ହେଡଲାଇନସ୍:

ଡାବୁଗାଁ ରେ ବ୍ରାହ୍ମଣ ସମାଜ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଡଙ୍ଗରିଗୁଡ଼ା ସ୍ଥିତ ଶିବ ମନ୍ଦିର ପରିସରରେ ଡାବୁଗାଁ ବ୍ରାହ୍ମଣ ସମାଜ ର ଏକ ବୈଠକ ସଭାପତି ଧୀରେନ୍ଦ୍ର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାର୍ଷିକ ବିବରଣୀ ପାଠ କରିବା ସହ ଆୟ ବ୍ୟେୟ ର ହିସାବ ପଠନ କରାଯାଇଥିଲା। ବ୍ରାହ୍ମଣ ସମାଜ ର ସ୍ଥାୟୀ ଗୃହ ପାଇଁ ଜମି ଚିହ୍ନଟ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।ବ୍ରାହ୍ମଣ ମାନଙ୍କ ନୀତି ଓ ଆଦର୍ଶ କୁ ପାଳନ କରିବାକୁ ସଭାପତି ସମସ୍ତଙ୍କୁ କହିଥିଲେ। ପୁରୁଣା କମିଟି କୁ ୪ ବର୍ଷ ପୂରଣ ହୋଇଥିବାରୁ ନୂତନ କମିଟି ଗଠନ ନେଇ ଆଲୋଚନା ହୋଇଥିଲା। ଆସନ୍ତା ଡିସେମ୍ବର ମାସ ୨୪ ତାରିଖ ବୈଠକ ରେ ନୂତନ କମିଟି ଗଠନ ନେଇ ବିଧିବଦ୍ଧ ନିଷ୍ପତି ନିଆ ଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବ୍ରାହ୍ମଣ ସମାଜ ଉପ ସଭାପତି ରାମେଶ୍ବର ପାଣିଗ୍ରାହୀ, ସମ୍ପାଦକ ଶରତ ଚନ୍ଦ୍ର ଷଡଙ୍ଗୀ, କୋଷାଧ୍ୟକ୍ଷ ପ୍ରକାଶ ମହାପାତ୍ର, ଉପଦେଷ୍ଟା କାଶୀନାଥ ତ୍ରିପାଠୀ,ଅଜୟ ବଲ୍ଲଭ ପଣ୍ଡା, ଲକ୍ଷ୍ମୀକାନ୍ତ ପଣ୍ଡା,ଗଦାଧର ରଥ, ଚୈତନ୍ୟ ଦାଶ, ସୁରେନ୍ଦ୍ର କୁମାର ମିଶ୍ର, ତ୍ରିନାଥ ଦାସ, ଅନ୍ୟ ମାନଙ୍କ ମଧ୍ୟରେ ସରୋଜ ମିଶ୍ର, ଗୋବିନ୍ଦ ପଣ୍ଡା, ସଞ୍ଜୟ ପାଢୀ,ରାଜେନ୍ଦ୍ର ମିଶ୍ର, ଗୋପାଳ ପାତ୍ର, ଶିବ ପ୍ରସାଦ ମିଶ୍ର, ଦୁର୍ଗା ରଥ, ପ୍ରଶାନ୍ତ ପାଣିଗ୍ରାହୀ, ଅଭିରାମ ପାଢୀ,ପ୍ରଦୀପ ସାହୁ, ସରୋଜ ଦାଶ, ପପୁ ପଣ୍ଡା, ସୁନିଲ ଦାସ ତଥା ଅନ୍ୟମାନେ ଉପସ୍ଥିତ ଥିଲେ।

0
0
0
s2sdefault