ନେତା ଓ ଅଫିସରଙ୍କ ପାଦ ପଡୁନି, ସମସ୍ୟାର ସମାଧାନ ପାଇଁ ଦାବୀ କଲେ ଗ୍ରାମବାସୀ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ କତିଙ୍ଗିଆ ଗ୍ରାମ ପଞ୍ଚାୟତରେ ଥିବା ବଲିଙ୍ଗିଆ ଗ୍ରାମ I ଏହାକୁ ଏକ ବାହ୍ୟ ମଳମୁକ୍ତ ଆଦର୍ଶ ରାଜସ୍ବ ଗ୍ରାମ ଭାବେ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି I ଯାହା ପାଇଁ ଏହି ଗ୍ରାମକୁ ସରକାରୀ ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀଙ୍କ କାଁ ଭାଁ ପାଦ ପଡ଼ି ଥାଏ I ହେଲେ ଆଜି ପର୍ଯ୍ୟନ୍ତ ବଲିଙ୍ଗିଆ ଗ୍ରାମ ଵାସୀଙ୍କ ପରିବର୍ତ୍ତନ ଆସିନ ଥିବା ଦେଖା ଦେଇଛି I ରାଜସ୍ୱ ଗ୍ରାମ ଭାବେ ମାନ୍ୟତା ପ୍ରଦାନ ପରେ ମଧ୍ୟ ପ୍ରଶାସନ ତରଫରୁ ମୌଳିକ ସୁବିଧା ରୁ ବଞ୍ଚିତ ରହିଥିବା ଦେଖିବାକୁ ମିଳିଛି I ଗାଁର ଜନସଂଖ୍ୟା ୫୦ ରୁ ଉର୍ଧ୍ଵ I ଗ୍ରାମବାସୀଙ୍କ ନିମନ୍ତେ ଭଲ ପକ୍କା ରାସ୍ତା ନାହିଁ କି ସ୍ୱଚ୍ଛ ପାନୀୟ ଜଳର କୌଣସି ସୁ-ବ୍ୟବସ୍ଥା ନାହିଁ I ଯାହା ଫଳରେ ଗାଁ ଲୋକେ ଚୁଆଁ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି I ଗାଁକୁ ଭଲ ପକ୍କା ରାସ୍ତା ନ ଥିବାରୁ ଗ୍ରାମବାସୀ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି I କୌଣସି ସ୍ୱାସ୍ଥ୍ୟ ଗତ ସମସ୍ୟା ହେଉ କିମ୍ବା ଗର୍ଭବତୀ ମାଆର ଗର୍ଭ ଜନିତ ଯନ୍ତ୍ରଣା ଭୋଗିଲେ ଆଜି ମଧ୍ୟ ଖଟିଆରେ ଭାର କରି ଦୀର୍ଘ ୧ କିମିରୁ ଉର୍ଦ୍ଧ୍ବ ଘାଟି ପାହାଡ଼ ରାସ୍ତା ଦେଇ ମୁଖ୍ୟ ରାସ୍ତାକୁ ଆଣି ଘୁ.ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଆନ୍ତି ଗାଁ ଲୋକେ I ରାସ୍ତାର ଶୋଚନୀୟ ଅବସ୍ଥା ପାଇଁ ୧୦୮ ଆମ୍ବୁଲାନ୍ସ କିମ୍ବା କୌଣସି ପ୍ରକାର ଯାନ ବାହନ ଗାଁ ମୁଣ୍ଡ ପର୍ଯ୍ୟନ୍ତ ଯାଇ ପାରୁନ ଥିବା ଅଞ୍ଚଳ ବାସୀ କହିଛନ୍ତି I
ଏହି ସମସ୍ୟାକୁ ନେଇ ସ୍ଥାନୀୟ ଅଞ୍ଚଳ ସ୍ଥାନୀୟ ବାସିନ୍ଦା ଦୁଃଖ ପ୍ରକାଶ କରିଛନ୍ତି I ଅଞ୍ଚଳ ବାସୀ ବହୁବାର ଉକ୍ତ ସମସ୍ୟା ବିଷୟରେ ପ୍ରଶାସନକୁ ଅବଗତ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରି ନାହିଁ I ଯଥା ଶୀଘ୍ର ସ୍ଥାନୀୟ ପ୍ରଶାସନ ବଲିଙ୍ଗିଆ ଗ୍ରାମର ରାସ୍ତା ଏବଂ ପାନୀୟ ଜଳ ସମସ୍ୟା ର ସମାଧାନ କରିବା ନିମନ୍ତେ ଅକ୍ଷୟ କୁମାର ଦିଗାଳ, ଭୀମସେନ ଦିଗାଳ, ବାବୁଲା ଦିଗାଳ, ଦୁଃଶାସନ ଦିଗାଳ, ବୁଲୁ ଦିଗାଳ, ଟୁଟୁ ଦିଗାଳ, ପ୍ରଫୁଲ୍ଲ ଦିଗାଳ, ଗୋଲିଆତ ଦିଗାଳ, କୁନ୍ତଳା ପ୍ରଧାନ, ସ୍ନେହାଶିନୀ ଦିଗାଳ, ଯେଟା ପ୍ରଧାନ ପ୍ରମୁଖ ଦାବୀ କରିଛନ୍ତି I








