ହେଡଲାଇନସ୍:

ଯେତେ ଉଚ୍ଚଶିକ୍ଷିତ ହେଲେ ବି ଚରିତ୍ର ନଥିଲେ ସମାଜ କେବେ ସମ୍ମାନ ଦେବ ନାହିଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

ସତ୍ୟସାଇ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସ ପକ୍ଷରୁ ସ୍ୱାଗତ ଉତ୍ସବ

ବାଲେଶ୍ୱର: ସତ୍ୟସାଇ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସ ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ୱାଗତ ଉତ୍ସବ  ସହରର ଟାଉନହଲ ପରିସରରେ  ଅନୁଷ୍ଠିତ  ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉସôବକୁ ଉଦ୍ଘାଟନ ସହ ଶିକ୍ଷାବର୍ଷ ଆରମ୍ଭରେ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବାର ପରମ୍ପରା ବେଶ ଉଚ୍ଚ ବିଚାରର ପ୍ରତିଫଳନ ବୋଲି  କହିଥିଲେ । ଏହା ଦ୍ୱାରା ଗୁରୁ-ଶିଷ୍ୟ ସମ୍ପର୍କ ସୁଦୃଢ଼ ହେବା ସହିତ ଶିକ୍ଷାପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶେଷ ଆଗ୍ରହ ପ୍ରକାଶ ପାଇଥାଏ ବୋଲି ସେ ମତ ପ୍ରକାଶ କରିଥିଲେ । କବି ପ୍ରଶାନ୍ତ ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ  ଉତ୍ତମ ଚରିତ୍ର ଗଠନ ଓ ବ୍ୟକ୍ତିତ୍ୱ ବିକାଶରେ ଶିକ୍ଷାର ଅବଦାନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଯେତେ ଉଚ୍ଚଶିକ୍ଷିତ ହେଲେ ବି ଚରିତ୍ର ନଥିଲେ ସମାଜ ସମ୍ପୃକ୍ତ ବ୍ୟକ୍ତିକୁ କେବେ ସମ୍ମାନ ଦେବ ନାହିଁ ବୋଲି ଶ୍ରୀ ଦାସ କହିଥିଲେ । ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ସମାଜ’ର ଉତ୍ତର ଓଡ଼ିଶା ସଂସ୍କରଣ ପରିଚାଳନା ମୁଖ୍ୟ ମଧୁସୂଦନ ଦାସ, ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ପ୍ରମେୟ’ର ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ସତ୍ୟଶିବ ଦାସ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ  ବେଣୁମାଧବ ପଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ସତ୍ୟସାଇ ଗ୍ରୁପ୍ ଅଫ୍ ଇନଷ୍ଟିଚୁସାନସର ବଭିନ୍ନ ଶିକ୍ଷାନୁଷ୍ଠାନର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଉପଦେଷ୍ଟା କିଶୋର ଦାସ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସତ୍ୟସାଇ ଡିଗ୍ରୀ କଲେଜ୍ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ରାଜ୍ ଶିକ୍ଷାନୁଷ୍ଠାନର ବିବରଣୀ ଉପସ୍ଥାପନ କରିଥିଲେ । ଶେଷରେ ସୁଜାତା ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଡିପ୍ଲୋମା କଲେଜ୍ ପ୍ରିନସିପାଲ ଯତୀନ୍ଦ୍ର ନାଥ ଦାସ ଓ ଯୁକ୍ତଦୁଇ ବିଜ୍ଞାନ କଲେଜ୍ ପ୍ରିନସିପାଲ ପ୍ରୀତିରଂଜନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବ ପରିଚାଳନାରେ ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ ।

0
0
0
s2sdefault