ହେଡଲାଇନସ୍:

ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ପରିବାର ସଦସ୍ୟଙ୍କୁ କିଟ୍ ରେ ମିଳିଲା ନିଯୁକ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୫ ।୧୧: ବାଲେଶ୍ୱର ବାହାନଗାଠାରେ ଘଟିଥିବା ଦୁଃଖଦ ରେଳ ଦୁର୍ଘଟଣାରେ ଓଡ଼ିଶାର ମୃତକଙ୍କ ପରିବାରର ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ଓ ତାଙ୍କ ପରିବାରର ପିଲାଙ୍କୁ କିଟ୍ ରେ ମାଗଣା ଶିକ୍ଷା ବ୍ୟବସ୍ଥାକୁ ରବିବାର କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କାର୍ଯ୍ୟକାରୀ କରିଛନ୍ତି। ବାହାନଗା ଟ୍ରେନ୍‍ ଦୁର୍ଘଟଣାରେ ଓଡ଼ିଶାରୁ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସେମାନଙ୍କ ଯୋଗ୍ୟତା ଭିତ୍ତିରେ କିଟ୍‍ ଓ କିସ୍ ରେ ନିଯୁକ୍ତି ଓ ଦୁର୍ଘଟଣାରେ ପିତା ମାତା ହରାଇଥିବା ପିଲାଙ୍କୁ କିଟ୍ ରେ ମାଗଣା ଶିକ୍ଷାଗ୍ରହଣ ନିମନ୍ତେ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ସେତେବେଳେ ଘୋଷଣା କରିଥିଲେ। ସେହି ଘୋଷଣା ଅନୁସାରେ ଶ୍ରୀ ସାମନ୍ତ ଆଜି କିଟ୍‍ ପରିସରରେ ମୃତକଙ୍କ ପରିବାର ସଦସ୍ୟମାନଙ୍କୁ ଭେଟିଥିଲେ। ପୂର୍ବରୁ ସେମାନଙ୍କ ନିଯୁକ୍ତି ପାଇଁ କିଟ୍‍ ପକ୍ଷରୁ ବିଧିବଦ୍ଧ ପ୍ରକ୍ରିୟା କରାଯାଇ ଆଜି ସାକ୍ଷାତକାର ପାଇଁ ଡକାଯାଇଥିଲା। କିଟ୍‍ ଓ କିସ୍ ରେ ଚାକିରି ପାଇଁ ଇଚ୍ଛା ପ୍ରକାଶ କରିଥିବା ପରିବାର ସଦସ୍ୟଙ୍କ ମଧ୍ୟରୁ ୨୦ ଜଣଙ୍କୁ ଆଜି ନିଯୁକ୍ତି ଦିଆଯାଇଛି। ଏହା ସହ ମୃତକଙ୍କ ପରିବାରର ମଧ୍ୟରୁ ଦୁଇ ଜଣଙ୍କ ପିଲା କିଟ୍ ରେ ଉଚ୍ଚତର ଶିକ୍ଷା ପାଇଁ ନାମ ଲେଖାଇଛନ୍ତି। ଏଭଳି ସହାୟତା ପାଇଁ ମୃତକଙ୍କ ପରିବାର ସଦସ୍ୟମାନେ ଆନନ୍ଦ ପ୍ରକାଶ କରିବା ସହ ଅସମୟରେ ସହାୟତାର ହାତ ବଢ଼ାଇବା ସହ କର୍ମ ସଂସ୍ଥାନ ଯୋଗାଇ ଦେଇଥିବାରୁ କିଟ୍‍, କିସ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସେମାନେ କୃତଜ୍ଞତା ଜଣାଇଥିଲେ।

0
0
0
s2sdefault