ହେଡଲାଇନସ୍:

ଜଙ୍ଗଲ ବିଭାଗର ଜଙ୍ଗଲୀ ନୀତି: ନୂତନ ଗାର୍ଡ କ୍ୱାଟର ଏବେ ଅରିତ୍ୟକ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ନିଜ କ୍ୱାଟର ଛାଡି ଅନ୍ୟ ଙ୍କର କ୍ୱାଟର ଦଖଲ କରିଛନ୍ତି ଗାର୍ଡ

  • ଏପଟେ ସଫା ହେବାରେ ଲାଗିଛି ଜଙ୍ଗଲ

ବରଗଡ :-ବନୀକରଣ ହେଉ କି ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ତଥା ଲୋକଙ୍କ ଭିତରେ ଜଙ୍ଗଲ ର ଆବଶ୍ୟକତା କୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଏକ ନିର୍ଦିଷ୍ଟ ସମୟରେ ବନ ମହୋତ୍ସବ ପାଳନ କରାଯାଏ । ଆଜିକାଲି ଅନେଜ ସ୍ବେଚ୍ଛାସେବୀ ତଥା ବିଭିନ୍ନ ଅନୁଷ୍ଠାନ ତରଫରୁ ମଧ୍ୟ ଜଙ୍ଗଲ ବୃଦ୍ଧି କରିବା ପାଇଁ ସଫଳ ଓ ପ୍ରଶଂସନୀୟ ପ୍ରୟାସ କରାଯାଉଛି । ସରକାର ଙ୍କର ତରଫରୁ ମଧ୍ୟ ନୂତନ ଜଙ୍ଗଲ ସୃଷ୍ଟି ପାଇଁ ତଥା ଜଙ୍ଗଲ ର ସୁରକ୍ଷା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ହେଲେ ଅତି ଦୁର୍ଭାଗ୍ୟ ର କଥା ଯେ ଏତେ ପ୍ରୟାସ ପରେ ମଧ୍ୟ ଜଙ୍ଗଲ ଧ୍ୱଂସ ପାଇବାରେ ଲାଗିଛି । ବନୀକରଣ ଓ ବନମହୋତ୍ସଵ କେବଳ ଫୋଟୋ ସେସନ ପାଇଁ ବୋଲି ମନେ ହେଉଛି ।
ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ରେ ବନ ବିଭାଗ ର ଦୁଇ ଗୋଟି ରେଞ୍ଜ ପାଇକମାଲ ଓ ନୃସିଂହନାଥ ରହିଛି । ପାଇକମାଲ ରେଞ୍ଜ ଅନ୍ତର୍ଗତ ଟେମରି ଗାର୍ଡ ଙ୍କର ଅଧିନ ରେ ଆସୁଥିବା ଜଙ୍ଗଲ ଅଞ୍ଚଳ ରୁ କ୍ରମାଗତ ଭାବରେ ଗଛ ଚାଲାଣ ହେଉଥିବା ଅଭିଯୋଗ ଆସୁଛି । ଏହିଭଳି ଏକ ଅଭିଯୋଗ ଗତ ଦୁଇ ଦିନ ତଳେ ଆସିବା ପରେ , ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ପାଇକମାଲ ରେଞ୍ଜ ର ଫରେଷ୍ଟର ଶ୍ରୀ ରଜନୀକାନ୍ତ ବଢ଼େଇ ଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । ସୂଚନା ପାଇବା ପରେ ଶ୍ରୀ ବଢ଼େଇ ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚି କଟା ଯାଇଥିବା ଗଛ ଜବତ କରିବା ସହିତ ସୁଦୂର ଉତ୍ତର ପ୍ରଦେଶର 3 ଜଣ ଓ ଜଣେ ସ୍ଥାନୀୟ ଲୋକ ସହିତ ଗୋଟିଏ ଗାଡି ଜବତ କରିଥିଲେ ।

