ହେଡଲାଇନସ୍:

୩୧ତମ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକର ଖାରଡା ଗ୍ରାମର ବିନାୟକ ମହାପାତ୍ର ଉଚ୍ଚ ବିଦ୍ୟାଳୟ ଠାରେ ୩୧ତମ ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରକଳ୍ପ ପ୍ରତିଯୋଗୀତାରେ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଏ. ରବି କୁମାର କାର୍ଯ୍ୟକ୍ରମ ର ଶୁଭ ଆରମ୍ଭ କରି ଏହି ବର୍ଷ ର ମୁଖ୍ୟ ବିଷୟ "ସ୍ୱାସ୍ଥ୍ୟ ଓ ସୁସ୍ଥତା ସକାଶେ ଆମ ପରିସଂସ୍ଥା କୁ ଜାଣିବା " ଉପରେ ଆଲୋକପାତ କରିଥିଲେ। ପିଲାଙ୍କ ଜାତୀୟ ବିଜ୍ଞାନ କଂଗ୍ରେସର ଏକାଡେମିକ ସଂଯୋଜକ ତଥା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଉଦ୍ଦେଶ ଜ୍ଞାପନ କରି ଛାତ୍ର/ଛାତ୍ରୀ ମାନଙ୍କ ମନରେ ଉଙ୍କି ମାରିଥୁବା ବିଜ୍ଞାନ ଚିନ୍ତାଧାରା କୁ ବିନିଯୋଗ କରି ନିଜ ଅଞ୍ଚଳର ବିକାଶ କୁ ପ୍ରତିହତ କରୁଥିବା ସମସ୍ୟା କୁ ଦୂର କରିବା ପାଇଁ ଏହି ଭଳି ପ୍ରକଳ୍ପ ପ୍ରତିଯୋଗୀତା ଏକ ମାଧ୍ୟମ ଅଟେ ବୋଲି କହିଥିଲେ।
ଶ୍ରୀ ଦେବଦାସ ତମାରପୁ ଓ ଶ୍ରୀ ବାଳକୃଷ୍ଣ ମାଝି ବିଚାରକ ଭାବେ ଯୋଗଦେଇ ଥିଲେ। ଏହି ପ୍ରତିଯଗିତାରେ ଗଜପତି ଜିଲ୍ଲା ର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ରୁ ୫୬ ଟି ପ୍ରକଳ୍ପ ର ଛାତ୍ର/ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୫ଟି ପ୍ରକଳ୍ପ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବିବେଚିତ ହୋଇଛନ୍ତି।
ସେମାନେ ହେଲେ ପପୁନ ମହାରଣା , ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡି , ଅନିତା ପ୍ରଧାନ, ସରକାରୀ ଉଚ୍ଚ ବିଦ୍ୟାଳୟ ଜାଜପୁର , ଏ ଗୌତମୀ , ବି. ଏମ୍ ଉଚ୍ଚ ବିଦ୍ୟାଳୟ ଖାରଡା , ମୁନା ଦୋଲାଇ , ଏସ୍ କେ ସି ଜି ଉଚ୍ଚ ବିଦ୍ୟାଳୟ , ଗୁରଣ୍ଡି , ବର୍ଶିତା ଦାସ , ସରସ୍ୱତୀ ଶିଶୁ ମନ୍ଦିର ପାରଳାଖେମୁଣ୍ଡି। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମୋସ ଲିମା ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ଏନ୍. ଜଗଦୀଶ , ଗୌରୀ ପ୍ରସାଦ ରଣା ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷ

0
0
0
s2sdefault