ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ପାରଳାର ପ୍ରାକ୍ତନ ବିଧାୟକ ଓ ଜନନାୟକ ସ୍ଵର୍ଗତଃ ତ୍ରିନାଥ ସାହୁଙ୍କ ତ୍ରୟୋଦଶତମ ପୂଣ୍ୟତିଥି ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁ ସ୍ବର୍ଗତ ସାହୁଙ୍କ ଫୋଟରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟକରିବାକୁ ଆହ୍ବାନ ଦେଇଥିଲେ। ଅଧ୍ୟାପିକା ଡଃ ଭାରତୀ ପାଣିଗ୍ରାହୀ ମଧ୍ୟ ଶ୍ରୀଯୁକ୍ତ ସାହୁଙ୍କ ଜୀବନୀ ଓ ତାଙ୍କର ଜଣେ ସମାଜ ସେବୀ ତଥା କଳା-ସାହିତ୍ୟ ଶିକ୍ଷା ପ୍ରତି ଅନୁରାଗ ଓ ପୃଷ୍ଠପୋଷକତା ସଂପର୍କରେ ବର୍ଣ୍ଣନା କରିଥିଲେ। ତାଙ୍କରି ଉଦ୍ୟମରେ ପାରଳାଖେମୁଣ୍ଡିରେ ମହିଳା ମହାବିଦ୍ୟାଳୟ ତଥା ଗଜପତି ଜିଲ୍ଲାର ଅନ୍ୟାନ୍ୟ ସ୍ଥାନ ଗୁଡିକରେ ଶିକ୍ଷାନୁଷ୍ଠାନ ଗୁଡିକ କିପରି ଗଢିଉଠିଥିଲା ସେ ସଂପର୍କରେ ଆଲୋକପାତ କରିଥିଲେ।
ଏଥି ସହିତ ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ସ୍ଵର୍ଗତ ଶ୍ରୀଯୁକ୍ତ ତ୍ରିନାଥ ସାହୁଙ୍କର ବିଭିନ୍ନ କ୍ଷେତ୍ରରେ ଥିବା ଅବଦାନଗୁଡିକ ଉପରେ ଆଲୋଚନା କରିଥିଲେ। ଏହି ଶ୍ରାଦ୍ଧଦିବସ ପାଳନ ଅବସରରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ତଥା ଛାତ୍ରୀ ବୃନ୍ଦ ଉପସ୍ଥିତ ରହି ନୀରବ ପ୍ରାର୍ଥନା ସମେତ ସ୍ଵର୍ଗତ ସାହୁଙ୍କର ସ୍ମୃତି ଚାରଣା କରିଥିଲେ।
ରାଜ୍ୟ
ମହିଳା ସ୍ନାତକ ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତଃ ତ୍ରିନାଥ ସାହୁଙ୍କ ପୂଣ୍ୟତିଥି ଅବସରରେ ସ୍ମୃତିଚାରଣ ସଭା
- Hits: 274








