ହେଡଲାଇନସ୍:

ବଡ଼ ଧୁମ୍ ଧାମ ରେ ପାଳିତ ହେଲା ଦୂର୍ଗା ପୂଜା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାରସକଣା ଶାସକ ପ୍ରଶାସକ :: ମୟୁରଭଂଜ ଜିଲ୍ଲା ସାରସକାଣା ବ୍ଳକ୍ ସ୍ଥିତ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ଜଗତ ଜନନୀ ଶକ୍ତି ସ୍ୱରୁପିଣୀ ମାଆ ଦୂର୍ଗା ଙ୍କ ନବରାତ୍ରି ଉତ୍ସବ । ବ୍ଳକ୍ ର ବିଭିନ୍ନ ସ୍ଥାନ ଯଥା ଝାରପୋଖରିଆ , ସାରସକଣା, ନୁହଁ।ମାଳିଆ ବଡ଼ଚାଟରା, ସାନଚାଟରା, ଶିର୍ଷା,ପାଣ୍ଡରା, ମୁରୁଣିଆ,ଯୋକା, ପୋଖରିଆ, ଝରଣସାହି, ଜାଲଦା , ଜାମୁବଣୀ , ରାଜାଲୋକା, ପଣ୍ଡାବିଲା ଏମିତି ବିଭିନ୍ନ ସ୍ଥାନ ପୁଜା ମଣ୍ଡପ ମାନଙ୍କରେ ମହା ଆଡମ୍ବର ସହିତ ପାଳିତ ହେଲା ଦୂର୍ଗାପୂଜା । ମହାଷଷ୍ଠୀ (ବେଲ୍ୟ ବରଣ) ଦିନ ନଦୀ ଓ ବିଭିନ୍ନ ପୋଖରୀରୁ ମାଆଙ୍କର ଘଟ ଆସି ମଣ୍ଡପରେ ସ୍ଥାପିତ ହୋଇ ଆରମ୍ଭ ହୋଇଥଲା ମାଆଙ୍କର ଷୋଡ଼ଶ ନୀତି। ବିଧି ମତରେ ପ୍ରଥମେ ଷଷ୍ଠୀ ତାପରେ ସପ୍ତମୀ ପୂଜା ଓ ମହାଅଷ୍ଟମୀ ପୂଜା ଏବଂ ନବମୀ ପୂଜା କରାଯାଇଥିଲା । ଢୋଲ,ମୃଦଙ୍ଗ ଏବଂ ଯୋଡ଼ି ମହୁରୀ ରେ ପ୍ରକମ୍ପିତ ହୋଇଥିଲା ବିଭିନ୍ନ ପୂଜା ମଣ୍ଡପ । ତେବେ ମୂଖ୍ୟ ବଜାର ବମ୍ବେଛକ ଝାରପୋଖରିଆ ସାର୍ବଜନୀନ ପୂଜା ମଣ୍ଡପରେ ଭକ୍ତ ମାନଙ୍କର ଅଧିକ ସମାଗମ ହୋଇଥିବା ର ଦେଖିବାକୁ ମିଳିଥିଲା ତତ୍ ସହିତ କମିଟି ଦ୍ଵାରା ବଣ୍ଟନ କରାଯାଇ ଥିବା ଅନ୍ନ ଭୋଗ ସେବନ କରିଥିଲେ ହଜାର ହଜାର ଶ୍ରଦ୍ଧାଳୁ । ମାତ୍ର ପରବର୍ତ୍ତୀ ସମୟରେ ସମସ୍ତଙ୍କ ମନରେ ଦୁଃଖ ଏବଂ ଆଖିରେ ଲୁହ ଆସିଥିଲା ମାଆଙ୍କ ବିଜୟା ଦଶମୀ । ଭକ୍ତ ଟିଏ ମାଙ୍କୁ ଚାହିଁ କହୁଥାଏ ମାଆ ଗୋ ଏବେ ବିଦାୟ ନେବାର ସମୟ ଆସିଲା ମର୍ତ ମଣ୍ଡଳରୁ ,ପୁଣି ଆସନ୍ତା ବର୍ଷ କୁ ଚାତକ ପକ୍ଷୀ ପରି ଚାହିଁ ରହିଥିବି ତୋ ଆଗମନ କୁ। ହେ ମାଆ କରୁଣା ମୟୀ ଆଦି ଶକ୍ତି ମହାମାୟୀ ତୋର ପଣତ କାନିରେ ଢାଙ୍କି ରଖିଥିବୁ ମାନବ ସମାଜକୁ , ସ୍ନେହ ଶ୍ରଦ୍ଧା ଓ ବନ୍ଧୂତ୍ୟୁ ରେ ବାନ୍ଧି ହୋଇ ରହି ଥାଉ ପ୍ରତ୍ୟେକ ଟି ମଣିଷ। ଅନାୟ, ଅତ୍ୟାଚାର, ଅସତ୍ୟ ଓ ଅଧର୍ମି ଙ୍କୁ ନିପାତ କରିବା ପୂର୍ବକ ବିଭିନ୍ନ ସ୍ଥାନରେ ଆୟୋଜନ ହୋଇଥିଲା ରାବଣ ପୋଡ଼ି । ଚଳିତ ବର୍ଷ ପାଗ ମୁଖ୍ୟତଃ ଶୁଖିଲା ଥିବାରୁ ପ୍ରତ୍ୟେକ ପୂଜା ମଣ୍ଡପରେ ହଜାର ହଜାର ଭକ୍ତଙ୍କ ଜନ ସମାଗମ ହୋଇ ଥିବା ବେଳେ ପ୍ରତ୍ୟେକ ରାତ୍ରି ରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ମନ ମୁଗ୍ଧ କରିଥିଲା । ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ରଙ୍କ ରିପୋର୍ଟ।

0
0
0
s2sdefault