ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ୍ ପାଇଲିପଡ଼ା ସ୍ଥିତ ଦୂର୍ଗା ଦେବୀ ମନ୍ଦିର ପ୍ରାଙ୍ଗଣରେ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ତରଫରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରରେ ତିରିଶ ଜଣ ବ୍ୟକ୍ତିଙ୍କର ଚକ୍ଷୁ ପରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ ତେର ଜଣଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ନିଆଯାଇଛି I ଏହି କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମା ବଲ୍ଲଭ ବେହେରା, ୱାର୍ଡ୍ ସଭ୍ୟ ଶଙ୍କର ଦାସ, ସୁଦୀପ୍ କୁମାର ବେହେରା, ଦଣ୍ଡପାଣି ବେହେରା ପ୍ରମୁଖ ପରିଚାଳନା କରିଥିଲେ I ଶଙ୍କର ଚକ୍ଷୁ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଏବଂ କର୍ମଚାରୀମାନେ ରୋଗୀଙ୍କର ଚକ୍ଷୁ ପରୀକ୍ଷା କରିଥିଲେ I
ରାଜ୍ୟ
ପାଇଲି ପଡ଼ାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
- Hits: 221








