ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୫/୧୧/୨୩ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ କୁସୁମ ବନ୍ଦ ମିନି ଷ୍ଟାଡିୟମ ଠାରେ ମା ଦୂଲ୍ଲାର ଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୬ ଟି ଦଳ ଅଂଶ ଗ୍ରହଣ କରୁଥିବା ବେଳେ ଉଦଘାଟନୀ ମ୍ୟାଚ୍ ରେ କର୍ଚ୍ଚାମାଲ ଚନ୍ଦନ ୧୧ ଦଳ ଓ ଏକମ୍ବା ଇ ଏଫ ସି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଏକମ୍ୱା ଇ ଏଫ ସି ଦଳ ଏକ ତରଫା ଭାବେ ୪/୦ ଗୋଲ ରେ କର୍ଚ୍ଚାମାଲ ଚନ୍ଦନ ୧୧ ଦଳକୁ ପରାଜିତ କରିଥିଲେ। ସେହିପରି ଦ୍ବିତୀୟ ମ୍ୟାଚ୍ ରେ ଝରିଗାଁ ଦଲଦଲି ଦଳ ୧/୦ ଗୋଲ ରେ ଉମରକୋଟ ଦହିଭଟ୍ଟା ର ବଜରଙ୍ଗି ଦଳ କୁ ପରାଜିତ କରିଥିଲା । ଉଦଘାଟନୀ ଉତ୍ସବ ରେ ଅତିଥି ଭାବରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତି ରାମ ନାୟକ, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଡାବୁଗାଁ ତହସିଲ ଦାର ସଦାଶିବ ଭତରା ,ସାଂସଦ ଙ୍କ ପ୍ରତିନିଧି ଏମ ଆପ୍ପା ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଚଚରା ଗୁଡା ସରପଞ୍ଚ ରଞ୍ଜୁ ଭତରା, ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି କାର୍ତ୍ତିକ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କୁସୁମ ବନ୍ଧ ଖେଳ ପରିଚାଳନା କମିଟି ସଭାପତି ସୁବାଷ ଚନ୍ଦ୍ର ଷଡଙ୍ଗୀ, ଉପ ସଭାପତି କୁମପାଣି ମାଝୀ, ହିରାଧର ପୂଜାରୀ ଓ ଡମଣା ପୂଜାରୀ ପରିଚାଳନା କରିଥିବା ବେଳେ କୁସୁମ ବନ୍ଧ ନେତାଜୀ ଯୁବକ ସଂଘ ର ଯୁବକ ମାନେ ଖେଳ ପରିଚାଳନା ରେ ସହଯୋଗ କରିଥିଲେ। ଆସନ୍ତା ୮ ତାରିଖ ରେ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଖେଳ ପରିଚାଳନା କମିଟି ସୂତ୍ରରୁ ପ୍ରକାଶ।
ରାଜ୍ୟ
ମା ଦୂଲ୍ଲାର ଦେଇ ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
- Hits: 240








