- ଆପଣଙ୍କ ଭୋଜନକୁ ବର୍ଦ୍ଧିତ ଭିଟାମିନ୍ ସ୍ଥାନାନ୍ତରଣନିମନ୍ତେ ପ୍ରଚଳନ କରୁଛି ଭିଟୋପ୍ରୋଟେକ୍ଟ ଫର୍ମୁଲା
ଭୁବନେଶ୍ୱର : ଖାଇବା ତେଲ ବଜାରରେ ଏକ ଅଗ୍ରଣୀ କମ୍ପାନୀ ବୁଙ୍ଗେ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ବୁଙ୍ଗେ ଇଣ୍ଡିଆ) ଓଡ଼ିଶାରେ ନିଜର ସ୍ୱସ୍ତରୀୟ ବିକଶିତ ରିଫାଇନ୍ଡ ସନ୍ଫ୍ଲାୱାର ତେଲ ବ୍ରାଣ୍ଡ୍ ‘ଫିଓନା’କୁ ସମ୍ପ୍ରସାରିତ କରିବା ସମ୍ପର୍କରେ ଗର୍ବର ସହିତ ଘୋଷଣା କରୁଛି । ଭୁବନେଶ୍ୱରରେ ଏହି ଉପଲକ୍ଷେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଲିନ୍ଦ ଆଚାର୍ଯ୍ୟ, ଏଭିପି ମାର୍କେଟିଂ, ବୁଙ୍ଗେ ଇଣ୍ଡିଆ ଏବଂ ବିଶିଷ୍ଟ ଓଡ଼ିଆ ଅଭିନେତ୍ରୀ ସୁପ୍ରିୟା ନାୟକ ଉପସ୍ଥିତ ଥିଲେ ।
ଫିଓନା ରିଫାଇନ୍ଡ ସନ୍ଫ୍ଲାୱାର ତେଲ ଅତ୍ୟାବଶ୍ୟକ ଭିଟାମିନ୍ସମୂହ ଏ, ଡି, ଇ ଓ କେ’ରେ ସମୃଦ୍ଧ । ଏହି ଭିଟାମିନଗୁଡିକ ସ୍ୱାସ୍ଥ୍ୟ ଓ କଲ୍ୟାଣ ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ସେଗୁଡିକୁ ଜଣଙ୍କର ଭୋଜନରେ ସାମିଲ କରିବା ଅତ୍ୟାବଶ୍ୟକ । ଅନେକ ଏ ସମ୍ପର୍କରେ ଅଜ୍ଞାତ ଯେ, ଏହି ଭିଟାମିନଗୁଡିକର ଉଲ୍ଲେଖନୀୟ ଅଂଶ ରନ୍ଧନ ପ୍ରକ୍ରିୟାରେ ନଷ୍ଟ ହୋଇଯାଏ ଏବଂ ତାହା ଖାଦ୍ୟରେ ପହଞ୍ଚେ ନାହିଁ । ଏହାକୁ ବିଚାର କରି ବୁଙ୍ଗେ ଇଣ୍ଡିଆ ଭିଟୋପ୍ରୋଟେକ୍ସ ଫର୍ମୁଲା ସହିତ କର୍ଣ୍ଣାଟକ ବଜାରରେ ୨୦୨୧ରେ ଫିଓନା ରିଫାଇନ୍ଡ ସନ୍ଫ୍ଲାୱାର ତେଲ ପ୍ରବେଶ କରାଇଥିଲା । ଏହି ଅନନ୍ୟ ଫର୍ମୁଲା ତେଲରୁ ଆପଣଙ୍କ ଖାଦ୍ୟକୁ ଉଲ୍ଲେଖଯୋଗ୍ୟ ୫୦% ପର୍ଯ୍ୟନ୍ତ ଅଧିକ ଭିଟାମିନ୍ ସ୍ଥାନାନ୍ତରଣକୁ ସୁନିଶ୍ଚିତ କରିଥାଏ । ଚଳିତ ବର୍ଷ ଏହି ବ୍ରାଣ୍ଡ୍ ଏହାର ପୋଷକତତ୍ତ୍ୱ ସମୃଦ୍ଧ ରାନ୍ଧଣା ତେଲ ଓଡ଼ିଶାରେ ବଜାରେ ପ୍ରଚଳନ ସହିତ ଏହାର ପହଞ୍ଚକୁ ପରିବ୍ୟାପ୍ତ କରିଛି ।
