ମହିଳା ମହାବିଦ୍ୟାଳୟ ରେ ଏଡ୍ସ ଦିବସ ପାଳିତ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଯୁବ ରେଡ଼ କ୍ରସ ଶାଖା ଏବଂ ରେଡ଼ ରିବନ କ୍ଲବ ର ମିଳିତ ଉଦ୍ୟମରେ “ବିଶ୍ଵ ଏଡ଼ସ ଦିବସ” ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଲ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଔଷଧ ବିଶେଷଜ୍ଞ ଡ. ଯଦୁମଣି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । AIDS ଏବଂ HIV ବିଷୟରେ ତାଙ୍କର ଅଭିଭାଷଣ ସମସ୍ତଙ୍କ ପାଇଁ ସାରଗର୍ଭକ ଥିଲା । ଛାତ୍ରୀମାନଙ୍କ ମଧ୍ୟରେ ଏହା ବିଶେଷ ସଚେତନତା ସୃଷ୍ଟି କରିବାରେ ସହାୟକ ହେବ। ଏଥିପାଇଁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଓ ଅଧ୍ୟକ୍ଷା ସାର୍ଟିଫିକେଟ ପ୍ରଦାନ କରିଥିଲେ । ପରିଶେଷରେ AIDS ର ସଚେତନତା ପାଇଁ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ଏକ ରାଲି କରଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଯୁବ ରେଡ଼ କ୍ରସର କାଉନସିଲର ସୁଶ୍ରୀ ସଂଗୀତା ଗୌନ୍ତିଆ ପରିଚାଳନା କରିଥିଲେ । ଏଥିରେ ଯୁବ ରେଡ଼ କ୍ରସର ଅନ୍ୟତମ କାଉନସିଲର ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ, ସ୍ଵେଚ୍ଛାସେବୀ ଛାତ୍ରୀମାନେ, ଅଧ୍ୟାପିକା, ଅଧ୍ୟାପକ ଏବଂ କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।

0
0
0
s2sdefault