ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ବିଶ୍ବ ବିଶ୍ବ ଏଡ଼ସ ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୦୧.୧୨.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ବିଶ୍ବ ଏଡ଼ସ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଡିସେମ୍ବର ମାସ ୧ ତାରିଖରେ ଏହି ଦିବସ ପାଳିତ ହୋଇଥାଏ । ପ୍ରଥମେ ଏକ ରାଲିର ଆୟୋଜନ କରାଯାଇଥିଲା I ଉକ୍ତ ରାଲିରେ ଜିଲ୍ଲା ସ୍ତରରୁ ଏ.ଡି.ଏମ. ମେଡିକାଲ ଡାକ୍ତର ଅଜୟ ସ୍ମାଇଁଙ୍କ ସମେତ ସମସ୍ତ କର୍ମଚାରୀ ଓ ମହିମା ଓ ନାୟୟଣୀ ନସିଂ ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ରାଲି ପରେ ଏକ ସଭାର ଆୟୋଜନ କରାଯାଇଥିଲା ଜିଲ୍ଲା ସଭା ଗୃହରେ । ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶ ସମସ୍ତଙ୍କୁ ସ୍ବାଗତ କରିଥିଲେ । ସଭାରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଅଭିଭାଷଣରେ ଏ ବର୍ଷର ବାର୍ତା "ଗୋଷ୍ଟି ସମୂହକୁ ନେତୃତ୍ଵ ଦେବା ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇବା ସହ ଏଚ. ଆଇ.ଭି ସଂକ୍ରମିତଙ୍କ ନିମନ୍ତେ ଆମ ସମସ୍ତଙ୍କୁ କର୍ତ୍ତବ୍ୟ ଓ ସମାଜର କଣ କର୍ତ୍ତବ୍ୟ ରହିବା ଉଚିତ ସେ ବିଷୟରେ ଅବଗତ କରାଇବା ସହ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ସାମାଜିକ ସ୍ତରରେ ସଚେତନତା ସୃଷ୍ଟି କରିବାକୁ ସମସ୍ତେ ଶପଥ ନେବା ଉଚିତ । ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ଏହି ସଂକ୍ରମଣ ଶରୀରରୁ ନିର୍ଗତ ତରଳ ପଦାର୍ଥ ଯଥା ଅସୁରକ୍ଷିତ ଯୌନ ସମ୍ପର୍କ, ଅଶୌଧିତ ରକ୍ତ ଓ ରକ୍ତଜାତ ଦ୍ରବ୍ୟ ସଂକ୍ରମିତ ସିରିଞ୍ଜ ଓ ଛୁଞ୍ଚି ଦ୍ବାରା ହୋଇଥାଏ । ଛୁଇଁଲେ କି ଏକାଠି ଖାଇଲେ, ହାତ ମିଳେଇଲେ ଏହି ସଂକ୍ରମଣ ହୋଇ ନଥାଏ ଅଭିଭାଷଣ ରଖିଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ତାକ୍ତର ରଶ୍ମିରଞ୍ଜନ ପଟ୍ଟନାୟକ ଏହାର ବିଭିନ୍ନ ସାମାଜିକ ସମସ୍ୟା ଓ ପ୍ରତିରୋଧ ସହ ବର୍ତମାନ ଆମେ କେତେ ସଫଳତା ଲାଭ କରିପାରିଛେ ସେ ବିଷୟରେ ଆମ ଜିଲ୍ଲାରେ ଥିବା ସମନ୍ବିତ ପରାମର୍ଶ କେନ୍ଦ୍ରରେ ଥିବା ସେବା ଓ ଏହାର ଉପଯୋଗ ବିଷୟରେ ଅବଗତ କରାଇଥିଲେ । ବିପିନ ବିହାରୀ ପାତ୍ର ଏକ ପ୍ରେଜେନଟେସନ ଦ୍ଵାରା ଏହି ସଂକ୍ରମଣ କେମିତି ହୁଏ ଓ ଚିକିତ୍ସା ବ୍ୟବସ୍ଥା କଣ ଅଛି ସରକାରଙ୍କ ତରଫରୁ ଏଚ.ଆଇ.ଭି ପଜିଟିଭି ଥିବା ବ୍ୟକ୍ତି ମାନଙ୍କ ପାଇଁ ଥିବା ଯୋଜନା ଇତ୍ୟାଦି ବିଷୟରେ ଅବଗତ କରାଇଥିଲେ । ରାଷ୍ଟ୍ରର ଏକ ସଚେତନ ନାଗରିକ ଭାବେ ଆମର କର୍ତବ୍ୟ ନିଜେ ଜାଣିବା ସହ ଅନ୍ୟମାନଙ୍କୁ ଜଣେଇବା । ନିଶାସକ୍ତ ଲୋକମାନେ ଗୋଟେ ସିରିଞ୍ଜ ଓ ଛୁଞ୍ଚି ବ୍ୟବହାର କରନ୍ତି ସେମାନେ ସଚେତନ ହେବା ଉଚିତ ଓ ଯେଉଁମାନେ ବାହାରକୁ କର୍ମକରିବାକୁ ଯାନ୍ତି ଦୁରକୁ ସେମାନେ ମଧ୍ୟ ଏହି ସଂକ୍ରମଣର ଶିକାର ହୋଇଥାନ୍ତି । ଉକ୍ତ ସଭାରେ ରାଜ୍ୟ ସଂଯୋଜକ ଗୋପାଳ ମିଶ୍ର ଭାଇସ ପ୍ରେସିଡେଣ୍ଟ ସିନିଅର ସିଟିଜେନ ପ୍ରେମାନନ୍ଦ ପଡ଼ିଆରୀ, ପ୍ରଦୀପ୍ତ କୁମାର ପଟ୍ଟନାୟକ ଏବଂ ରଶ୍ମିରଞ୍ଜନ ମହାନ୍ତି, ରେଡକ୍ରସ ଅଫିସର ତ୍ରିଲୋଚନ ସାହୁ, ନେହେରୁ ଯୁବକ ସଂଘ ସଂଗ୍ରାମ ସାହୁ ଯୋଗ ଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ । ଜିଲ୍ଲାସ୍ତରରୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ସଚଳା ମହାନ୍ତି, ସମସ୍ତ କର୍ମଚାରୀ, ଜିଲ୍ଲା କାଉନସେଲର ବିଜୟଲକ୍ଷ୍ମୀ ସାମଲ, ଏରସମା, ବାଲିକୁଦା ଓ କୁଜଙ୍ଗର କାଉନସିଲରମାନେ, ଆହାନା କର୍ମକର୍ତ୍ତା ଯୋଗ ଦେଇଥିଲେ । ଏମ.ଡି. ୱାବର ଅଲ୍ଲୀ ସଭା ପରିଚାଳନା କରିଥିଲେ ଏବଂ ଭି.ବି.ଡି. କନସଲଟାଣ୍ଟ ଅସିତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault