ହେଡଲାଇନସ୍:

ବ୍ୟବସାୟୀ ତଥା ସମାଜସେବୀଙ୍କ ପରଲୋକ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରର ଜଣାଶୁଣା ବ୍ୟବସାୟୀ ଓ ସମାଜସେବୀ ଜଗନ୍ନାଥ ପାଟଣା ସାହି ନିବାସୀ ଚିନଂ ଲକ୍ଷ୍ମୀ ନାରାୟଣ ପାତ୍ରଙ୍କ ପରଲୋକ ଘଟିଛି ।ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ ।ଗତ ଶୁକ୍ରବାର ଦିନ ତାଙ୍କର ନିଧନ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମ୍ ତାଙ୍କ ବାସଗୃହରେ ପହଞ୍ଚିବା ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କ ପରିବାରକୁ ସମବେଦନା ସମେତ ଶେଷ ଦର୍ଶନ କରି ଆସିଥିଲେ ।ଏକ ଶୋଭାଯାତ୍ରାରେ ବେଲଗୁଣ୍ଠା ପରିକ୍ରମା କରାଇ ବେଲଗୁଣ୍ଠା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କ ସମ୍ପର୍କୀୟ ଭ୍ରାତା ରବିନାରାୟଣ ପାତ୍ର ମୁଖାଗ୍ନି ଦେଇଥିଲେ ।ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ଥିବାରୁ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, କାଉନସିଲର ବୃନ୍ଦ,କଳିଙ୍ଗ ବୈଶ୍ୟ ସଙ୍ଘ ସଭାପତି ତଥା ପୁର୍ବତନ କାଉନସିଲର ଲିଙ୍ଗରାଜ ପାତ୍ର ଓ ଏ.ତ୍ରିପତୀ ପାତ୍ର, ସମାଜସେବୀ ଭି.ଦେବୀ ପ୍ରସାଦ ପାତ୍ର,ସମ୍ପାଦକ,ଯୁବ ସଙ୍ଗଠକ ତଥା ପୁର୍ବତନ କାଉନସିଲର ଜିତେନ୍ଦ୍ର ସୁବୁଦ୍ଧି,ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

0
0
0
s2sdefault