(ମାହାଙ୍ଗା-ଶାସକ ପ୍ରଶାସକ): ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆନ୍ତରିକତା ର ଉଦ୍ୟମ ଆହ୍ୱାନ କ୍ରମେ ଦେଶ ପାଇଁ ସହିଦ ହୋଇଥିବା ବୀର ସହିଦ ମାନଙ୍କ ସ୍ମୃତି ଓ ସ୍ମରଣାର୍ଥେ ଦିଲ୍ଲୀର କର୍ତ୍ତବ୍ୟ ପଥ ଠାରେ ଏକ ଭବ୍ୟ ଅମୃତ ବାଟିକା ସ୍ଥାପନା କରାଯିବ l ସେଥିପାଇଁ ସାରା ଦେଶରୁ ପ୍ରତ୍ୟେକ ଘରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ରେ ମାଟି ସଂଗ୍ରହ କରାଯାଉଛି l ଏହି ପରୀପ୍ରେକ୍ଷୀରେ ମାହାଙ୍ଗା ବିଧାନସଭା କ୍ଷେତ୍ର ବରିଷ୍ଠ ବିଜେପି ନେତା ତଥା ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରାଳୟ ରାଷ୍ଟ୍ରୀୟ ବୋର୍ଡ ସଦସ୍ୟ ଭାରତ ସରକାର ଚୌଧୁରୀ ପ୍ରଭାତ କେଶରୀ ମିଶ୍ରଙ୍କ ତତ୍ଵାବଧାନରେ ମାହାଙ୍ଗା ବ୍ଲକ ଗୌଡ଼ପଡା ସ୍ଥିତ ଗମ୍ଭୀରାଇ ଠାକୁରାଣୀ ଙ୍କ ପୀଠ ସ୍ଥଳୀ ରୁ ଏକ ଭବ୍ୟ ଶୋଭାଯାତ୍ରା ବାହାରି ମାହାଙ୍ଗା ର ଅନ୍ୟତମ ବରପୁତ୍ର ବିରଜା ପ୍ରସାଦ ରାୟଙ୍କ ଭିଟା ମାଟିରୁ ପ୍ରଥମେ ମାଟି ସଂଗ୍ରହ କରାଯାଇ ଗ୍ରାମର ଅନ୍ୟ ଲୋକଙ୍କ ଘରୁ ମୂର୍ତ୍ତିକା ସଂଗ୍ରହ କରାଯାଇ ମାଳିକା ବର୍ଣ୍ଣିତ ଜରିଆ ନଦୀ କୂଳ ସ୍ଥିତ ମାହେଶ୍ୱରୀ ମନ୍ଦିର ଠାରେ ଉକ୍ତ କାର୍ଯ୍ୟକ୍ରମ ସମାପନ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମାହାଙ୍ଗା ବରିଷ୍ଟ ବିଜେପି ନେତା ଶ୍ରୀ ମିଶ୍ରଙ୍କ ସମେତ ବିଜେପି ନାରୀ ନେତ୍ରୀ ଅହଲ୍ୟ ଜେନା, ସୁଖଲତା ଦାସ, ମଞ୍ଜୁଲତା ମିଶ୍ର, ତୁଳସୀ ପରିଡା, ଦୀପା ବେହେରା, ମଞ୍ଜୁଲତା ବେହେରା, ବିଜେପି ନେତା ମୀନକେତନ ଦାସ, ଅଶୋକ ସିଂହ, ସଞ୍ଜୟ ସେଠୀ, ସଂଗ୍ରାମ ବେହୁରା, ବିଭୁତି ଭୂଷଣ ସ୍ୱାଇଁ, ଅଜୟ ମହାପାତ୍ର, ଗଣେଶ୍ୱର ଖଟୁଆ, ଅଶୋକ କୁମାର ମଲିକ, ଦେବେନ୍ଦ୍ର ନାୟକ, ଚୌଧୁରୀ ଯିବିତେସ ମିଶ୍ର, ତପନ ସ୍ୱାଇଁ, ଉମାଶଙ୍କର ସାହୁ, ମହେଶ୍ୱର ସିଂ, ପବିତ୍ର ଦାସ, ତପନ ସିଂ, ତରଣୀ ରାଉତ, ପ୍ରକାଶ ପଣ୍ଡା, ସରୋଜ ରାଜ ଜେନା, ଶିବ ଚରଣ ଜେନା, ସାକର୍ଷଣ ଜେନା, ହିମାଂଶୁ ନାୟକ, ସତ୍ୟଭାମା ବେହୁରା ଙ୍କ ସମେତ ବହୁ ବିଜେପି କର୍ମୀ, ଜନସାଧାରଣ, ପୋଲିସ କର୍ମଚାରୀ ଯୋଗଦାନ କରି ସହଯୋଗ କରିଥିଲେ l ଏଭଳି ମହତ କାର୍ଯ୍ୟକ୍ରମ କୁ ମାହାଙ୍ଗା ବାସୀ ଦୃଢ ସମର୍ଥନ କରିବା ସହିତ ଭାରତର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମାହାଙ୍ଗା ବରିଷ୍ଟ ବିଜେପି ନେତା ଚୌଧୁରୀ ପ୍ରଭାତ କେଶରୀ ମିଶ୍ରଙ୍କୁ ସାଧୁବାଦ ଜଣାଇଥିଲେ l
ରାଜ୍ୟ
ବରିଷ୍ଠ ବିଜେପି ନେତା ଚୌଧୁରୀ ପ୍ରଭାତ କେଶରୀ ମିଶ୍ରଙ୍କ ତତ୍ଵାବଧାନରେ ମାହାଙ୍ଗା ରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ
- Hits: 775








