ହେଡଲାଇନସ୍:

ବାଇକ୍ ଚୋରି କରୁଥିବାବେଳେ ଧରା ପଡ଼ିଲା ଗ୍ୟାରେଜ ମିସ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଢ଼େଙ୍କାନାଳ / ରବିନ୍ ଦାସ ; ଭୁବନ ଥାନା ଅନ୍ତର୍ଗତ ପ୍ରତ୍ୟେକ ଅଞ୍ଚଳରୁ ଦୈନିକ ଚୋରି ଓ ଡ଼କାୟତି ବୃଦ୍ଧି ପାଇବାରେ ଲାଗିଛି ଯାହାକୁ ନେଇ ସ୍ଥାନୀୟ ପୋଲିସ ପ୍ରଶାସନ ଚିନ୍ତାରେ । ଏସବୁ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ଭୁବନ ପୋଲିସ ଅହରହ ଚେଷ୍ଟା ଜାରି ରଖିଛନ୍ତି । ହେଲେ ଦୈନିକ ଚୋରି ଅନିୟନ୍ତ୍ରିତ ଥିବାବେଳେ ସ୍ଥାନୀୟ ଚନ୍ଦାର ଗ୍ରାମରେ ପୁଣି ବାଇକ୍ ଚୋରି ଘଟଣା ସାମ୍ନାକୁ ଆସିଛି । ତେବେ ଆଜି ଭୁବନ ଥାନା ଅନ୍ତର୍ଗତ ଚନ୍ଦାର ଗ୍ରାମର ଦୁଷ୍ମନ୍ତ ସାହୁ ତାଙ୍କ ମୋଟର ସାଇକେଲକୁ ଗ୍ରାମର କଇଁଆ ବୁଲାଣି ନିକଟରେ ରଖି ନିଜ ବିଲ ଭିତରକୁ କାମ କରିବାକୁ ଗଲେ । କିଛି ସମୟ ପରେ ପାଣି ପିଇବା ପାଇଁ ଯେବେ ଗାଡ଼ି ପାଖକୁ ଆସିଲେ ସେ ଦେଖିବାକୁ ପାଇଲେ ଯେ ତାଙ୍କ ମୋଟରସାଇକେଲ ସେଠାରେ ନାହିଁ । ରାସ୍ତା ଉପରକୁ ଆସି ଦେଖନ୍ତି ଯେ ତାଙ୍କ ମୋଟର ସାଇକେଲଟିକୁ ତିନି ଜଣ ଯୁବକ ପେଲି ପେଲି ନେଉଛନ୍ତି । ତେବେ ସେ ପାଟି କରିବାରୁ ରାସ୍ତା କଡ଼ରେ ଗାଡ଼ିକୁ ପକାଇ ଦେଇ ଲୁଟେରା ଦୁଇଜଣ ସେଠାରୁ ଚମ୍ପଟ ମାରି ପଳାଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ଶୁଭ ରଞ୍ଜନ ରାଉତ ନାମକ ଜଣେ ଚୋରକୁ ଧରିବାରେ ସକ୍ଷମ ହୋଇଥିଲେ । ଧରା ପଡ଼ିଥିବା ଶୁଭ ରଞ୍ଜନ ଜଣେ ଗ୍ୟାରେଜ ମିସ୍ତ୍ରୀ ଭାବରେ କାମ କରୁଥିବା ନିଜେ ସ୍ବୀକାର କରିଥିଲା । ତେବେ ଲୁଟେରା ଗ୍ୟାଙ୍ଗରେ ଦଶରୁ ଉର୍ଦ୍ଧ୍ବ ଯୁବକ ଥିବା କହିଥିବାବେଳେ ଆଜ୍ଞା ମୁଁ ଚୋର ନୁହଁ ମୁଁ ଜଣେ ଗ୍ୟାରେଜ ମିସ୍ତ୍ରୀ ବୋଲି କହିଛିି ଶୁଭ ରଞ୍ଜନ । ସବୁ ଚୋରା ସାଇକେଲ ଓ ମୋଟର ସାଇକେଲ ଗୁଡିକୁ ଭୁବନ ଏବଂ ମନ୍ଦାର ଗ୍ରାମରେ ଥିବା ବିଭିନ୍ନ କବାଡିଆ ଦୋକାନରେ ବିକୁଥିବା ଜଣାପଡିଛି । ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ଲୁଟେରାକୁ ନିଜ ହେପାଜତକୁ ନେଇ ତଦନ୍ତ ଚଳାଇଛନ୍ତି ।

0
0
0
s2sdefault