ହେଡଲାଇନସ୍:

ମୋ ସ୍କୁଲ ଯୋଜନାରେ ୧୫ଲକ୍ଷ ଟଙ୍କା ବ୍ୟୟରେ ବିଜ୍ଞାନ ପ୍ରଦର୍ଶନୀ ସଭା ଗୃହ ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଛାତ୍ର ଛାତ୍ରୀଙ୍କ ବିଜ୍ଞାନ ଶିକ୍ଷାରେ ବିକାଶ ଘଟିବ: ବକ୍ତା


(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ):ନିଶ୍ଚିନ୍ତକୋଇଲି ବ୍ଲକ ବରାଦୋ ପଂଚାୟତ ପାଟପୁର ଠାରେ ଥିବା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଯୋଜନାରେ ୧୫ଲକ୍ଷ ଟଙ୍କା ବ୍ୟୟରେ ଏକ ନୂତନ ବିଜ୍ଞାନ ପ୍ରଦର୍ଶନୀ ସଭା ଗୃହ ନିର୍ମାଣ କରାଯାଇଛି । ଉକ୍ତ ନୂତନ ସଭା ଗୃହକୁ ଶନିବାର ଦିନ ଏହି ବିଦ୍ୟାଳୟର ପୁରାତନ ଛାତ୍ରୀ ତଥା ମୋ ସ୍କୁଲ ଯୋଜନାରେ ୫ଲକ୍ଷ ଟଙ୍କା ଦାନ କରିଥିବା କମଳା ଦ୍ୱିବେଦୀ ଙ୍କ ଦ୍ୱାରା ଉଦଘାଟିତ ହୋଇଛି । ପ୍ରଧାନଶିକ୍ଷୟିତ୍ରୀ କିରଣବାଳା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟଅତିଥି ଭାବେ ଡ଼ି.ଏମ.ଇଟି ର ଓଡ଼ିଶା ମୁଖ୍ୟ ଡ଼ଃ.ସଚ୍ଚି ମହାନ୍ତି , ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପୋଲିସ ଡ଼ିଜି ଏମ୍ ଅକ୍ଷୟ , ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ମୋ କଲେଜ ଯୋଜନାର ସଂଯୋଜକ ଡ଼ଃ. ହୃଷିକେଶ ମହାନ୍ତି, ଆଇସିଏମଆର ର ବରିଷ୍ଠ ବୈଜ୍ଞାନିକ ଡ଼ଃ.ଅମର ମହାପାତ୍ର, ଚକ୍ଷୁ ବିଶେଷଜ୍ଞ ଡ଼ାକ୍ତର ଦିଲ୍ଲୀପ ସାହୁ, ଇଂଜିନିୟର ହିମାଂଶୁ ଜେନା, ଚାଟାଡର଼୍ ଆକାଉଟାଂଟ ଅକ୍ଷୟ ମହାପାତ୍ର, ଶିଶୁ ବିଭାଗର ନିର୍ଦ୍ଦେଶକ ଡ଼ା.ସଶୀକାନ୍ତ ମିଶ୍ର, ଜିଓ ସାଇଟିିଷ୍ଟ ରାଜେନ୍ଦ୍ର ଦ୍ୱିବେଦୀ, କିଟ୍ ର ଭାଇସ ପ୍ରିନ୍ସିପାଲ ଧର୍ମେନ୍ଦ୍ର ଦ୍ୱିବେଦୀ, ଶିକ୍ଷାବିତ୍ ନନ୍ଦିତା ପରିଡ଼ା, ପୂର୍ବତନ ପ୍ରଧାନଶିକ୍ଷକ ପର୍ଶୁରାମ ବେହେରା, ଚୌଧୁରୀ ଶଷୀଭୂଷଣ ନନ୍ଦ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ବିଭୂତିଭୂଷଣ ସାମଲ, ସରପଂଚ ଦିପ୍ତୀମୟୀ ବରାଳ, ସମିତିସଭ୍ୟା ଶୁଭଶ୍ରୀ ସାହୁ, ସ୍କୁଲ ପରିଚାଳନା କମିଟି ସଭାପତି ଭରତ ନାୟକ, ପୁରାତନ ଛାତ୍ର ସାଂସଦର ସଭାପତି ନୃସିଂହଚରଣ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ସରକାରଙ୍କର ମୋ ସ୍କୁଲ ଯୋଜନାରେ ଯେଉଁ ବିଜ୍ଞାନ ସଭାଗୃହ ନିର୍ମାଣ କରାଯାଇଛି ତାହା ଛାତ୍ର ଛାତ୍ରୀଙ୍କର ବିଜ୍ଞାନ ଶିକ୍ଷାରେ ପ୍ରତ୍ୟକ୍ଷ ଜ୍ଞାନ ପାଇଁ ବହୁତ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ସୀତାକାନ୍ତ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ଶିକ୍ଷୟିତ୍ରୀ ପ୍ରିୟତମା ଚାନ୍ଦ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ଦେବପ୍ରସାଦ ଦାସ, ଭାନୁପ୍ରିୟା ବେହେରା, ମନସ୍ୱିନୀ ଖଟୁଆ, ମଧୁସ୍ମିତା ସାହୁ, ସ୍ନେହଲତା ଦାସ, ରାଜଶ୍ରୀ ଜେନା, ଜାନକୀବଲ୍ଲଭ ସେଠୀ, ଜାକିର ହୁସେନ୍, ଗଗନବିହାରୀ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା କୋମଳ ପ୍ରିୟଦର୍ଶିନୀ ସେଠୀଙ୍କୁ ପୁରସ୍କାର ସଦୃଶ ୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଶେଷରେ ଶିକ୍ଷକ ଦେବପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault