ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସଦର ମହକୁମା ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟ ପରିସରରେ ଆଜି ବ୍ଲକ ସ୍ତରୀୟ ଶିଶୁ ମହତ୍ସଭ ୨୦୨୩ ଅନୁଷ୍ଠିତ ହେଇଯାଇଛି । କାର୍ଯ୍ୟକ୍ରମ ରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀ ନିଜନିଜର ଲୁକାୟିତ ପ୍ରତିଭା ଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ କରିଥିବା ଦେଖିବାକୁ ମିଳିଥିଲା । ଏଥିରେ ଭାଗ ନେଇ ଥିବା ଛାତ୍ରଛାତ୍ରୀ ମାନେ ସଂସ୍କୃତିକ, ପାରମ୍ପରିକ, ଅନ୍ଧବିଶ୍ୱାସ , ସ୍ୱାସ୍ଥ୍ୟ ଓ ପରିବେଶ ଭଳି ସଚେତନତା କୁ ଗୀତ ଓ ନୃତ୍ୟ ମାଧ୍ୟମ ପରିବେଷଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କାଶୀପୁର ତହସିଲଦାର ବିଶ୍ୱ ବିଶୃତ ତ୍ରିପାଠୀ, ବିଡ଼ିଓ ମନୀଷା ଦାସ ଯୋଗଦେଇଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ ଦୀପ୍ତିମୟୀ ସିଂ,ଓ ୧୮ ଜଣ ସିଆରସି ମଞ୍ଚରେ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମ ର ପ୍ରଥମେ ଯୋଗଦେଇଥିବା ଛାତ୍ରଛାତ୍ରୀ ଙ୍କୁ ଦୁଇ ଭାଗରେ ଯଥା ସିନିଏର ଓ ଜୁନିଅର ଭାବେ ଚିତ୍ରାଙ୍କନ , ରଚନା, ପ୍ରବନ୍ଧ, ସୁନ୍ଦର ହସ୍ତାକ୍ଷର, ବକ୍ତୃତ୍ୱ, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା । ପୁରସ୍କୃତ ଥିବା ଛାତ୍ରଛାତ୍ରୀ ମଧ୍ୟରୁ ବକ୍ତୃତ୍ୱ ରେ କୁମୁଦିନି ନାଏକ ଥୁଟିବର ବିଦ୍ୟାଳୟ , ସ୍ନିଗ୍ଧା ମୟୀ ବେହେରା ପୋଡାପାଡି ଉଚ୍ଚ ବିଦ୍ୟାଳୟ ,ପ୍ରବନ୍ଧ ରେ ଟଂକାଧର ନାଏକ ଚନ୍ଦ୍ରଗିରି ବିଦ୍ୟାଳୟ, ମିଥୁନ ନାଏକ ଓଏଭି କାଶୀପୁର, ବିକାଶ ନାଏକ ଗୋରଖପୁର ବିଦ୍ୟାଳୟ , ମହେଶ୍ୱରୀ ବାଘ ଡଙ୍ଗାସିଲ ବିଦ୍ୟାଳୟ, ସଂଗୀତା ମାଝି ଓଏଭି କାଶୀପୁର, ସନ୍ତୋଶି ନାଏକ ,ଓଏଭି କାଶୀପୁର ବିଦ୍ୟାଳୟ , ଚିତ୍ରାଙ୍କନ ଓ ଚିତ୍ର ରେ ସତ୍ୟବତୀ ମୁଦୁଲି ଥୁତିବର ବିଦ୍ୟାଳୟ, କବିନ୍ଦ୍ର ମାଝି ଚନ୍ଦ୍ରଗିରି ବିଦ୍ୟାଳୟ, ପ୍ରତିମା ଝୋଡ଼ିଆ ଡଙ୍ଗାସିଲ ବିଦ୍ୟାଳୟ, ସେହିପରି ଟୁନା ମାଝି ପଞ୍ଚାଲି ବିଦ୍ୟାଳୟ, ସିଦ୍ଧାନ୍ତ ମାଝି ଓଏଭି ,ଯଜ୍ଞନ୍ତ ପଣ୍ଡା ପ୍ରମୁଖ ଯଜ୍ଞ ବିବେଚିତ ହେଇଥିବା ବେଳେ ନୃତ୍ୟ ପରିବେଷଣ ର ପ୍ରଥମ ସ୍ଥାନ ରେ ଡଙ୍ଗାସିଲ ବିଦ୍ୟାଳୟ ଦ୍ଵିତୀୟ ରେ ଓଏଭି କାଶୀପୁର ବିଦ୍ୟାଳୟ ସେହିପରି ଚନ୍ଦ୍ରଗିରି ବିଦ୍ୟାଳୟ ପୁରସ୍କୃତ ହେଇଥିଲେ ।
ମୁଖ୍ୟ ଆକର୍ଷଣ ମଧ୍ୟରୁ ଏଥିରେ ଅନେକ ପ୍ରତିଯୋଗିତା ମଧ୍ୟରୁ ଅନ୍ଧବିଶ୍ୱାସର ଶିକାର ଓ ସ୍ଥାନୀୟ ଯାତାୟାତ ର ତ୍ରୁଟି ହେତୁ କିଭଳି ଅଞ୍ଚଳ ର ଏକାଧିକ ଲୋକଙ୍କ ମୃତ୍ୟୁବରଣ ହେଇଥିବା ସତ୍ୟ ଘଟଣା କୁ ଆଧାରିତ କରି ଅଭିନୟ ମାଧ୍ୟମ ରେ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ପ୍ରଦର୍ଶନ କରି ଆଦର୍ଶ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଶିକ୍ଷକ ଉତ୍ତମ ସରାଫ ଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିବା ବେଳେ ଭୁରିୟ ପ୍ରସଙ୍ଗସା କରିଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ କୁ ଏବିଇଓ କୂଳରଞ୍ଜନ ସୁନା ପରିଚାଳନା କରିଥିବାବେଳେ ଶିକ୍ଷକ ଙ୍କ ମଧ୍ୟରୁ ଅରୁଣ ନାଏକ, କିରତେଶ୍ୱର ନାଏକ , ମଧୁରୀ ପ୍ରିୟଦର୍ଶନୀ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ସେହିପରି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ଅନ୍ୟ ଶିକ୍ଷକମାନଙ୍କ ମଧ୍ୟରୁ ରତ୍ନାକର ନାଏକ, ଜିତେଶ୍ୱର ନାଏକ, ଅରୁଣ ଆଚାର୍ଯ୍ୟ , ଜିତେନ୍ଦ୍ର ବୈଦ୍ୟ , ଦୁଲ୍ଲଭ ସାଉଁତା ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ।