ଫିଓନା ରିଫାଇନ୍ଡ ସନ୍ଫ୍ଲାୱାର ତେଲ ଓଡ଼ିଶାକୁ ଆଣିବା ନେଇ ନିଜର ଉଲ୍ଲସିତ ଭାବ ପ୍ରକାଶ କରି ଶ୍ରୀ ମିଲିନ୍ଦ ଆଚାର୍ଯ୍ୟ, ଏଭିପି ମାର୍କେଟିଂ, ବୁଙ୍ଗେ ଇଣ୍ଡିଆ କହିଥିଲେ, “ବୁଙ୍ଗେ ଇଣ୍ଡିଆରେ ଆମେ ଶୀର୍ଷ ମାନର ଉତ୍ପାଦ ଯୋଗାଇଦେବାକୁ ପ୍ରତିବଦ୍ଧ ଅଛୁ, ଯାହା ଉକ୍ରର୍ଷ ଏବଂ ନିରାପତ୍ତାକୁ ଅଗ୍ରାଧିକାର ପ୍ରଦାନ କରୁଛି ଏବଂ ଫିଓନା ରିଫାଇନ୍ଡ ସନ୍ଫ୍ଲାୱାର ତେଲର ବଜାର ପ୍ରବେଶ ଏହି ବିଶ୍ୱାସକୁ ପ୍ରତିପାଦିତ କରୁଛି । ଆମର ବ୍ରାଣ୍ଡ୍ ଉପସ୍ଥିତି ଓଡ଼ିଶାକୁ ପରିବ୍ୟାପ୍ତ କରିବାର ଆଗ୍ରହ ଏହି ବିଷୟକୁ ସୃଷ୍ଟି ହୋଇଛି ଯେ, କର୍ଣ୍ଣାଟକ ଭଳି ଓଡ଼ିଶାରେ ସନ୍ଫ୍ଲାୱାର ବ୍ୟବହାରିତାର ସମୃଦ୍ଧ ପରମ୍ପରା ରହିଛି । ଫିଓନା ରିଫାଇନ୍ଡ ସନ୍ଫ୍ଲାୱାର ତେଲର ଅନନ୍ୟ ଫାଇଦା ଓଡ଼ିଶାକୁ ଦେବାପାଇଁ ଆମେ ଅତ୍ୟନ୍ତ ଆଗ୍ରହୀ ଅଛୁ ଏବଂ ଏହି ଚଳଚଞ୍ଚଳ ବଜାରରେ ଏହା ବେଶ୍ ଗ୍ରହଣୀୟ ହେବା ନେଇ ଆଶାବାଦୀ ଅଛୁ ।”
ଓଡ଼ିଶାରେ ଏହାର ବଜାର ପ୍ରବେଶ ଅବସରରେ ପ୍ରକାଶ କରି ବିଶିଷ୍ଟ ଓଡ଼ିଆ ଅଭିନେତ୍ରୀ ସୁପ୍ରିୟା ନାୟକ କହିଥିଲେ, “ଓଡ଼ିଶା ବଜାରରେ ଫିଓନା ରିଫାଇନ୍ଡ ସନ୍ଫ୍ଲାୱାର ତେଲର ପ୍ରବେଶ ଏକ ତାଜା ଆରମ୍ଭକୁ ସୂଚାଉଛି, ଏହା ଏକ ନୂତନ ସ୍ୱାଦ ପ୍ରଚଳନ କରୁଛି ଯାହା ପ୍ରତ୍ୟେକ ରୋଷେଇ ଘରକୁ ଉଲ୍ଲାସ ଏବଂ ପୋଷଣ ଆଣିଦେବ । “ଫିଓନା ରିଫାଇନ୍ଡ ସନ୍ଫ୍ଲାୱାର ତେଲ ଯେ କୌଣସି ରାନ୍ଧଣା ତେଲ ଭଳି ନୁହେଁ, ଏହା ଏକ ପୋଷଣୀୟ ଏବଂ ସୁସ୍ୱାଦୁ ଭୋଜନର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଏହି ଶୁଭାରମ୍ଭର ଅଂଶବିଶେଷ ହୋଇ ମୁଁ ଆନନ୍ଦିତ ଏବଂ ମୋର ଦୃଢ ବିଶ୍ୱାସ ଯେ ଏହି ରାନ୍ଧଣା ତେଲ ପ୍ରତ୍ୟେକ ପରିବାରର ଖାଦ୍ୟ ପ୍ରସ୍ତୁତି ଯାତ୍ରାରେ ତାରକା ଉପାଦାନ ହେବ ।”
ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମାନ୍ଦାନାଙ୍କୁ ଏହି ବ୍ରାଣ୍ଡ୍ର ଚେହେରା ଭାବରେ ୨୦୨୧ରେ ସାମିଲ କରାଯାଇଥିଲା ।
ଫିଓନା ରିଫାଇନ୍ଡ ସନ୍ଫ୍ଲାୱାର ତେଲ ୫୦୦ ଏମଏଲ୍, ୧ ଲିଟର, ୫ ଲିଟର ଏବଂ ୧୫ ଲିଟର ଭଳି ବିଭିନ୍ନ ପ୍ୟାକ୍ ଆକାରରେ ଆସୁଛି ଏବଂ ବୁଙ୍ଗେ ଇଣ୍ଡିଆ ସମଗ୍ର ଓଡ଼ିଶାରେ ଉପଲବ୍ଧ କରାଇବା ଦିଗରେ କାର୍ଯ୍ୟ କରିବ ।








