ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ସାନ ରାଧାକାନ୍ତ ମଠ (ନୃସିଂହନାଥ ମଠ) ରେ ଗତ ୭ ତାରିଖ ଆଶ୍ଵିନ ମାସ କୃଷ୍ଣ ପକ୍ଷ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୭ ଦିନ ବ୍ୟାପି ଶ୍ରୀମଦ ଭାଗବତ ସପ୍ତାହ ମହାଯଜ୍ଞ ପାରାୟଣ ସକାଳ ୭ ଘଣ୍ଟା ଠାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ହେଉଥିଲା।
ମଠର ମହାନ୍ତ ଶ୍ରୀ ମହନ୍ତ ମଦନ ଗୋପାଳ ଦାସଜୀ ମହାରାଜ , ବାବା ମଧୁସୂଦନ ଦାସଙ୍କ ତତ୍ତ୍ୱାବଧାନରେ ଏହି ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପାରାୟଣ କର୍ତ୍ତା ଭାବେପୂର୍ଣ୍ଣଚନ୍ଦ୍ର ପଣ୍ଡା ଶ୍ରୀମଦ ଭାଗବତରେ ଶ୍ରୀକୃଷ୍ଣ ମହାପ୍ରଭୁଙ୍କ ଜନ୍ମୋତ୍ସବ , ବାଲ୍ୟଲୀଳା , ରୁକୁଣୀ ହରଣ ଲୀଳା ଆଦି ପ୍ରସଙ୍ଗ ପାରାୟଣ କରିବା ସହ ସମବେତ ଜନତାଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ।
ଆନ୍ଦ୍ର ପ୍ରଦେଶର ଗୋପିଲି ଗ୍ରାମ ନିକଟସ୍ଥ ରେଣ୍ଡିକୋଟା ଆଶ୍ରମରୁ ସ୍ୱାମୀ ରାମାନନ୍ଦ ସରସ୍ୱତୀ ଏହି ଉତ୍ସବରେ ଯୋଗଦେଇ କହିଥିଲେ ଆମର ହିନ୍ଦୁ ଧର୍ମର ଉନ୍ନତି ସାଧନ ନିମନ୍ତେ ମହନ୍ତ ମାନଙ୍କ ଦ୍ବାରା ମଠ , ମନ୍ଦିରରେ ଭାଗବତ , ରାମାୟଣ , ଗୀତା ଆଦି କାର୍ଯ୍ୟକ୍ରମ ଚାଲୁ ରହିବା ଦ୍ବାରା ଧର୍ମରକ୍ଷା ତଥା ଧର୍ମ ଉପରେ ଜନସାଧାରଙ୍କ ବିଶ୍ୱାସ ଜନ୍ମୁ
ଥିବାରୁ ଶ୍ରୀମହନ୍ତ ମଦନ ମୋହନ ମହାରାଜଙ୍କୁ ସାଧୁବାଦ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମର ବିଶ୍ରାମ ଦିନରେ ଗୋପାଳ ସହସ୍ରନାମ , ନାମ ସଂକୀର୍ତ୍ତନ , ସାଧୁ ସେବା ଓ ଅନ୍ନ ପ୍ରସାଦର କାର୍ଯ୍ୟକ୍ରମ ହେଉଥିଲା।
ଏହି ନାମ ସଂକୀର୍ତ୍ତନରେ କରଣ ସାହି ସ୍ଥିତ ଜୟ ମହାବୀର ଧ୍ୟାନ ପୀଠର ସଂକୀର୍ତ୍ତନ ଦଳର ସଭାପତି ବୀର କିଶୋର ପଟ୍ଟନାୟକଙ୍କ ଦ୍ବାରା ମହାମନ୍ତ୍ର ପରିବେଷଣ କରାଯାଇଥିଲା।
ରାଜ୍ୟ
ନୃସିଂହନାଥ ମଠରେ ଶ୍ରୀମଦ ଭାଗବତ ସପ୍ତାହ ମହାଯଜ୍ଞ ପାରାୟଣ
- Hits: 239








