ହେଡଲାଇନସ୍:

ଏବେଠୁ ସମସ୍ତେ ଶକ୍ତି ସଂରକ୍ଷଣ ନେଇ ସଚେତନ ହେବା ଜରୁରୀ: ଚେତନ ସୋଲାଙ୍କି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,୧୩ । ୧୦: ଏବେଠୁ ବିଶ୍ୱବାସୀ ଶକ୍ତି ସଂରକ୍ଷଣ ଓ ଉପଯୋଗ ନେଇ ସାକ୍ଷର ନ ହେଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବ ବୋଲି ଆଇଆଇଟି ବମ୍ବେର ପ୍ରଫେସର ତଥା ଏନର୍ଜି ସ୍ୱରାଜର ପ୍ରତିଷ୍ଠାତା ବିଶିଷ୍ଟ ପରିବେଶବିତ୍‍ ପ୍ରଫେସର ଚେତନ ସିଂହ ସୋଲାଙ୍କି କହିଛନ୍ତି। ଆଜି କିଟ୍‍ ମେକାନିକାଲ୍‍ ଇଂଜିନିୟରିଂ ସ୍କୁଲ୍‍ ଓ ଏନର୍ଜି ସ୍ୱରାଜ ଫାଉଣ୍ଡେସନ୍‍ର ମିଳିତ ସହଯୋଗରେ ଅନୁଷ୍ଠିତ ସର୍ବବୃହତ କ୍ଲାଇମେଟ୍‍ କ୍ଲକ୍‍ ଆସେମ୍ଲିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ସୋଲାଙ୍କି ଏହା କହିଛନ୍ତି। ସେ କହିଲେ, ସୌରଶକ୍ତି ପାଇଁ ପାରମ୍ପରିକ ଶକ୍ତି ଓ ଅଙ୍ଗାରକାମ୍ଳ ଭିତ୍ତିକ ଶକ୍ତିର ବ୍ୟବହାରଠାରୁ ଦୂରେଇ ରହିବା ପାଇଁ ପ୍ରଫେସର ସୋଲାଙ୍କି ତିନୋଟି ନିତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେଗୁଡ଼ିକ ହେଲା, ପାରମ୍ପରିକ ଶକ୍ତି ଓ ଅଙ୍ଗାରକାମ୍ଳ ଭିତ୍ତିକ ଶକ୍ତିଠାରୁ ଦୂରେଇ ରହିବା, ଶକ୍ତିର କମ୍‍ ବ୍ୟବହାର କରିବା, ଶକ୍ତି ସଂରକ୍ଷଣ ଓ ଉଚିତ ବ୍ୟବହାର ପାଇଁ ଶକ୍ତି ଉତ୍ପାଦନ। ବର୍ତ୍ତମାନ ଦେଶ ସୌରଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା ଉଚିତ ବୋଲି ସେ କହିଥିଲେ । ପାରମ୍ପରିକ ଶକ୍ତିଠାରୁ ଦୂରେଇବା ପାଇଁ ଶକ୍ତି ସଂରକ୍ଷଣ ଯଥା ଏଲ୍‍ଇଡି ଆଲୁଅର ବ୍ୟବହାର ଓ ସର୍ବନିମ୍ନ ଶକ୍ତି ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ପ୍ରଫେସର ସୋଲାଙ୍କିଙ୍କ ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହ ଜଳବାୟୁ ପରିବର୍ତ୍ତନର ଭୟାବହ ପ୍ରଭାବରୁ ବର୍ତ୍ତିବା ପାଇଁ ଏବେଠୁ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି କହିଥିଲେ। ସେ କହିଲେ, ବିଶ୍ୱ ଯେତେବେଳେ ମାରାତ୍ମକ କରୋନା ମହାମାରୀକୁ ଅତିକ୍ରମ କରିବାରେ ସଫଳ ହୋଇପାରିଛି, ସେତେବେଳେ ଆମେ ଏବେଠୁ ଉଦ୍ୟମ କଲେ ଜଳବାୟୁ ପରିବର୍ତ୍ତନର ଭୟାବହତାକୁ ଦୂରେଇ ଦେଇ ପାରିବା । ଯଦି ଆମେ ଏବେଠୁ ଏ ଦିଗରେ କାର୍ଯ୍ୟ ଆରମ୍ଭ ନ କରିବା ତେବେ ଭବିଷ୍ୟତରେ ଏହା ଆମ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ । ଏହି କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଓ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଯୋଗଦେଇ କିଟ୍‍ ଓ କିସ୍‍ରେ ଶ୍ରୀ ସାମନ୍ତଙ୍କ ଦ୍ୱାରା ସବୁଜ ପ୍ରୟାସ ଆରମ୍ଭ କରାଯାଇଛି। ସ୍ଥାୟୀ ଶକ୍ତି ପ୍ରୟାସ ଭାବେ କିଟ୍‍ ଓ କିସ୍‍ କିପରି ୫୦ଲକ୍ଷ ୱାଟ ସୌରଶକ୍ତି ଉତ୍ପାଦନ କରିବା ସହ ବାର୍ଷିକ ଲକ୍ଷାଧିକ ବୃକ୍ଷରୋପଣ କରାଯାଇଛି ସେ ନେଇ ସୂଚନା ପ୍ରଦାନ କରିଥିଲେ।

0
0
0
s2sdefault