ହେଡଲାଇନସ୍:

ବସଷ୍ଟାଣ୍ଡ ମହିଳା ପରିଶ୍ରାଗାର ନିର୍ମାଣ ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର,: ବାଲେଶ୍ୱରର ଅନ୍ୟତମ ସ୍ୱେଚ୍ଛାସେବୀ ସଂଗଠନ ‘ଫ୍ରେଣ୍ଡ୍ସ ଫାଉଣ୍ଡେସନ ଟ୍ରଷ୍ଟ’ର କର୍ମକର୍ତ୍ତାମାନେ ସହରର ସହଦେବଖୁଣ୍ଟାସ୍ଥିତ ବସଷ୍ଟାଣ୍ଡର ଦୟନୀୟ ସ୍ଥିତିର ସୁଧାର ଦାବିରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଅଳିଆ ଆବର୍ଜନାରେ ଭର୍ତ୍ତି ଏହି ବସଷ୍ଟାଣ୍ଡରେ ପରିତ୍ୟକ୍ତ ଶୌଚାଳୟ ବ୍ୟବସ୍ଥାକୁ ନେଇ ଜିଲ୍ଲାପାଳଙ୍କଠାରେ ସେମାନେ ଫେରାଦ ହୋଇଥିଲେ । ଦୀର୍ଘଦିନ ପୂର୍ବରୁ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ନିର୍ମାଣ ହୋଇଥିବା ଦୁଇଗୋଟି ପରିଶ୍ରାଗାର ରକ୍ଷଣାବେକ୍ଷଣ  ଅଭାବରୁ ଏବେ ନଷ୍ଟ ହୋଇଯାଇଥିବା ସେମାନେ କହିଥିଲେ । ତେବେ ଯାତ୍ରା ପାଇଁ ବସଷ୍ଟାଣ୍ଡକୁ ଆସୁଥିବା ପୁରୁଷ ଲୋକେ ଯେଉଁଠି ସେଇଠି ପରିଶ୍ରା କରିପାରୁଥିବା ବେଳେ ମହିଳାମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ପାଇଁ ତୁରନ୍ତ ଏକ ଶୌଚାଳୟ ନିର୍ମାଣ ପାଇଁ ସଂଗଠନର କର୍ମକର୍ତ୍ତାମାନେ ଦାବି କରିଥିଲେ । ଏହି ପରିପ୍ରେକ୍ଷୀରେ ଏକ ଦାବି ସମ୍ବଳିତ ସ୍ମାରକପତ୍ର ସେମାନେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ସ୍ମାରକପତ୍ର ପ୍ରଦାନରେ ଫେଣ୍ଡସ ଫାଉଣ୍ଡେସନ ଟ୍ରଷ୍ଟ୍ର ସଭାପତି ରୋଜି ପଟ୍ଟନାୟଙ୍କ ସମେତ ସବିତା ପାଣିଗ୍ରାହୀ, ସସ୍ମିତା ଚାନ୍ଦ, ନମିତା ସାହୁ, ଆଲୋକ ଦାଶ, ଜୟନ୍ତୀ ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault