ହେଡଲାଇନସ୍:

କୁଳିଆ ବଜାର ବ୍ୟବସାୟୀ ସଂଘ ପୁର୍ନଗଠିତ ଓ ଦଶହରା ପ୍ରସ୍ତୁତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ କୋଲଣପୁର ପଂଚାୟତ କଟକ ଚାନ୍ଦବାଲି ରାସ୍ତା ପାର୍ଶ୍ୱ କୁଳିଆ ବଜାରର ବ୍ୟବସାୟୀ ମାନଙ୍କୁ ନେଇ ଶୁକ୍ରବାର ରାତିରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କୁଳିଆ ବଜାର ବ୍ୟବସାୟୀ ସଂଘର ନୂତନ କର୍ମକର୍ତା ମନୋନୀତ ହୋଇଛନ୍ତି । ସରପଂଚ ଗୋପବନ୍ଧୁ ସେଠୀଙ୍କ ସଭାପତିତ୍ୱ ଏବଂ ବରିଷ୍ଠ ବ୍ୟବସାୟୀ ପ୍ରହଲ୍ଲାଦ ନାୟକଙ୍କ ସଂଯୋଜନାରେ ଉକ୍ତ ବୈଠକରେ ସଂଘର ସଭାପତି ଭାବେ ଶାରଦା ପ୍ରସାଦ ସାହୁ, ଉପସଭାପତି ଭାବେ ଅରବିନ୍ଦ ଲେଙ୍କା, ସମ୍ପାଦକ ଭାବେ ଟୁବୁଲା ନାୟକ ଓ କୋଷାଧ୍ୟକ୍ଷ ଭାବେ ପୀତବାସ ଖୁଂଟିଆଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । ଏହାଛଡ଼ା ଏହି ସଂଘରେ କେତେକ ବୟୋଜ୍ୟେଷ୍ଠ ବ୍ୟବସାୟୀଙ୍କୁ ଉପଦେଷ୍ଟା ଭାବେ ମଧ୍ୟ ଗ୍ରହଣ କରାଯାଇଛି । ଚଳିତ ଶାରଦୀୟ ପୂଜା ପାଇଁ ବଜାର ମଧ୍ୟରେ ପୂଜା ମଣ୍ଡପରେ ମେଢ ନିର୍ମାଣ ଓ ଏହାର ପୂଜାର୍ଚ୍ଚନା , ସାଜସଜ୍ଜା ଓ ଭଷାଣୀ ଉତ୍ସବ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ବଜାରରେ ବ୍ୟବସାୟ କରୁଥିବା ୯୦ଜଣ ବ୍ୟବସାୟୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault