ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଜୁନାପାଣି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ନୂତନ ରାସ୍ତା ପ୍ରଶସ୍ତି କରଣ ସମୟରେ ଜଳ ଯୋଗାଣ ପାଇପ ଫାଟି ଯିବାରୁ ୧୫ ଦିନରୁ ଉର୍ଦ୍ଧ ହେବ ଜଳ ଯୋଗାଣ ବନ୍ଦ ହୋଇଯାଇଛି। ଗ୍ରାମବାସୀ ବାରମ୍ବାର ସରପଞ୍ଚ ଓ ଜଳ ଯୋଗାଣ ଯନ୍ତ୍ରୀଙ୍କୁ ଅଭିଯୋଗ କରିଲେ ସୁଦ୍ଧା କିଛି ସୁଫଳ ମିଳୁନି । ତେଣୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ସୂଚନା ଅନୁଯାୟୀ ପୂର୍ତ୍ତ ବିଭାଗ ତରଫରୁ ଡାବୁଗାଁ ଠାରୁ ବୋରିଗାଁ ଛକ ପର୍ଯ୍ୟନ୍ତ ନୂତନ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଜାରି ରହିଛି। ତେବେ ରାସ୍ତା କାର୍ଯ୍ୟ ଚାଲିବା ସମୟରେ ଜୁନା ପାଣି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପାନୀୟ ଜଳ ଯୋଗାଣ ଭୂତଳ ପାଇପ ଫାଟି ଯାଇଥିଲା। ଯୋ ଦ୍ଵାରା ଜୁନା ପାଣି ସହ ନିକଟ ମୋତି ଗାଁ କୁ ଗତ ୧୫ ଦିନରୁ ଉର୍ଦ୍ଧ ହେବ ଜଳ ଯୋଗାଣ ବନ୍ଦ ରହିଛି। ମୋତିଗାଁ ଏକ ପଥୁରିଆ ଜାଗା ହୋଇଥିବା ବେଳେ ସେହି ଗ୍ରାମରେ ଗୋଟିଏ ହେଲେ ନଳ କୁପ ନାହିଁ। ନଳକୂପ ଖୋଳିବା କାଠିକର ପାଠ ଥିବାରୁ ଜୁନା ପାଣି ରେ ୧ ଲକ୍ଷ ଲିଟର ବିଶିଷ୍ଟ ପାଣି ଟାଙ୍କି ଦ୍ଵାରା ମୋତି ଗାଁ ସହ ଜୁନା ପାଣି କୁ ବସୁଧା ଯୋଜନା ରେ ପାଇପ ଯୋଗେ ସ୍ୱଚ୍ଛ ପାଣି ଯୋଗାଣ ହେଉଛି।୪୦୦ ଜନ ସଂଖ୍ୟା ବିଶିଷ୍ଟ ମୋତିଗାଁରେ ପାଣି ପାଇଁ ଅନ୍ୟ ବିକଳ୍ପ ନ ଥିବାରୁ ଗତ ୧୫ ଦିନ ହେଲା ଗ୍ରାମବାସୀ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଗ୍ରାମ ରେ ଥିବା ଏକ ପୋଖରୀର ଦୂଷିତ ପାଣି ପିଇବାକୁ ବାଧ୍ୟ ହୋଇଛନ୍ତି। କିଛି ପରିବାର ଦୂଷିତ ପାଣି ବ୍ୟେବହାର କରି ରୋଗରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୋତି ଗାଁ ରେ ଥିବା ପ୍ରାଥମିକ ବିଦ୍ୟାଳୟ ରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସ୍ୱଚ୍ଛ ପାଣି ଆଣିବାକୁ ରୋଷେୟା ଗୋଟିଏ କିଲୋମିଟର ଦୂର କୁ ଯାଇ ପାଣି ଆଣୁଛନ୍ତି। ସେହିପରି ଜୁନାପାଣି ରେ ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟ ସହ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ରହିଛି। ଯେଉଁ ଠାରେ ସହ ସହ ପିଲା ପାଠ ପଢ଼ୁଛନ୍ତି। ସରକାର ପ୍ରତି ଘରେ ସ୍ୱଚ୍ଛ ପାଣି ଯୋଗାଇ ଦେବାକୁ ସଂକଳ୍ପ କରିଥିବା ବେଳେ ଏଠାରେ ୧୫ ଦିନରୁ ଉର୍ଦ୍ଧ ହେଲା ସ୍ୱଚ୍ଛ ପାଣି ପାଇବାକୁ ଲୋକେ ଡହଳ ବିକଳ ହେଉଛନ୍ତି। ଜୁନା ପାଣି ରେ ଥିବା କିଛି ନଳ କୁପରେ ମହିଳା ମାନେ ଭିଡ ଜମାଇ ପାଣି ପାଇଁ ଘଣ୍ଟା ଘଣ୍ଟା ସମୟ ନଷ୍ଟ କରୁଛନ୍ତି। ଏ ନେଇ ଜୁନା ପାଣି ସରପଞ୍ଚ ଦୟା ଭତରା ଙ୍କୁ କାହିଁକି ଫଟା ପାଇପ ମରାମତି କରା ଯାଉ ନାହିଁ ପଚାରି ବାରୁ ଠିକା ସଂସ୍ଥା ରାସ୍ତା କାର୍ଯ୍ୟ ନିର୍ମାଣ ସମୟ ରେ ଭାଙ୍ଗି ଥିବାରୁ ପୂର୍ତ୍ତ ବିଭାଗ ଏଥି ପାଇଁ ଦାୟୀ ବୋଲି କହିଥିଲେ।ମରାମତି ପାଇଁ ଅନ୍ୟୁନ ୪୦ ହଜାର ଟଙ୍କା ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ଆକଳନ କରାଯାଇଥିବାରୁ ପଞ୍ଚାୟତ ରେ ସେତିକି ଅର୍ଥ ନ ଥିବା ପ୍ରକାଶ କରିଥିଲେ। ବାରମ୍ବାର ଡାବୁଗାଁ ପାନୀୟ ଜଳ ବିଭାଗ ଯନ୍ତ୍ରୀ ଙ୍କୁ ଅଭିଯୋଗ କରିବା ପରେ ମଧ୍ୟ ସେ କର୍ଣ୍ଣପାତ କରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନ ଶୀଘ୍ର ଏଥିପ୍ରତି ଦୃଷ୍ଟି ଦେଇ ଜୁନାପାଣି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ର ଫଟା ପାଇପ ମରାମତି କରି ପାଇପ ଯୋଗେ ଜଳ ଯୋଗାଣ କରାଯିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।
ରାଜ୍ୟ
ନୂତନ ରାସ୍ତା ପ୍ରଶସ୍ତିକରଣ ସମୟରେ ଫାଟିଲା ଭୂତଳ ପାଣି ପାଇପ, ୧୫ ଦିନ ହେଲା ସ୍ୱଚ୍ଛ ପାଣି ପାଇବାରୁ ବଞ୍ଚିତ ଜୁନାପାଣି ବାସୀ
- Hits: 318











