(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ସୁକରପଡ଼ା ଡ଼ାକବଙ୍ଗଳା ସଭାଗୃହରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସଫଳ ରୂପାୟନ ପାଇଁ ଏକ ପାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ୧୯ ତାରିଖ ଗୁରୁବାର ଦିନ ବ୍ଲକ କାର୍ଯ୍ୟାଳୟ ପରିସରରେ ଏହି ବ୍ଲକର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୭ଗୋଟି ପଂଚାୟତରୁ ସମସ୍ତ ଜନପ୍ରତିନିଧି ଏବଂ ୧୦ଜଣ ଲେଖାଏଁ ବୟୋଜ୍ୟେଷ୍ଠ ମୁରବୀ ଶ୍ରେଣୀୟ ଲୋକମାନଙ୍କୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ କାର୍ଯ୍ୟକ୍ରମକୁ ଭିଡ଼ିଓ କନଫେରେସିଂ ମାଧ୍ୟମରେ ଦେଖାଇବାର ସମସ୍ତ ବନେ୍ଦାବସ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଖୋଦ୍ ବିଧାୟକ ପ୍ରତାପ ଜେନା ଉପସ୍ଥିତ ରହି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ଅଗ୍ରଗତି ନିମନ୍ତେ କିଭଳି ପଦକ୍ଷେପ ନିଆଯିବ ସେ ସଂକ୍ରାନ୍ତରେ ବିଷଦ ଆଲୋଚନା କରିବେ । ବିଶେଷ କରି ଏହି ଯୋଜନାରେ ପ୍ରତ୍ୟେକ ପଂଚାୟତକୁ ପ୍ରଦାନ କରାଯାଇଥିବା ୫୦ଲକ୍ଷ ଟଙ୍କା ଅନୁଦାନରେ କି କି ପ୍ରକଳ୍ପ ଚୟନ କରାଯାଇଛି ସେ ସଂକ୍ରାନ୍ତରେ ଘୋଷଣା କରାଯିବା ସହ ତୁରନ୍ତ ପ୍ରକଳ୍ପ ନିର୍ମାଣ କରିବା ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ କରାଯିବ ।
ଏହି ଯୋଜନାରେ ଗୋଟିଏ ପ୍ରକଳ୍ପ ପାଇଁ ଅତି କମରେ ୨ଲକ୍ଷ ୫୦ ହଜାର ଟଙ୍କା ଅନୁଦାନ ଦିଆଯାଇପାରିବ ବୋଲି ଜଣାଯାଇଛି । ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତିଙ୍କ ପୌରହିତ୍ୟରେ ଏଥ୍ôରେ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ମନୋଜ ସେଠୀ, ଜୋନ୍ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ , ପୂର୍ବତନ ସରପଂଚ ଦେବେନ୍ଦ୍ର ସାହୁ, ବ୍ଲକ ଯୁବ ବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତଙ୍କ ସମେତ ବହୁ ସରପଂଚ,ସମିତିସଭ୍ୟ ,ମହିଳା ନେତ୍ରୀ ଓ ବିଜେଡ଼ି କର୍ମୀମାନେ ଯୋଗ ଦେଇଥିଲେ ।