ଆମର ସୂଚନା ମୁତାବକ ଧରା ପଡିଥିବା ଉତ୍ତର ପ୍ରଦେଶ ର ତିନି ଜଣ ଅଭିଯୁକ୍ତ କ୍ରମାଗତ ଭାବରେ ଏହି ଅଞ୍ଚଳରୁ ଗଛ କାଟି ଚାଲାଣ କରୁଥିଲେ । ଅଭିଯୁକ୍ତ ମାନେ ଧରା ପଡିଥିବା ସ୍ଥାନଟି ପିଚୁ ରାସ୍ତାରୁ ମାତ୍ର ଚାରି ରୁ ପାଞ୍ଚ ଶହ ମିଟର ଦୂରରେ ଓ ଟେମରି ଫରେଷ୍ଟ ଗାର୍ଡ ଙ୍କର କ୍ୱାଟର ରୁ ମାତ୍ର ଏକ ରୁ ଦେଢ଼ କିଲୋମିଟର ଦୂରରେ । ବାସ୍ତବରେ କଥାଟି ହେଲା ଟେମରି ଫରେଷ୍ଟ ଗାର୍ଡ ଙ୍କର ବାସଗୃହ ନିର୍ମାଣ ହେବା ପରଠାରୁ , ବିଭାଗୀୟ ବାବୁ ମାନଙ୍କ ଅପାରଗତା କୁହନ୍ତୁ ବା ଅନ୍ୟ କିଛି , ଆଜି ପର୍ଯ୍ୟନ୍ତ ଉକ୍ତ ବାସଗୃହ ଖାଲି ପଡ଼ିଛି । ନବନିର୍ମିତ ଏହି ବାସଗୃହ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ଏହି ବିଟ ରେ କାର୍ଯରତ ଫରେଷ୍ଟ ଗାର୍ଡ ମନୋରଞ୍ଜନ ବାରିକ ଦୀର୍ଘ 2 ବର୍ଷ ରୁ ଉର୍ଦ୍ବ ସମୟ ହେଲାଣି ଏହି ବିଟ ରେ କାମ କରୁଛନ୍ତି ହେଲେ ସେ ଏହି କ୍ୱାଟର ରେ ରହିବା ବଦଳରେ ପାଇକମାଲ ରେଞ୍ଜ ଅଫିସ ନିକଟରେ ନିର୍ମିତ ସାରମସିଲି ଫରେଷ୍ଟ ଗାର୍ଡ ଙ୍କର କ୍ୱାଟର ରେ ରହୁଛନ୍ତି । ସେ ପ୍ରାୟତଃ ଜଙ୍ଗଲ କୁ ଆସନ୍ତି ନାହିଁ , ମୁକୁନ୍ଦ ବନଛୋର ନାମକ ଜଣେ ଅସ୍ଥାୟୀ ଜଗୁଆଳି ଫରେଷ୍ଟ ଗାର୍ଡ ଙ୍କର ଅଧିକାଂଶ କାର୍ୟ୍ଯ ଉକ୍ତ ଅଞ୍ଚଳରେ ବେସରକାରୀ ଭାବରେ ତୁଲାଇ ଥାନ୍ତି ।

ବାରମ୍ବାର ଏହି ଅଞ୍ଚଳ ରୁ ଗଛ କଟାଯିବା ତଥା ପଶୁ ଶିକାର ର ଅଭିଯୋଗ ହୋଇଛି । ଗତ ବର୍ଷ ମଧ୍ୟ କିଭଳି ଏକ ବାର୍ହା ଶିକାର କରି ଅଭିଯୁକ୍ତ ମାନଙ୍କୁ ଖସେଇ ଦିଆ ଯାଇଥିଲା ତାର ଏକ ଖବର ଆମେ ମନୋରଞ୍ଜନ ବାରିକ ଙ୍କର ଫୋନ କଲ ରେକଡ଼ିଂ ସହିତ ପ୍ରସାରିତ କେରିଥିଲୁ । କିନ୍ତୁ ଦୁଖଃ ର ବିଷୟ ଯେ ବାରିକ ବାବୁ ଙ୍କର ହାତ ବହୁତ ଲମ୍ବା , ଏତେ ବଡ଼ ଘଟଣା ଜଣା ପଡିବା ପରେ ମଧ୍ୟ ବିଭାଗ ତରଫରୁ କିଣାସୀ ପଦକ୍ଷେପ ଗ୍ରହଣ କରା ଗଲା ନାହିଁ । ଏଥିରୁ ଜଣା ପଡିଲା ଯେ ବାରିକ ବାବୁ ଯାହା କଲେ ବି ସେ ବଡ ବାବୁ ମାନଙ୍କର ଗେଲ୍ହା ପୁଅ ହୋଇଥିବାରୁ ତାଙ୍କର ସବୁ ଭୁଲ ମାଫ । ଲୋକେ କହୁଛନ୍ତି ଯେ ଗତ ଦୁଇ ଦିନ ତଳେ ଧରା ପଡିଥିବା ଅଭିଯୁକ୍ତ ମାନଙ୍କ ବାବଦରେ ଫରେଷ୍ଟର ଙ୍କୁ ସୂଚନା ପ୍ରଦାନ କରାଗଲା ବୋଲି ଅଭିଯୁକ୍ତ ମାନଙ୍କୁ ଧରାଯିବା ସହିତ କାଠ ଜବତ ହୋଇ ପାରିଲା ନଚେତ ଏହା ମଧ୍ୟ ପାର ହୋଇ ଯାଇଥାନ୍ତା ।।

0
0
0
s2sdefault