ୍ର ଓ ସ୍କୁଲ୍ ବ୍ୟାଗ୍ ସହିତ ପୁରସ୍କୃତ କରାଯାଇଥିଲା l ସେହିଭଳି ମୁଖ୍ୟ ଅତିଥି ଡଃ. ମଲ୍ଲିକ ଓ ମଞ୍ଚାସୀନ ଅତିଥିବୃନ୍ଦ ଲାଠିକଟା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ସା, ବିଜ୍ଞାନ ଗବେଷିକା ଡଃ. ସରୋଜିନୀ ସାହୁ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବାରିକଙ୍କୁ ଉପହାର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ l
ଏହି କାର୍ଯ୍ୟକ୍ରମରେ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ଅଧିକାରୀ ଇଂ. ରଜତ କୁମାର ସେଠୀ, ଇଞ୍ଜିନିୟର ସି. ଏସ୍. ଚୌହାନ, ଇଞ୍ଜିନିୟର ପ୍ରୀତମ କୁମାର ପତି, ପ୍ରଜ୍ଞାଜ୍ୟୋତି ସେନାପତି ଙ୍କ ସମେତ ବିବେକନନ୍ଦ ହାଇସ୍କୁଲ୍ ର ପ୍ରଧାନଶିକ୍ଷକ ହରିଶ୍ଚନ୍ଦ୍ର ପାଣିଗ୍ରାହୀ,କଲୁଙ୍ଗା ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ସମାସି,ପ୍ରିୟମ୍ବଦା ଆଚାର୍ଯ୍ଯ, ବବିତା ଦାଶ, କୌଶଲ୍ୟା ବାର୍ଲା, ରଶ୍ମିତା ପରିଡ଼ା ଏବଂ ବ୍ୟାସଦେବ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ସହକାରୀ ପରିବେଶ ଯନ୍ତ୍ରୀ ଇଂ. ପ୍ରୀତମ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଦିବସ ପାଳନ ଅବସରରେ ସାଥି ଅନୁଷ୍ଠାନ ପକ୍ଷରୁ ଆଜି ସକାଳେ ଏକ ସଚେତନତା ରାଲି ମଧ୍ୟ ଆୟୋଜନ କରାଯାଇଥିଲା l

0
0
0
s2sdefault