ସାରସକଣା ଶାସକ ପ୍ରଶାସକ :: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଧୀନସ୍ଥ ପାଣିଶୋଳ ଗ୍ରାମର ବିଜୟ କୁମାର ମହାନ୍ତ(69) ଗାଁ ମୁଣ୍ଡ ପୋଖରୀକୁ ନିତ୍ୟକର୍ମ ଓ ଶୌଚ ହେବା ପାଇଁ ଯାଇଥିଲେ କିନ୍ତୁ ସେଠାରୁ ଫେରି ନ ଥିଲେ । ସୂଚନା ମୁତାବକ ବିଜୟ କୁମାର ମହାନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ ଏବଂ ଖୋଜାଖୋଜି କରିବା ପରେ ପରିବାର ଲୋକେ ଗାଁ ପୋଖରୀରେ ବୁଡ଼ିଯାଇ ଥିବା ର ଜାଣିପାରି ଥିଲେ । ତେବେ ବୁଡିଯାଇଥିବା ପୋଖରୀରୁ ତାଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ସହାୟତାରେ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ମାତ୍ର ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ. । ମୃତକଙ୍କ ପୁଅ ବିଶ୍ୱମ୍ବର ମହାନ୍ତଙ୍କ ଲିଖିତ ଅଭିଯୋଗ ଆଧାରରେ ଝାରପୋଖରିଆ ଥାନାରେ କେଶ ନମ୍ବର 45/23 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପି.ଆର.ଏମ.ଡାକ୍ତରଖାନା କୁ ପଠାଯାଇଛି। ସାରସକଣା ରୁ ଦିପୁ ମହାପାତ୍ରଙ୍କ ରିପୋର୍ଟ ।
ରାଜ୍ୟ
ପୋଖରୀ ରେ ବୁଡି ବୃଦ୍ଧ ମୃତ
- Hits: 188








