ହେଡଲାଇନସ୍:

ସୋଆ କୃଷି ମହାବିଦ୍ୟାଳରେ ଜାତୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ( ଆଇଏଏସ୍)ରେ ଜାତୀୟ ବିକାଶ କାର୍ଯ୍ୟକ୍ରମର ଉଦ୍ୟାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କୃଷି ବିଜ୍ଞାନରେ ଦକ୍ଷତା ବିକାଶର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ ।
କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଏହି ଉଦ୍ୟାପନୀ ଉତ୍ସବରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ଗୁଣାତ୍ମକମାନକୁ ବୃଦ୍ଧି କରିଛି ବୋଲି ମତବ୍ୟକ୍ତ କରିଥିଲେ ।
ସୋଆର ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗର ଡିଜିଏମ ଅଶୋକ କୁମାର ନାୟକଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ସୋଆ ଆଡିସନାଲ୍ ଡିନ୍ (ରିସର୍ଚ୍ଚ) ଡଃ ପ୍ରିୟବ୍ରତ ପଟ୍ଟନାୟକ, ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଏହି ଉଦ୍ୟାପନୀ କାର୍ଯ୍ୟକ୍ରମରେ ୨୪୦ ଜଣ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିବାବେଳେ ଚଳିତବର୍ଷ ଏପ୍ରିଲ୍ ୨୮ରୁ ୨୯ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ଜୈବିକ ଚାଷ, ଛତୁ ଚାଷ ଓ ମହୁମାଛି ପାଳନ ସମ୍ବନ୍ଧୀୟ ଜ୍ଞାନକୌଶଳ ବିଷୟରେ ଅଧ୍ୟୟନ କରାଯାଇଥିଲା । ଦକ୍ଷତା ବିକାଶ କାର୍ଯ୍ୟକ୍ରମର ପ୍ରଶିକ୍ଷକ ଡଃ ରାକେଶ ରୋଶନ ଶତପଥୀ, ଡଃ ବିଷ୍ଣୁପ୍ରିୟା ପାତ୍ର, ଡଃ ସ୍ୱୟଂମ୍ ସିଂହ , ଡଃ ସତ୍ୟ ନାରାୟଣ ଶତପଥୀ, ପ୍ରଫେସର ବ୍ରଜ କିଶୋର ସାହୁ, ଡଃ ଅଭିଷେକ ତ୍ରିପାଠୀ , ଡଃ ଦୀପ୍ତନୁ ଦତ, ଡଃ ରିଟନ ଚୌଧୁରୀ ଉପସ୍ଥିତ ଥିଲେ ।

 

0
0
0
s2sdefault