ହେଡଲାଇନସ୍:

ଭାରତ ବିକାଶ ପରିଷଦର ର ବାଳବିକାଶ କାର୍ଯ୍ୟକ୍ରମ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ସ୍ଥାନୀୟ ଜେନିଥ ଗୁରୁକୁଳ ଠାରେ ଭାରତ ବିକାଶ ପରିଷଦ ତରଫରୁ ଡକ୍ଟର ବାଞ୍ଛାନିଧି ପଣ୍ଡା ଙ୍କ ସଭାପତିତ୍ବରେ ବାଳବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ମନୋଜ କୁମାର ପଣ୍ଡା ଦୀପ ପ୍ରଜୣଳନ କରିଥିଲେ। ପ୍ରଥମ ସତ୍ର ରେ ଅଧ୍ୟାପକ ସୁଶାନ୍ତ ମିଶ୍ର ଶହୀଦ ମାଧୋ ସିଂ, ଶିକ୍ଷକ ଚୈତନ ସାହୁ ବାଜି ରାଉତ ଓ ରିତେଶ ମେହେର ଛତ୍ରପତି ଶିବାଜୀ ମହାରାଜ ବିଷୟରେ ଆଲୋକପାତ କରିଥିଲେ। ୨ୟ ସତ୍ର ରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ଶ୍ରୀମାନ୍ ଚନ୍ଦ୍ରଶେଖର ପୁରୋହିତ ସମ୍ପାଦନା କରିଥିଲେ। ତୢତୀୟ ସତ୍ର ରେ ଶିକ୍ଷକ କିଶୋର ପାତ୍ର ସତ୍ୟ, ଶିକ୍ଷକ ଉମେଶ ସାହୁ ପରୋପକାର ଏବଂ ଶିକ୍ଷକ ମନୋଜ ପଣ୍ଡା ମାତୢପିତୢ ଭକ୍ତି ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜେନିଥ ଗୁରୁ କୁଳ ର ୭୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ
ସମସ୍ତ କାର୍ଯ୍ୟକ୍ରମ କୁ ଅଧ୍ୟାପକ ଦିବ୍ୟ କିଶୋର ପଣ୍ଡା ପରିଚାଳନା କରିଥିଲେ। ଶେଷରେ ଭାରତ ବିକାଶ ପରିଷଦର ସମ୍ପାଦକ ଡକ୍ଟର ମନୋଜ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ଝସକେତନ ନାୟକ, ସଂଗମ ସାହୁ, ସୁରେଶ ରାମଚନ୍ଦାନୀ, ତରୁଣ ପ୍ରଧାନ, ନିକୁ, କୁଞ୍ଜ ବିହାରୀ ସରାଫ ଉପସ୍ଥିତ ଥିଲେ।

0
0
0
s2sdefault