ହେଡଲାଇନସ୍:

ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ " ବିଶ୍ୱ ଏଡସ୍ ଦିବସ " ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )- କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ " ବିଶ୍ୱ ଏଡସ୍ ଦିବସ " ପାଳିତ ହୋଇଯାଇଛି ।ଉକ୍ତ ଦିନ ଯୁବ ରେଡକ୍ରସ, ଜାତୀୟ ସେବା ଯ଼ୋଜନା ଏବଂ ଭାରତ ସ୍କାଉଟ୍ ଏବଂ ଗାଇଡ଼ ଶାଖାର ସ୍ଵେଚ୍ଛାସେବୀମାନେ ଏଡସ୍ ସଚେତନତା ପ୍ଲାକାର୍ଡ ଧରି ବିଦ୍ୟାଳୟ ଠାରୁ ଏକ ବିଶାଳ ରାଲିରେ ବାହାରି ନୂତନ ପରସୁଲୁଣ୍ଡା ଗ୍ରାମରେ ପହଂଚିଥିଲେ। ଏହାକୁ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ରେଡ ରିବନ୍ କ୍ଲବର୍ ସ୍ଵେଛସେବି ନେତୃତ୍ୱରେ ଗ୍ରାମ ପରିକ୍ରମା କରିଥିଲେ । ଗ୍ରାମର ମଧ୍ୟ୍ୟ ଭାଗରେ ଥିବା କୋଠଘର ଠାରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ବି ଗୋବିନ୍ଦ ରାଓ ଉପସ୍ଥିତ ରହି ଏଡସ୍ ନିରାକରଣ ସମ୍ପର୍କରେ ସବିସେସ ତଥ୍ୟ ସଂଗ୍ରହ କରି ଜନ ସାଧାରଣମାନଙ୍କୁ ସଚେତନ କରାଇଥିଲେ। ଯୁବ ରେଡକ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ସ୍ଵଗତ ଅଭିଭାଷଣ ଅଭିବାଦନ ପ୍ରଦାନ କରିଥିଲେ । " ନୂଆ ଓଡିଶା " କାର୍ଯ୍ୟକ୍ରମର ସମାଜିକ ସେବା ସଂଯୋଜକ କୁମୁଦ ଚନ୍ଦ୍ର ମହପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ମହାମାରି ରୋଗ ପ୍ରତି ସଜାଗ ହେବାକୁ ପରାମର୍ଶ ଦେଇଥିଲେ। ନୂଆ ଓଡିଶା କାର୍ଯ୍ୟକ୍ରମର ନୋଡାଲ୍ ଅଧିକାରୀ ଦେବେଶ ଚନ୍ଦ୍ର ମହପାତ୍ର ବ୍ୟାପକ ଜନ ସଚେତନତା ମାଧ୍ୟମରେ ଏଡସ୍ ରୋଗର ପ୍ରତିକାର କରିବାକୁ ମତ ପ୍ରକାଶ କରିଥିଲେ। ପରସୁଲୁଣ୍ଡା ଗ୍ରାମର ସଭାପତି କାମରାଜୁ ଗୌଡ଼ ସମସ୍ତ ସ୍ଵେଚ୍ଛାସେବୀ ମାନଂକୁ ସାଧୁବଦ ଜଣାଇଥିଲେ। ସ୍ଵେଚ୍ଛାସେବୀ ମାନଙ୍କ ଦ୍ୱାରା ଏଡସ୍ ସଚେତନତା ମୂଳକ ନାଟକ " ଧୂଆଁ ଭିତରେ ନିଆଁ " ମଞ୍ଚସ୍ଥ କରିଥିଲେ। ପରିଶେଷରେ ଜାତୀୟ ସେବା ଯ଼ୋଜନା କାର୍ଯ୍ୟକ୍ରମ ଅଧିକାରୀ ଦୀପୁ ଭୁୟାଁ ଧନ୍ଯବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରୋଭର ଲିଡର ପି ଦୀପକ ରାଓ , ରେଞ୍ଜର୍ ଲିଡର ସ୍ନିଗ୍ଧା ରାଣୀ ଗୌଡ଼ , ସନ୍ତୋଷୀ ପରିଡା , ପିଙ୍କି କୁମାରୀ ପୋଲ୍ଲେଇ, ସଂଜୟ ସାହୁ, ମହେଶ୍ଵର ରାଉତ, ଭାରତୀ ବିଶ୍ୱାଳ, ସ୍ୱରୂପା ରାଣୀ ବିଶ୍ୱାଳ, ଗଙ୍ଗାଧର ରଣା, ରମେଶ ଚନ୍ଦ୍ର ବିଶୋଇ, ପଦ୍ମ ଚରଣ ନାୟକ, ମହେଶ୍ଵର ଗୌଡ଼, ବଳରାମ ଗୌଡ଼ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କାରିଥିଲେ ।

0
0
0
s2sdefault