ଭଞ୍ଜନଗର/ ଉଦୟନାଥ ପଣ୍ଡା :ଭଂଜନଗର ଓଷ୍ଟା ଶାଖା ତରଫରୁ ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭଂଜନଗର ବ୍ଲକ ଓଷ୍ଟା ର ସଭାପତି ଶ୍ରୀ ଦିଲୀପ କୁମାର ସ୍ଵାଇଁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଭଂଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଚେୟାରମେନ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର ଯୋଗଦାନ କରିଥିଲେ। ସମ୍ମାନୀତ ଅତିଥି ରୂପେ ଭଂଜନଗର , ଆରଟିଓ ଶ୍ରୀଯୁକ୍ତ ଶୁଭେନ୍ଦୁ ଶେଖର ରାୟ, ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ କୃତ୍ତିବାସ ବିଶ୍ଵାଳ, ଓଡ଼ିଶା ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ମୂଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଜଗବନ୍ଧୁ ଜେନା, ଗଂଜାମ ଜିଲ୍ଲାର ଓଷ୍ଠା ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ଯେନା, ଗଂଜାମ ଜିଲ୍ଲାର ଓଷ୍ଠା ସଂପାଦକ ଶ୍ରୀଯୁକ୍ତ ବିଜୟ କୁମାର ବେହେରା, ଓଡ଼ିଶା ରାଜ୍ୟ ଓଷ୍ଟା ଉପଦେଷ୍ଟା ଶ୍ରୀଯୁକ୍ତ ରାଜକୁମାର ସାହୁ , ଗାଲେରୀ ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅରୂପ ମହାପାତ୍ର ଓ ଗଂଜାମ ଜିଲ୍ଲାର ଓଷ୍ଠା ସହ-ସଂପାଦକ ଶ୍ରୀ ଯୁକ୍ତ ପୀତାମ୍ବର ପାଢ଼ୀ ଯୋଗଦାନ କରିଥିଲେ। ବରିଷ୍ଠ ଶିକ୍ଷକ ତଥା ଭଂଜନଗର ବ୍ଲକ ଓଷ୍ଟା ସଂପାଦକ ଶ୍ରୀଯୁକ୍ତ ଗୌରୀ ନନ୍ଦନ ହୋତା ସଭାମଞ୍ଚ ପରିଚାଳନା କରିଥିଲେ
କୋମଳମତି ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ଅନ୍ଵେଷଣ ଓ ବିକାଶ ନିମନ୍ତେ, ଓଡ଼ିଶା ରାଜ୍ୟ ମାଧ୍ୟମିକ ଶିକ୍ଷକ ସଂଘ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଅନୁଷ୍ଠିତ ହୋଇଥାଏ। ଆଜିର ଏହି କାର୍ଯ୍ୟକ୍ରମରେ ଭଂଜନଗର ବ୍ଲକ ର ୧୬ଟି ବିଦ୍ୟାଳୟ ର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ୧୦ଟି ଇଭେଣ୍ଟରେ ( ବକୃତା, ଲିଖନ, କୁଇଜ୍, କବିତା ଲିଖନ, ଗଳ୍ପ ଲିଖନ, ଏକକ ଅଭିନୟ, ତର୍କ, ପ୍ରବନ୍ଧ ଲିଖନ , କବିତା ଆବୃତ୍ତି ଓ ଜିକେ ଇତ୍ୟାଦି ) ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତି ଇଭେଣ୍ଟ ରୁ ୨ ଜଣ କୃତି ଶିକ୍ଷାର୍ଥୀ କୁ ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ବ୍ଳକ୍ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରରେ ଆୟୋଜନ ହେବାକୁ ଥିବା ଶିଶୁ ଉତ୍ସବ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିବେ। ପରିଶେଷରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ଯୁକ୍ତ ଶ୍ୟାମାପ୍ରସାଦ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।
ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଓଷ୍ଟା କର୍ମକର୍ତ୍ତା ଶ୍ରୀ ଯୁକ୍ତ ସୁବାସ ଚନ୍ଦ୍ର ତ୍ରିପାଠୀ, ଶ୍ରୀ ଯୁକ୍ତ ରବିନାରାୟଣ ମହାନ୍ତି ଓ ଶ୍ରୀ ମତି ବାସନ୍ତୀ ପାଣିଗ୍ରାହୀଙ୍କୁ ଅବସରକାଳୀନ ସମ୍ବର୍ଧନା ଦିଆଯାଇଥିଲା। ଏଥିସହିତ ସଡ଼କ ସୁରକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମ କୁ ଭଂଜନଗର ଆରଟିଓ ଶ୍ରୀ ଯୁକ୍ତ ଶୁଭେନ୍ଦୁ ଶେଖର ରାୟ ଓ ଭଂଜନଗର ଏସଡିପିଓ ଶ୍ରୀ ଯୁକ୍ତ ବିଶ୍ଵାମିତ୍ର ହରପାଲ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଆରଟିଓ ଶ୍ରୀ ଯୁକ୍ତ ଶୁଭେନ୍ଦୁ ଶେଖର ରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଷ୍ଟାର କର୍ମକର୍ତ୍ତା , ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ର ଏନସିସି ଆର୍ମିଓ୍ଵିଙ୍ଗ୍, ଶିକ୍ଷକ , ଛାତ୍ରଛାତ୍ରୀ , ସମାଜସେବୀ ଓ ସାଧାରଣ ନାଗରିକ ଯୋଗଦାନ କରି ସହଯୋଗ କରିଥିଲେ । ଜନସାଧାରଣଙ୍କୁ ସଡ଼କ ଦୁର୍ଘଟଣା ଉପରେ ସଚେତନ କରାଇବା ପାଇଁ ଏକ ବିଶାଳ ରାଲି ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା । ସମସ୍ତ କାର୍ଯ୍ୟ କୁ ଜବାହର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ଗଂଜାମ ଜିଲ୍ଲାର ଓଷ୍ଟା ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ଯେନା ସଞ୍ଚାଳନ କରିଥିଲେ।
ରାଜ୍ୟ
ଭଞ୍ଜନଗରରେ ବ୍ଳକ୍ ସ୍ତରୀୟ ଶିଶୁ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ
- Hits: 377