ହେଡଲାଇନସ୍:

ଜଗତସିଂପୁର ରେ ଜିଲ୍ଲା ସ୍ତରୀୟ ବିଶ୍ବ ଅଣ୍ଡା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୩.୧୦.୨୦୨୩/ସୁମନ୍ତ କୁମାର ଦାସ:ଆଜି ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲା ସ୍ତରୀୟ "ବିଶ୍ବ ଅଣ୍ଡା ଦିବସ" ମହାସମାରୋହରେ ପାଳିତ ହୋଇଯାଇଛି। ଏହି ବିଶ୍ବ ଅଣ୍ଡା ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସଂସ୍କୃତି ଭବନଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. କୈଳାଶ ଚନ୍ଦ୍ର ମଲ୍ଲିକ ସ୍ବାଗତ ଭାଷଣ ପ୍ରଦାନ ସହିତ ବିଶ୍ବ ଅଣ୍ଡା ଦିବସର ଆଭିମୁଖ୍ୟ ଉପରେ ଆଲୋକପାତ କରି କହିଲେ ଯେ ଚଳିତ ବିଶ୍ବ ଅଣ୍ଡା ଦିବସର ମୁଖ୍ୟ ବାର୍ତ୍ତା ହେଉଛି – "ଏକ ସୁସ୍ଥ ଭବିଷ୍ୟତ ପାଇଁ ଅଣ୍ଡା" । ପ୍ରାଣୀ ସମ୍ପଦର ବିକାଶ ଧାରାରେ ପ୍ରାଣୀ ଚିକିତ୍ସକମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ । ଜଗତସିଂହପୁର ଜିଲ୍ଲାରେ ପ୍ରାଣୀ ଚିକିତ୍ସକମାନଙ୍କ ବିଶେଷ ଅବଦାନ ଯୋଗୁ ଦୁଗ୍ଧ, ମାଂସ ଓ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲା ହୋଇପାରିଛି । ୧୯୯୭ ମସିହା ଭିଏନା ଅଧିଭେଶନ ନିଷ୍ପତି ଅନୁଯାୟୀ ସାରା ବିଶ୍ବରେ ଅକ୍ଟୋବର ମାସର ଦ୍ବିତୀୟ ଶୁକ୍ରବାରକୁ "ବିଶ୍ବ ଅଣ୍ଡା ଦିବସ" ରୂପେ ପାଳନ କରାଯାଉଅଛି । ଏହି ଦିନଟି ଅକ୍ଟୋବର ୧୩ ତାରିଖ ଶୁକ୍ରବାରରେ ପଡୁଛି । ପୁଷ୍ଟିକର ଖାଦ୍ୟ ରୂପେ "ଧାତବ ଲବଣର ଭଣ୍ଡାର", "ପ୍ରାକୃତିକ ଭିଟାମିନ ବଟିକା" ଇତ୍ୟାଦି ନାମରେ ଖ୍ୟାତି ଅର୍ଜନ କରିଥିବା ଅଣ୍ଡାର ମହତ୍ବ ପ୍ରତିପାଦନ କରିବା ସଙ୍ଗେସଙ୍ଗେ ଅଣ୍ଡା ବ୍ୟବହାରର ବହୁଳ ପ୍ରଚାର ଏବଂ ପ୍ରସାର କରିବା ଏହି “ବିଶ୍ବ ଅଣ୍ଡା ଦିବସର ମୂଳ ଲକ୍ଷ୍ୟ। ଏଥ‌ିରେ ସମ୍ମାନୀୟ ଅତିଥ୍‌ ଭାବେ ଜିଲ୍ଲା ମତ୍ସ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଓ ଉପ ନିର୍ଦ୍ଦେଶକ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ଜଗତସିଂହପୁର ଯୋଗଦାନ କରି ଅଣ୍ଡା ର ଉପଦେୟତା, ସୁସ୍ଥ ଜୀବନ ପାଇଁ ଅଣ୍ଡା ର ଆବାସକ ଚାଷୀ ମାନଙ୍କ ଆୟବୃଦ୍ଧି ରେ କୁକୁଡ଼ା ପାଳନ ଓ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଚାଷୀ ମାନଙ୍କୁ ଅବଗତ କରାଇଥିଲେ । ଏହା ପୂର୍ବରୁ ଶିଶୁ ଆଶ୍ରମ, ଜଗସିଂହପୁର ଓ ଲୋକନାଥ ଆଶ୍ରମ, ପାରାଦୀପ ପରିସରରେ "ବିଶ୍ବ ଅଣ୍ଡା ଦିବସ" ପାଳନ କରାଯାଇ ଜଗତସିଂହପୁର ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଅଣ୍ଡା ଓ ଜଳଖୁଆ ବଣ୍ଟନ କରାଯାଇଥିଲା |ଏତତ ବ୍ୟତୀତ ଦୁଇଟି ସ୍କୁଲ ଯଥା- ଶ୍ରୀକୃଷ୍ଣ ଏକାଡେମୀ ଓ ପୁରୋହିତପୁର ହାଇସ୍କୁଲ ରେ ୪୦୦ ପିଲାଙ୍କୁ ଅଣ୍ଡା ଓ ଜଳଖିଆ ବଣ୍ଟନ କରାଯାଇଥିଲା ।ଏହି ସଭାରେ ବିଭିନ୍ନ ବ୍ଲକର ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ ଓ ପ୍ରାଣୀଧନ ନିରୀକ୍ଷକ, କୁକୁଡ଼ା ପାଳନର ଉଦ୍ୟୋଗୀ ଚାଷୀ ମାନେ ଯୋଗଦାନ କରିଥିଲେ। ଏହାକୁ ଡାକ୍ତର ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ, ଅତିରିକ୍ତ ପ୍ରାଣୀ ଚିକିତ୍ସକ ରଘୁନାଥପୁର ସଯୋଜନା କରିଥିଲେ। ଶେଷରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଶଶାଙ୍କ ଶେଖର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault