ହେଡଲାଇନସ୍:

ଆମ୍ବେଦକର ଯୁବକ ସଂଘ ତରଫରୁ ୧୧ ତମ ନୂଆଁଖାଇ ଭେଟଘାଟ ଉପଲକ୍ଷେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ବରିକେଲ ପଞ୍ଚାୟତ ଅନ୍ତର୍ଗତ ଫଟାମୁଣ୍ଡା ଗାଁରେ ନୂଆଁଖାଇ ଭେଟଘାଟ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଆମ୍ବେଦକର ଯୁବକ ସଂଘ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷୟତ୍ରୀ ସରୋଜିନୀ ବନଛୋର ଯୋଗଦେଇ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରି ଥିଲେ l ଏହି ଅବସରରେ ପିଠା କାର୍ଯ୍ୟକ୍ରମ , ମ୍ୟୁଜିକ ଚେୟାର , ରଙ୍ଗୋଲି ପ୍ରତିଯୋଗିତା, ଚାମଚ ବାଟି ବ୍ୟାଲେନ୍ସ , ଛୁଞ୍ଚି ସୂତା ପ୍ରତିଯୋଗିତା କରାଯାଇଥିଲା । ବିଚାରକ ଭାବେ , ସିଟି ମିଶନ ମ୍ୟାନେଜର ସୁଲେଖା ପଣ୍ଡିତ, ସ୍ୱଚ୍ଛ ସୁପରଭାଇଜର ମାନସୀ ମିଶ୍ର , ଉମେଶ ସୁନା , ଅନିତା ବାବୁ , ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ମା ସମ୍ବଲେଶ୍ବରୀ ସ୍ୱୟଂ ସହାୟକ ଗୋଷ୍ଠୀ, ଝାନ୍ସିରାଣୀ ସ୍ୱୟଂ ସହାୟକ ଗୋଷ୍ଠୀ, ମା ଗଣା ଘାଟେନ ସ୍ୱୟଂ ସହାୟକ ଗୋଷ୍ଠୀ , ଜୟ ମା ଲଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ, ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ , ଶ୍ରୀ ଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀ,ତାରା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଗାଁର ସମସ୍ତ ମହିଳା , ଯୁବତୀ ମାନେ ଅଂଶଗ୍ରହଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ , ଅଶୋକ ମେହେର , ବିକ୍ରମ ପ୍ରଧାନ , ଆମ୍ବେଦକର ଯୁବକ ସଂଘର ସଂପାଦକ ରଜନୀକାନ୍ତ ସୁନା , ତ୍ରିଲୋଚନ ସୁନା , ରାଜେଶ ମହାନନ୍ଦ , ବୁଲୁ କୁମ୍ଭାର , ରଙ୍ଗାଧର ସୁନା , ରାହୁଲ କୁମ୍ଭାର , ଶଶୀ ମହାନନ୍ଦ , ସନ୍ତୋଷ ବାରିକ , ତ୍ରିଲୋଚନ ତାଣ୍ଡି , କରୁଣାକର ତାଣ୍ଡି, ଅଣାକର ମେହେର ଓ ଆମ୍ବେଦକର ଯୁବକ ସଙ୍ଘର ସମସ୍ତ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ ଓ ଶେଷରେ ଆମ୍ବେଦକର ଯୁବକ ସଙ୍ଘର ଉପ-ସଭାପତି ବେଣୁପାଣି ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault