ହେଡଲାଇନସ୍:

ଗାଇସିଲାଟ ବ୍ଲକ୍ର ରେ ଆମ ଓଡ଼ିଶା ନବୀନ ଓଡ଼ିଶା ଅନୁଷ୍ଠିତ ହୋଇଯାଇଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାଇସିଲାଟ/ମନ ଡନସନା- ଅପୂର୍ବ ଆନନ୍ଦ ଓ ହର୍ସଉଲ୍ଲାସ ମଧ୍ଯରେ ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଗାଇସିଲାଟ ବ୍ଲକର ମିନି ଷ୍ଟାଡ଼ିୟମରେ ଲୋକାର୍ପିତ ହୋଇଛି ଓଡ଼ିଶା ସରକାରଙ୍କର ଐତିହାସିକ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା । ଏହା ସହ ଗାଇସିଲାଟ ବ୍ଲକର ଗାଁ -ଗାଁରେ ଆରମ୍ଭ ହୋଇଛି ବିକାଶର ନୂଆ ଯୁଗ। ଗାଇସିଲାଟ ମିନିଷ୍ଟାଡିୟମ୍ ଖେଳପଡ଼ିଆ ଠାରେ ହଜାର ହଜାର ସମବେତ ଜନତା ଓ ମାତୃଶକ୍ତିଙ୍କ ଉପସ୍ଥିତିରେ ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ଯମରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ଯକ୍ରମର ଶୁଭାରମ୍ଭ କରିଛନ୍ତି । ଗାଇସିଲାଟ ବ୍ଲକର ପ୍ରତି ପଞ୍ଚାୟତରେ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନକୁ ସଶକ୍ତ ଓ ସମୃଦ୍ଧ କରିବାକୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ଐତିହାସିକ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା । ଏହି ଯୋଜନା ସହ ଏହି ଅଂଚଳର ବିକାଶର ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନା ମାଧ୍ୟମରେ ପ୍ରତି ପଞ୍ଚାୟତର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଆମ ଓଡିଶା ନବୀନ ଓଡିଶା ମାଧ୍ଯମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟସ୍ଥଳରୀ ସଂରକ୍ଷଣ କରାଯିବ । ଡିଜିଟାଲ ଭିତ୍ତିଭୂମି, ବିଜ୍ଞାନକେନ୍ଦ୍ର, ଦକ୍ଷତା ବିକାଶ, ବ୍ୟାଙ୍କିଂ ଆଦି କ୍ଷେତ୍ରକୁ ବିକଶିତ କରି ସବୁ ବର୍ଗଙ୍କ ପାଇଁ ଅମାପ ସୁଯୋଗ ସୃଷ୍ଟି ହେବ । ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ଓ ସଂସ୍କୃତି ସଚେତନ ଅଂଚଳ ଗାଇସିଲାଟ ବ୍ଲକ ପରିଚୟକୁ ଆହୁରି ଉଜ୍ବଳ କରିବ ବୋଲି ଜନସାଧାରଣ ମତପ୍ରକାଶ କରିଛନ୍ତି। ଗନିଆପାଲି ସରପଂଚ ପୁଷ୍ପାଞ୍ଜଳି ବେହେରା ନିଜର ବକ୍ତବ୍ଯ ଦ୍ବାରା ବ୍ଲକର ସମସ୍ତ ଜନସାଧାରଣଂକ ତରଫରୁ ମୁଖ୍ଯମନ୍ତ୍ରୀଂକୁ କୃତଜ୍ଞତା ଜ୍ଞାପନ କରିଥିଲେ ।

0
0
0
s2sdefault