ହେଡଲାଇନସ୍:

ବର୍ଷା ଅଭାବରୁ ଚାଷ କାର୍ଯ୍ୟ ସୁରକ୍ଷିତ ରଖିବା ନେଇ ଜିଲ୍ଲାପାଳଙ୍କ ଆଗୁଆ ପଦକ୍ଷେପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗଞ୍ଜାମ(ନିଲୁ ବିଷୋୟୀ),୨୭/୧୦ : ଗଞ୍ଜାମ ଜିଲ୍ଲାର ଚାଷୀ ଚାଷ କାର୍ଯ୍ୟରେ ଯେମିତି କ୍ଷତି ସହିବେ ନାହିଁ ସେମାନଙ୍କ ଚାଷ କାର୍ଯ୍ୟ ଯେମିତି ନଷ୍ଟ ହେବ ନାହିଁ ସେଥି ପ୍ରତି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡା ଗୁରୁତ୍ବ ଆରୋପ କରିଛନ୍ତି । ଗଜା ମରୁଡି ଯେମିତି ହେବ ନାହିଁ ତାହାର ଆଗୁଆ ପଦକ୍ଷେପ ଗ୍ରହଣ ସକାଶେ ଜିଲ୍ଲାପାଳ ଶ୍ରୀ ପରିଡା ଓସ୍ବାନ ବୈଠକ ମାଧ୍ଯମରେ ଶୁକ୍ରବାର ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ବ୍ଲକ୍ କୃଷି ଅଧିକାରୀ, ଉଦ୍ଯାନ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଜରୁରୀକାଳୀନ ସମୀକ୍ଷା କରିଥିଲେ । ବର୍ଷାଋତୁ କିମ୍ବା ଗତ କିଛିଦିନ ତଳେ ବାତ୍ୟା ଆଶଙ୍କା ସମୟରେ ଯେଉଁ ବର୍ଷା ଆଶା କରାଯାଉଥିଲା ତାହା ହେଲା ନାହିଁ । ଏଣୁକରି ଚାଷ କାର୍ଯ୍ୟ ସକାଶେ ଆବଶ୍ୟକୀୟ ଜଳର ଅଭାବ ଜିଲ୍ଲାର ସମସ୍ତ ବ୍ଲକ୍ ର କିଛିକିଛି ଗ୍ରାମ ପଞ୍ଚାୟତରେ ଦେଖା ଦେଇଛି । ଏଣୁ ଚାଷ ଜମିକୁ ଜଳର ଆବଶ୍ୟକତା ପୂରଣ ଦିଗରେ ନିକଟସ୍ଥ ପୋଖରୀରୁ, କେନାଲ ମଧ୍ୟରୁ ପମ୍ପଦ୍ବାରା ପାଣି ଉଠାଯାଇ ଚାଷ ଜମିକୁ ଛା୍ଡିବା ନେଇ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଅବଗତ କରାଇଥିଲେ । ଜଳ ମଡାଗଲେ ଖରୀଫ୍ ଋତୁର ଚାଷକୁ ରକ୍ଷା କରାଯାଇ ପାରିବ । ୟେଉଁ ପୋଖରୀ ମାନଙ୍କରେ ମତ୍ସ୍ୟ ଚାଷ ନିମନ୍ତେ ଲିଜ୍ ଆକାରରେ ଦିଆ ଯାଇଛି ସେହି ପୋଖରୀ ମାନଙ୍କରେ ମତ୍ସ୍ୟ ଚାଷ ସକାଶେ ଆବଶ୍ୟକୀୟ ପାଣିକୁ ରଖି ବଳକା ପାଣି ଚାଷ କାର୍ଯ୍ୟରେ ବିନିଯୋଗ କରିବା ସକାଶେ ଜିଲ୍ଲାପାଳ ଶ୍ରୀ ପରିଡା ସମ୍ପୃକ୍ତ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ । ସମୀକ୍ଷା ସମୟରେ ବ୍ଲକ କୃଷି ଅଧିକାରୀଗଣ ଅବଗତ କରାଇଥିଲେ ଯେ ଅଧିକାଂଶ ଅଞ୍ଚଳରେ ଭଲ ଚାଷ ହୋଇଛି । ପ୍ରତି ବ୍ଲକ ପିଛା ୩ ରୁ ୪ ଗୋଟି ଗ୍ରାମ ପଞ୍ଚାୟତରେ ଜଳ ଅଭାବ ରହିଛି ,ସେଗୁଡିକ ଆଗାମୀ ସାତଆଠ ଦିନ କିମ୍ବା ପନ୍ଦର ଦିନ ବର୍ଷା ନ ହେଲେ କେତେ ହେକ୍ଟର ଧାନ ଚାଷ କ୍ଷତି ହେବ ସେହି ସମ୍ପର୍କରେ ଜଣାଇଥିଲେ । ଯେଉଁଠାରେ ଚାଷୀର ଚାଷ କ୍ଷୟ ହେବ ସେହି ସ୍ଥାନରେ ଅଣଧାନ ଚାଷ ଯାହାକି ସ୍ୱଳ୍ପ ପାଣିରେ ହୋଇଥାଏ ଯଥା : ବିରି ,ମୁଗ,ମଣ୍ଡିଆ ,ଇତ୍ୟାଦି ବିହନ ଯୋଗାଇ ଦିଆଯିବ ସେଥିରୁ ଚାଷୀ ନିଜର କ୍ଷତିର ଭରଣା ପାଇପାରିବ ତାହାର ବିକଳ୍ପ ବ୍ୟବସ୍ଥା ନିମନ୍ତେ ଯଥେଷ୍ଟ ପରିମାଣରେ ବିହନ ରହିଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅବଗତ କରାଇଥିଲେ । ଯେଉଁ ଅଞ୍ଚଳରେ ଚାଷୀର କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ସେଗୁଡିକ ପୂର୍ବରୁ ଆକଳନ କରି ରଖିବେ ଯଦ୍ଵାରା ଚାଷୀଙ୍କ କ୍ଷୟ କ୍ଷତିର ଭରଣା ପ୍ରଦାନ କରାଯାଇପାରିବ । ଜିଲ୍ଲାରେ ସମୁଦାୟ ୧,୭୯,୦୦୦ ହେକ୍ଟର ଧାନ ଚାଷ ହୋଇଛି । ଆଗାମୀ ୧୫ ଦିନ ମଧ୍ୟରେ ବର୍ଷା ଅଭାବ ରହିଲେ ଜିଲ୍ଲାର ସମୁଦାୟ ୪୭୯୧ ହେକ୍ଟର ଧାନଚାଷ କ୍ଷୟ କ୍ଷତି ହେବାର ସମ୍ଭାବନା ରହିଛି । ଏଣୁ ସମୁଦାୟ ୪୭୯୧ ହେକ୍ଟର ଜମିକୁ କିଭଳି ବିଭିନ୍ନ ଉପାୟରେ ଜଳ ଯୋଗାଣ ହୋଇପାରିବ ତାହାର ବିକଳ୍ପ ପନ୍ଥା ଗ୍ରହଣ କରିବାକୁ ଜିଲ୍ଲାପାଳ ଶ୍ରୀ ପରିଡା ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କୀର୍ତ୍ତି ଭାସନ ଭି, ମୁଖ୍ୟ ଜିଲ୍ଲାକୃଷି ଅଧିକାରୀ ସୁବ୍ରତ କୁମାର ସାହୁ ,କୃଷି ଯୋଜନା ଅଧିକାରୀ ଅଜିତ ମହାପାତ୍ର ସମେତ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault