ହେଡଲାଇନସ୍:

ଜିଲ୍ଲାସ୍ତରୀୟ ବିଶ୍ଵ ଅଣ୍ଡା ଦିବସ ୨୦୨୩

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରତି ବର୍ଷ ପରି ଅକ୍ଟୋବର ମାସ ଦ୍ଵିତୀୟ ଶୁକ୍ରବାର ବିଶ୍ଵ ଅଣ୍ଡା ଦିବସ ପାଳିତ ହୁଏ । ସେହିପରି ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ମଧ୍ୟ ଜିଲ୍ଲା ସ୍ତରୀୟ ପାରଳାଖେମୁଣ୍ଡି ଠାରେ ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ବିଭାଗ ତରଫରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଶ୍ଵ ଅଣ୍ଡା ଦିବସ ପାଳିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଡ଼ ଗୁଣନିଧି ନାୟକ , ମୁଖ୍ୟ ଉନ୍ନୟନ ଅଧିକାରୀ , ଜିଲ୍ଲା ପରିଷଦ , ଗଜପତି , ଶ୍ରୀଯୁକ୍ତ ସୁରେଶ ପଟ୍ଟନାୟକ, ପ୍ରକଳ୍ପ ନିର୍ଦ୍ଦଶକ , ଜଳ ଛାୟା ଗଜପତି , ଶ୍ରୀ ସୁଶାନ୍ତ ରଞ୍ଜନ ଦାସ , ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ , ଶ୍ରୀ ସୁନାରମ ସିଂ, ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ଅଧିକାରୀ ଗଜପତି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ , ଗଜପତି , ଡା. ଧର୍ମେନ୍ଦ୍ର ମହାନ୍ତି ସଭାପତି ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତଥା ସଭାପତି ପ୍ରଥମେ ବିଶ୍ଵ ଅଣ୍ଡା ଦିବସର ମହତ୍ଵ ଓ ଅଣ୍ଡାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିବା ପରେ ମୁଖ୍ୟ ଅତିଥି ଗଜପତି ଜିଲ୍ଲା ପରିପେକ୍ଷି ରେ ଅଣ୍ଡାର ଆବଶ୍ୟକତା ଓ ଅଣ୍ଡା ଉତ୍ପାଦନରେ ପ୍ରାଣୀ ଚିକତ୍ସା ବିଭାଗର ଭୂମିକା ସମ୍ପର୍କରେ ଅଭିଭାଷଣ ରଖିଥିଲେ। ସମ୍ମାନିତ ଅତିଥି ମହୋଦୟ ଅଣ୍ଡା ଉତ୍ପାଦନ ଓ ଚାଷୀ ମାନଙ୍କ ଆୟ ବୃଦ୍ଧିରେ ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହା ପରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମା ମାନଙ୍କୁ ତଥା ଅନ୍ୟ ପ୍ରଗତିଶୀଳ ଚାଷୀ ମାନଙ୍କୁ କୁକୁଡା ଓ ବତକ ଅଣ୍ଡା ଉତ୍ପାଦନରେ ଅନନ୍ୟ ଭୂମିକା ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କାରୀ ରୂପେ ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କାରାଯାଇଥିଲା।
ଶ୍ରୀ ବି.ଜଗଦୀଶ ରାଓ , କଶୀନଗର ବ୍ଲକର , ବେଷ୍ଟ୍ କୁକୁଡ଼ା ଚାଷୀ ଭାବରେ ପୁରସ୍କାର ପ୍ରଦାନ କରାଯାଇ ଥିବା ବେଳେ ଶ୍ରୀ ଭବାନୀ ପ୍ରଧାନ , ମୋହନା ବ୍ଲକର ୧୦୦ ଅଣ୍ଡା ଦିଆ କୁକୁଡା ଚାଷ କରିଥିବାରୁ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ରାୟଗଡ଼ ବ୍ଲକର କାଞ୍ଚୀମୁଣ୍ଡା ଗ୍ରାମର ଜିହୋବାଜିରି ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗୁମ୍ମା ବ୍ଲକର ଇନ୍ଦିରା ଏମ.କେ ଯୋଜନା ସ୍ୱୟଂ ସହାୟକ ଗୋଷ୍ଠୀକୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଛି। ସମସ୍ତ ଅତିଥି ଗଣ ଆଜିର ଦିବସର ପ୍ରାସଙ୍ଗିକତା ଓ ଗଜପତି ଜିଲ୍ଲା ଅଣ୍ଡା ଉତ୍ପାଦନରେ ଅଗ୍ରଣୀ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା.ରମାକାନ୍ତ ରଣା , ଡିପିଏମ ମିଶନ ଶକ୍ତି ଶ୍ରୀ ଟିମନ ବରା , ଡ଼ା.ନାରାୟଣ ମହାପାତ୍ର , ପ୍ରାଣୀ ଚିକିତ୍ସା ଅଧିକାରୀ ପାରଳାଖେମୁଣ୍ଡି ଓ ପ୍ରାଣୀ ଚିକିତ୍ସା ବିଭାଗର ଅଧିକାରୀ ମାନେ ବିଶ୍ଵ ଅଣ୍ଡା ଦିବସ ଉପଲକ୍ଷେ ନିଜର ସ୍ଵରଚିତ କବିତା ପଠନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରାଣୀ ଚିକିତ୍ସା ବିଭାଗର ଅଧିକାରୀଗଣ ଓ କର୍ମଚାରୀ ପ୍ରମୁଖ ସୂଚାରୁ ରୂପେ ପରିଚାଳନା କରିଥିଲେ।

0
0
0
s2sdefault