ହେଡଲାଇନସ୍:

ଅଞ୍ଚଳ ମହାବିଦ୍ୟାଳୟ ରେ ଏନ୍ ଏସ୍ ଏସ୍ ସେବା ଶିବିର ଉଦଯାପିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଆନୁକୂଲ୍ଯରେ ଅନୁଷ୍ଠିତ ସପ୍ତାହ ବ୍ୟାପି ପୂଜା ସ୍ଵତନ୍ତ୍ର ଶିବିର ଉଦଯାପିତ ହୋଇଯାଇଛି l ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ଉତ୍ସବରେ ପ୍ରାଧ୍ୟାପକ ଲଲିତ ମୋହନ ପଣ୍ଡା ମୁଖ୍ଯ ଅତିଥି ଭାବେ ଯୋଗ ଦାନ କରି ସ୍ଵେଚ୍ଛାସେବୀ ମାନଙ୍କ ବ୍ୟକ୍ତିତ୍ୱ ବିକାଶ, ପାନୀୟ ଜଳ, ପରିବେଶ ପରିମଳ, ସ୍ଵଚ୍ଛତା, ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ଉପରେ ଆଲୋକପାତ କରିବା ସହିତ ସେବା ମାଧ୍ୟମରେ ସାମାଜ ସହ ଜଡିତ ହେବା ପାଇଁ ପରାମର୍ଶ ଦେଇଥିଲେ l ପ୍ରାରମ୍ଭରେ ଯୋଜନା ଅଧିକାରୀ ସଞ୍ଜୟ କୁମାର ଟିଗ୍ଗା ଶିବିରର ବିବରଣୀ ପ୍ରଦାନ କରିଥିଲେ l ଅଧ୍ୟକ୍ଷ ଡଃ ନାୟକ ତାଙ୍କ ଅଭିଭାଷଣରେ ସ୍ଵେଚ୍ଛାସେବୀ ମାନଙ୍କୁ ଏନ୍ ଏସ୍ ଏସ୍ ମାଧ୍ୟମରେ ବ୍ୟକ୍ତିତ୍ୱ ବିକାଶ ସହିତ ସେବା କରିବା ପାଇଁ ଉପଦେଶ ଦେଇଥିଲେ l ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା l ଶେଷରେ ପ୍ରାଧ୍ୟାପକ ଜୟ କୁମାର ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ l ଡଃ ସରୋଜ କୁମାର ନାଏକ, ପୂର୍ଣ୍ଣଚନ୍ଦ୍ର ମିରିଗ, ପ୍ରମୋଦ ତ୍ରିପାଠୀ, ଚିତ୍ତରଞ୍ଜନ ସାହୁ, ହୃଷୀକେଶ ମିଶ୍ର, ମିଥୁନ ମେହେର ପ୍ରମୁଖ ଉପସ୍ଥିତ ରହି ଶିବିରାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ l ମନୀଷା, ଦେବକୀ, ବର୍ଷା, ଜୟଶ୍ରୀ, ମହେଶ, ବବଲୁ, ବିଶ୍ୱରଞ୍ଜନ, କିରନ, ବୁଦ୍ଧେଶ୍ବର, ଆଦିତ୍ୟ, ଶମ୍ଭୁ, ମାଣିକେଶ୍ଵର, ଅଲିଭା, ଆପ୍ରିନ୍ ନମିତା ପ୍ରମୁଖ ଛାତ୍ରଛାତ୍ରୀ ଶିବିର ପରିଚାଳନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l

0
0
0
s2sdefault