ହେଡଲାଇନସ୍:

କିଟ୍‍ ଛାତ୍ରଛାତ୍ରୀଙ୍କ ଦ୍ୱାରା ଛଟ୍‍ ପୂଜା ସମ୍ପନ୍ନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,୧୯ ।୧୧: କିଟ୍‍ ବିଶ୍ୱବିଦ୍ୟାଳୟରେ ଉତ୍ତର ଭାରତର ଗଣପର୍ବ ଛଟ୍‍ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବାର କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆର ଅଧ୍ୟକ୍ଷ ମନନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶୁଭ କାମନା ଜଣାଇଥିଲେ।

କିଟ୍‍ ବିଶ୍ୱବିଦ୍ୟାଳୟରେ ଭାରତର ସମସ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସଂସ୍କୃତି ଓ ପରମ୍ପରା ପାଳନ କରିବାର ସୁଯୋଗ ଦିଆଯାଉଥିବାରୁ ସେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ସେ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ପ୍ରାରମ୍ଭିକ ସୂଚନା ଦେଇ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଅତି ଶୃଙ୍ଖଳାର ସହ ଛାତ୍ରଛାତ୍ରୀମାନେ ଛଟ୍‍ ପାଳନ କରୁଥିବାରୁ ଧନ୍ୟବାଦ ଦେଇଥିଲେ। ଶ୍ରୀ ସାମନ୍ତ ଛାତ୍ରଛାତ୍ରୀଙ୍କୁ ଛଟ୍‍ ଅଭିନନ୍ଦନ ଜଣାଇବା ସହ ଛଠି ମାଆ ସମସ୍ତଙ୍କୁ ସୁସ୍ଥ ରଖିବା ସହ ସୂର୍ଯ୍ୟଦେବ ସମସ୍ତଙ୍କ ଜୀବନରେ ଭଲପାଇବା, ଖୁ୍‍ସି, ଶାନ୍ତି ଓ ସମୃଦ୍ଧିରେ ଆଲୋକିତ କରନ୍ତୁ ବୋଲି କାମନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅଧିବକ୍ତା ଅମିତ ବୈଦ୍ୟ, ଶ୍ରୀମାଳି ଓ କିଟ୍‍ ବିଶ୍ୱବିଦ୍ୟାଳୟ ଅତିରିକ୍ତ କୁଳସଚିବ ପ୍ରଫେସର ଶ୍ୟାମ ସୁନ୍ଦର ବେହୁରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟରେ ପଢୁଥିବା ଉତ୍ତର ଭାରତର ଛାତ୍ରଛାତ୍ରୀମାନେ ଯୋଗଦେଇ ଛଠି ମାତାଙ୍କ ଆରାଧନା କରିଥିଲେ। ସୂଚନାଯୋଗ୍ୟ, କିଟ୍‍ରେ ବିଭିନ୍ନ ରାଜ୍ୟ ଓ ଭାଷାଭାଷୀର ଛାତ୍ରଛାତ୍ରୀମାନେ ପାଠ ପଢୁଥିବାବେଳେ ବର୍ଷର ବିଭିନ୍ନ ସମୟରେ ସେମାନଙ୍କର ବିଭିନ୍ନ ପର୍ବ ଏଠାରେ ପାଳନ କରାଯାଇଥାଏ।

0
0
0
s2sdefault