ହେଡଲାଇନସ୍:

ଭଗବତୀ ବିଦ୍ୟାପୀଠ ପୁରାତନ ଛାତ୍ର ସଙ୍ଘ ର ବାର୍ଷିକ ଉତ୍ସବ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 (ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକର ଶୁକ୍ଳେଶ୍ୱର ଠାରେ ଅବସ୍ଥାବିତ ଅନ୍ୟତମ ପୁରାତନ ତଥା ସୁନାମଧନ୍ୟ ଭଗବତୀ ବିଦ୍ୟାପୀଠ ଶୁକ୍ଳେଶ୍ୱର ପୁରାତନ ଛାତ୍ର ସଂଗଠନ ର ବାର୍ଷିକ ଉତ୍ସବ ପୁରାତନ ଛାତ୍ର ସିଡିଏ ର ଅଧ୍ୟକ୍ଷ ତଥା ପ୍ରାକ୍ତନ ରାଜସ୍ବ ଆୟୁକ୍ତ ଅନିଲ ସାମଲ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l 1962 ମସିହାରେ ପ୍ରତିଷ୍ଠିତ ଏହି ସଂଗଠନ ନିରନ୍ତର ବିଦ୍ୟାଳୟ ର ବିକାଶ ରେ ନିଜକୁ ସାମିଲ କରିଥିଲା ବେଳେ ଏ ବର୍ଷ ମଧ୍ୟ ହାଇସ୍କୁଲ ପରୀକ୍ଷାରେ କୃତି ଛାତ୍ର ଙ୍କୁ ପୁରସ୍କୃତ କରା ଯିବା ସହ ନୂତନ ଭାବେ ଯୋଗ ଦେଇଥିବା ପ୍ରଧାନ ଶିକ୍ଷକ ମୋନାଲିସା ସରକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପୁରାତନ ଛାତ୍ର ତଥା ଅହମଦାବାଦ ଆଇଆଈଟି ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଦେବୀ ପ୍ରସାଦ ରାଏ, ଏସିଆନ୍ ଡେଭଲପ୍ମେଣ୍ଟ ବ୍ୟାଙ୍କ୍ ର ଶ୍ରୀଲଙ୍କା ଓ ଭାରତ ପାଇଁ ପରାମର୍ଶଦାତା ଇଂ.ସହଦେବ ଖଟୁଆ, ବୈଜ୍ଞାନିକ ପ୍ରଫେସର୍ ଡକ୍ଟର ମହେନ୍ଦ୍ର ମହାନ୍ତି ,ଡକ୍ଟର ସର୍ବେଶ୍ଵର ଶତପଥୀ, କୈଳାଶ ଚନ୍ଦ୍ର ସ୍ୱାଇଁ ଉପସଭାପତି, ଡକ୍ଟର ବିଜୟାନନ୍ଦ ସିଂ,
ରଜନୀକାନ୍ତ ପରିଡା ସଂଗଠନ ସମ୍ପାଦକ, ପୁରାତନ ଛାତ୍ର ସଙ୍ଗଠନ ର ସମ୍ପାଦକ ଶ୍ରୀ ଅରୁଣ କୁମାର ବାରିକ ପ୍ରମୁଖ ପୁରାତନ ଛାତ୍ର ମାନେ ଅତିଥିଭାବେ ଯୋଗ ଦେଇ ଗୁଣାତ୍ମକ ଶିକ୍ଷାର ବିକାଶ ଉପରେ ଗୁରୁତ୍ବ ଦେବାକୁ ଉଦ୍ୟମ କରିବାକୁ ଆହ୍ବାନ ଦେବା ସହ ବିଦ୍ୟାଳୟ ର ବିକାଶ ପାଇଁ ସବୁ ମତେ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପୁରାତନ ଛାତ୍ର ପ୍ରାକ୍ତନ ଆୟକର କମିଶନର ତଥା ସ୍ୱାଭିମାନ ମାହାଙ୍ଗାର ଅଧ୍ୟକ୍ଷ ଜୟନ୍ତ ଦାସ ଓ ସହଦେବ ଖଟୁଆ ଙ୍କୁ ପୁରାତନ ଛାତ୍ର ସଂଘ ର ଉପଦେଷ୍ଟା ଭାବେ ପଦାଶିନ ହେବାକୁ ଅନୁରୋଧ କରାଯିବା ସହ ବିଦ୍ୟାଳୟ ଏ ବର୍ଷ ତାର 75ତମ ସ୍ଵନକ୍ଷତ୍ର ପାଳନ କରିବାକୁ ଯାଉଥିବାରୁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରାଯିବା ଲାଗି ସ୍ଥିର ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସର୍ବଶ୍ରି ଚିତରଞ୍ଜନ ରାଉତ, ଚୌଧୁରୀ ରବୀନ୍ଦ୍ର କୁମାର ଶରଣ, ସଦାନନ୍ଦ ବେହେରା, ପ୍ରଶାନ୍ତ କୁମାର ରାଉତ, ଅଧ୍ୟାପକ ଅନିଲ ଜେନା , ଭାରତ ଭୂଷଣ ପଟ୍ଟନାୟକ, ଅଧ୍ୟାପକ ଡ଼. ଅଶୋକ କୁମାର ଖଟୁଆ, ଅଧ୍ୟାପକ ଅଶୋକ କୁମାର ବାରିକ,ଅଧ୍ୟାପକ ଅକ୍ଷୟ କୁମାର ମହାନ୍ତି , ସୁରେନ୍ଦ୍ର କୁମାର ବାରିକ, ସତ୍ୟ ନାରାୟଣ ଦାସ, ସାମ୍ବାଦିକ ଉମାକାନ୍ତ ଜେନା, ରବିନାରାୟଣ ଦାସ, ଧନେଶ୍ୱର ସେଠି,ଡାକ୍ତର ସିରାଉଜଦିନ ଅଲି , ଡ଼. କାର୍ତ୍ତିକ ଚନ୍ଦ୍ର ବରାଳ,ଶିକ୍ଷକ ତପନ କୁମାର ଦାସ, ଜ୍ଞାନ ରଞ୍ଜନ ମହାପାତ୍ର ପ୍ରମୁଖ ଙ୍କ ସମେତ ଶତାଧିକ ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।

0
0
0
s2sdefault